ETV Bharat / bharat

ବଦଳିଲା ଅରୁଣାଚଳ ପ୍ରଦେଶ, ସିକ୍କିମରେ ଭୋଟ ଗଣତି ତାରିଖ: 4 ନୁହେଁ 2 ଜୁନରେ ଫଳାଫଳ

author img

By ETV Bharat Odisha Team

Published : Mar 17, 2024, 4:47 PM IST

ECI changes counting schedule of Arunachal Pradesh and Sikkim: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ଭୋଟଗଣତି ସୂଚୀରେ ପରିବର୍ତ୍ତନ କଲେ ନିର୍ବାଚନ ଆୟୋଗ । ବିଧାନସଭା କାର୍ଯ୍ୟକାଳ 2ଦିନ ପୂର୍ବରୁ ଶେଷ ହେଉଥିବାରୁ 4ଜୁନ ପରିବର୍ତ୍ତେ 2 ଜୁନରେ ଉଭୟ ରାଜ୍ୟରେ ଜନାଦେଶ । ଅଧିକ ପଢନ୍ତୁ

ବଦଳିଲା ଅରୁଣାଚଳ ପ୍ରଦେଶ, ସିକ୍କିମରେ ଭୋଟ ଗଣତି ତାରିଖ, 4 ନୁହେଁ 2 ଜୁନରେ ଫଳାଫଳ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କମର ବିଧାନସଭା ନିର୍ବାଚନ ଗଣତି ସୂଚୀରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ ଆୟୋଗ । ଗତକାଲି ଘୋଷଣା ଅନୁସାରେ, ଏହି ଦୁଇ ଉତ୍ତର-ପୂର୍ବ ରାଜ୍ୟରେ ଲୋକସଭା ନିର୍ବାଚନ ସହ ସମାନ୍ତରଳ ଭାବେ ଜୁନ 4 ତାରିଖରେ ମତଗଣନା ଓ ଜନାଦେଶ ଘୋଷଣା ହେବାର ଥିଲା । ମାତ୍ର ଏହାକୁ ଜୁନ 2 ତାରିଖକୁ ପରିବର୍ତ୍ତନ କରାଯାଇଛି । ଉଭୟ ରାଜ୍ୟର ବିଧାନସଭା କାର୍ଯ୍ୟକାଳ 2 ଜୁନରେ ଶେଷ ହେଉଛି । ତେଣୁ ସାମ୍ବିଧାନିକ ପରମ୍ପରା ଅନୁସାରେ, ବିଧାନସଭା ଭଙ୍ଗ ହେବା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହ ଜନାଦେଶ ମଧ୍ୟ ପ୍ରକାଶ ପାଇବା ଉଚିତ । ତେଣୁ ଏହି କାରଣରୁ ଜୁନ 4 ତାରିଖ ପରିବର୍ତ୍ତେ 2 ତାରିଖରେ ଏହି ଦୁଇରାଜ୍ୟରେ ଭୋଟ ଗଣତି ହେବ । ମାତ୍ର ଉଭୟ ରାଜ୍ୟରେ ଲୋକସଭା ନିର୍ବାଚନ ଗଣତି ସୂଚୀ ପୂର୍ବପରି ଅପରିବର୍ତ୍ତିତ ରହିଛି ।

ତାରିଖ ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ନିର୍ବାଚନ ଆୟୋଗ ପରିବର୍ତ୍ତିତ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି । ଉଭୟ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଜୁନ 2 ତାରିଖରେ ଶେଷ ହେବାକୁ ଯାଉଛି । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ-324, ଧାରା 172(1) ଓ 1951-ଜନପ୍ରତିନିଧି ଅଧିନିୟମର ଧାରା-15 ଅନୁସାରେ, ବିଧାନସଭା ଓ ଲୋକସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ଅନ୍ତିମ ପ୍ରକ୍ରିୟା ଅର୍ଥାତ ଜନାଦେଶ ପ୍ରକାଶ ପାଇବା ଉଚିତ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆୟୋଗ ଏହି ସୂଚୀରେ ପରିବର୍ତ୍ତନ କରିଛି ।

ଏହା ମଧ୍ୟ ପଢନ୍ତୁ :- ଗୁଜରାଟ ବିଶ୍ବବିଦ୍ୟାଳୟରେ ନମାଜପାଠକୁ ନେଇ ହିଂସାକାଣ୍ଡ, 5 ବିଦେଶୀ ଛାତ୍ର ଆହତ

ଗତକାଲି ନିର୍ବାଚନ କମିଶନ ଉଭୟ ଲୋକସଭା ଓ ସମାନ୍ତରଳ ଭାବେ ହେବାକୁ ଥିବା 4 ରାଜ୍ୟର ବଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଏପ୍ରିଲ 19 ତାରିଖରୁ ଜୁନ ପହିଲା ମଧ୍ୟରେ 7ଟି ପର୍ଯ୍ୟାୟରେ ଲୋକସଭା ପାଇଁ ଭୋଟିଂ ହେବ । ସେହିପରି ଆନ୍ଧ୍ର ପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଉଭୟ ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ଓ ସିକ୍କିମରେ ଏପ୍ରିଲ 19 ରେ ଭୋଟିଂ ହେବ । ଆନ୍ଧ୍ର ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ 13 ତାରିଖରେ ଭୋଟିଂ ହେବ । ଓଡିଶାରେ ସର୍ବାଧିକ 4 ପର୍ଯ୍ୟାୟରେ ଭୋଟିଂ ହେବ । ସମସ୍ତ 4 ରାଜ୍ୟର ଫଳାଫଳ ଲୋକସଭା ସହ 4 ଜୁନରେ ପ୍ରକାଶିତ ହେବାକୁ ଘୋଷଣା ଥିଲା । ମାତ୍ର ଅରୁଣାଚଳ ଓ ସିକ୍କିମରେ ବିଧାନସଭା ଗଣତି ତାରିଖରେ ପରିବର୍ତ୍ତନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.