ETV Bharat / bharat

ପାଖଉଛି ନିର୍ବାଚନ: ଆଜି ଓଡି଼ଶା ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର, 3 ଦିନ ଧରି କରିବେ ସମୀକ୍ଷା

author img

By ETV Bharat Odisha Team

Published : Feb 15, 2024, 10:03 AM IST

ECI On Odisha Visit: ଆଜିଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଏବଂ ଟିମ୍ । ୧୭ ତାରିଖ ଯାଏଁ ଓଡି଼ଶାରେ ରହି ବିଭାଗ ସ୍ତରର ବୈଠକ ସହ ପ୍ରସ୍ତୁତିର ସମୀକ୍ଷା କରିବେ । ଅଧିକ ପଢନ୍ତୁ

ECI On Odisha Visit
ECI On Odisha Visit

ଭୁବନେଶ୍ବର: ଆଜିଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନ ଓ ଟିମ୍ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନ ସଦସ୍ୟ ଅରୁଣ ଗୋୟଲ, ନିର୍ବାଚନ କମିଶନ ସଦସ୍ୟ ଅନୁପ ଚନ୍ଦ୍ର ପାଣ୍ଡେ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ । ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ନିର୍ବାଚନ କମିଶନ ଏବଂ ତାଙ୍କ ଟିମ୍ ଆସୁଛନ୍ତି । ୧୭ ତାରିଖ ଯାଏଁ ଓଡି଼ଶାରେ ରହି ବିଭାଗ ସ୍ତରର ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧନ କରିବେ ନିର୍ବାଚନ କମିଶନ ।

ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ ୨୦୨୪ । ବିଧିବଦ୍ଧ ନହେଲେ ବି ଅନଔପଚାରିକ ଭାବେ ନିର୍ବାଚନ ବିଗୁଲ ବାଜି ସାରିଛି । ଓଡ଼ିଶା ସମତେ କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବାର ଅଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ବିଭିନ୍ନ ରାଜ୍ୟକୁ ଯାଇ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏହି କ୍ରମରେ ମୁଖ୍ୟ ନିର୍ବାଚନ କମିଶନ ଓ ଟିମ ଆଜିଠାରୁ ଓଡିଶା ଗସ୍ତରେ ଆସୁଛନ୍ତି । ୧୭ ତାରିଖ ଯାଏଁ ସେମାନେ ଓଡି଼ଶାରେ ରହିବାକୁ ଥିବାବେଳେ ବିଭିନ୍ନ କାର୍ୟ୍ୟକ୍ରମ ରହିଛି । ଯେଉଁଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ତେବେ ୩ ଦିନ ଧରି ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ନିର୍ବାଚନ କମିଶନ।

ଏହା ମଧ୍ୟ ପଢନ୍ତୁ...ଆମେ କାହାକୁ ସମର୍ଥନ ମାଗି ନାହୁଁ, ବିଜେପି ରାଜ୍ୟସଭା ଏକାକୀ ଲଢ଼ିବ ଓ ଜିତିବ: ମନମୋହନ ସାମଲ

ମୁଖ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପ୍ରଶାସନ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିବେ ନିର୍ବାଚନ କମିଶନ । ନିର୍ବାଚନ ପାଇଁ ଓଡ଼ିଶାରେ ସ୍ଥିତି, ପରିସ୍ଥିତି ଓ ପରିବେଶ କେମିତି ରହିଛି ସେନେଇ ତର୍ଜମା କରିବେ । ଏହାସହ ନିର୍ବାଚନ କମିଶନ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ହିପରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ବାଚନ ପାଇଁ ନିଆଯାଉଛି ବ୍ୟାପକ ପଦକ୍ଷେପ । ରାଜ୍ୟର ସମସ୍ତ ରିଟର୍ଣ୍ଣିଂ ଅଧିକାରୀ ଓ ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ 2 ଟି ପର୍ଯ୍ୟାୟରେ ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି । ଇଭିଏମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ ମଧ୍ୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.