ETV Bharat / bharat

ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ କେଜ୍ରିଓ୍ବାଲ - Arvind Kejriwal moves Delhi HC

author img

By ETV Bharat Odisha Team

Published : Mar 23, 2024, 8:11 PM IST

Excise PMLA case: ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ କେଜ୍ରିଓ୍ବାଲ । 28 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଇଡି । ଅଧିକ ପଢନ୍ତୁ

ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଗିରଫଦାରୀ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲ ଏବେ ଇଡି ରିମାଣ୍ଡରେ ଅଛନ୍ତି । ତେବେ ଆଜି ଦାଖଲ କରାଯାଇଥିବା ଆବେଦନରେ ଉଭୟ ଗିରଫଦାରୀ ଓ ତଳକୋର୍ଟଙ୍କ ରିମାଣ୍ଡ ଅନୁମତିକୁ ଖାରଜ କରିବାକୁ ଚ୍ୟାଲେଞ୍ଜ କରାଯାଇଛି । ଏହି ଗିରଫଦାରୀ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ, ତେଣୁ ତୁରନ୍ତ ଏହି ମାମଲାର ଶୁଣାଣି କରିବା ପାଇଁ କେଜ୍ରିଓ୍ବାଲଙ୍କ ଲିଗାଲ ଟିମ ପକ୍ଷରୁ ଅପିଲ ମଧ୍ୟ କରାଯାଇଛି । ଆସନ୍ତାକାଲି ରବିବାର ସତ୍ତ୍ବେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପାଇଁ ଆବେଦନକାରୀ ପକ୍ଷ ଆବେଦନ କରିଥିଲେ ସୁଦ୍ଧା 27ରେ ଶୁଣାଣି ହୋଇପାରେ ।

ଗୁରୁବାର ରାତିରେ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା । କେଜ୍ରିଓ୍ବାଲ ହିଁ ଏହି ଘୋଟାଲା ମାମଲାରେ କିଙ୍ଗପିନ୍‌ ବୋଲି କହିଥିଲା କେନ୍ଦ୍ରୀୟ ସଂସ୍ଥା । ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ରିମାଣ୍ଡ ମଧ୍ୟ ଆବେଦନ କରିଥିଲା । କୋର୍ଟ କେଜ୍ରିଓ୍ବାଲଙ୍କୁ 6ଦିନିଆ ରିମାଣ୍ଡରେ ପଠାଇଛନ୍ତି । ମାର୍ଚ୍ଚ 28 ତାରିଖ ପର୍ଯ୍ୟନ୍ତ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ଜେରା ହେବ । ପରେ ତାଙ୍କୁ କୋର୍ଟରେ ପୁଣି ହାଜର କରାଯିବ । ଏବେ ଉଭୟ ଗିରଫଦାରୀ ଓ ରିମାଣ୍ଡରେ ପଠାଯିବାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେଜ୍ରିଓ୍ବାଲ ।

ଆଜି ଶୁଣାଣି ବେଳେ କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭିଙ୍କ ସମେତ ଅନ୍ୟ ବରିଷ୍ଠ ଆଇନଜୀବୀ ରମେଶ ଗୁପ୍ତା, ରଜତ ଗୁପ୍ତା ଓ ମୁଦିତ ଜୈନ ପକ୍ଷ ରଖିଥିଲେ । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ହାଜର ହୋଇଥିଲେ । ତଦନ୍ତକାରୀ ସଂସ୍ଥା 10ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ 6ଦିନ ରିମାଣ୍ଡକୁ ମଞ୍ଜୁର କରିଛନ୍ତି । 28ରେ ପୁଣି ଥରେ କେଜ୍ରିଓ୍ବାଲଙ୍କୁ ହାଜର କରାଯିବ ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସ ଗ୍ୟାରେଣ୍ଟି: '2024ରେ ସରକାର ଗଢିବ ଦଳ' - congress guarantee

ଏହି ମାମଲାରେ ପୂର୍ବରୁ କେଜ୍ରିଓ୍ବାଲଙ୍କୁ ମୋଟ 9ଥର ସମନ ଜାରି କରାଯାଇଥିଲା । ଗୁରୁବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଅନ୍ତରୀଣ ସୁରକ୍ଷା ଖାରଜ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ ଓ୍ବାରେଣ୍ଟ ସହ ତାଙ୍କ ବାସଭବନରେ ପହଞ୍ଚିଥିଲା । ମାତ୍ର କିଛି ଘଣ୍ଟାର ସର୍ଚ୍ଚ ଓ ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗୁରୁବାର ରାତିରେ ଦିଲ୍ଲୀରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା । ଗିରଫଦାରୀ ଖବର ପାଇ ତମାମ ଆମ ଆଦମୀ ପାର୍ଟି ମନ୍ତ୍ରୀ ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଥିଲେ । ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.