ETV Bharat / bharat

ଲୁଟ ପାଇଁ ବୃଦ୍ଧାଙ୍କୁ ନିର୍ମମ ହତ୍ୟା ! ଡ୍ରମରୁ ଠାବ ହେଲା ଖଣ୍ଡବିଖଣ୍ଡିତ ମୃତଦେହ

author img

By ETV Bharat Odisha Team

Published : Feb 26, 2024, 10:42 PM IST

Elderly woman murdered, chopped body parts found in a drum in Bengaluru: ଏକାକୀ ରହୁଥିବା ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ଡ୍ରମରୁ ଠାବ ହେଲା ଖଣ୍ଡବିଖଣ୍ଡିତ ମୃତଦେହ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ବୃଦ୍ଧାଙ୍କୁ ନିର୍ମମ ହତ୍ୟା, ଡ୍ରମରୁ ଠାବ ହେଲା ଖଣ୍ଡବିଖଣ୍ଡିତ ମୃତଦେହ

  • " class="align-text-top noRightClick twitterSection" data="">

ବେଙ୍ଗାଲୁରୁ: ଏକାକୀ ରହୁଥିବା ଜଣେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା । ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଡ୍ରମରେ ଲୁଚାଇ ଫେରାର ହୋଇଯାଇଛନ୍ତି ଅଭିଯୁକ୍ତ । ଏହି ହତ୍ୟାକାଣ୍ଡରେ ଏକାଧିକ ଅଭିଯୁକ୍ତ ସାମିଲ ଥିବା ଓ ଲୁଟ ଉଦ୍ଦେଶ୍ୟରେ ଏହି ହତ୍ୟା କରିଥିବା ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି । ବେଙ୍ଗାଲୁରୁର କେ.ଆର ପୁରା ସ୍ଥିତ ନିସର୍ଗ ଲେ-ଆଉଟରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ପୋଲିସ ଟିମ୍‌ ଏକ ଡ୍ରମ ଭିତରୁ ବୃଦ୍ଧଙ୍କ ବିଖଣ୍ଡିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । କଲୋନୀରେ ଲାଗିଥିବା ସିସିଟିଭିରୁ ହତ୍ୟାକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ କରୁଛି ପୋଲିସ । ବୃଦ୍ଧାଙ୍କ ଜଣେ ସମ୍ପର୍କୀୟ ଯୁବକକୁ ପୋଲିସ ଅଟକ ରଖିଛି ।

ପ୍ରାଥମିକ ତଦନ୍ତ ପରେ ପୋଲିସ ସୂତ୍ରରୁ ସାମ୍ନାକୁ ଆସିଥିବା ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ବୃଦ୍ଧା 65 ବର୍ଷୀୟା ସୁଶୀଲମା ଭାବେ ଚିହ୍ନଟ ହୋଇଛନ୍ତି । ବୃଦ୍ଧା ଜଣକ ନିସର୍ଗ ଲେ-ଆଉଟରେ ଏକ ଫ୍ଲାଟରେ ଏକାକୀ ରହୁଥିଲେ । ସେହି ସୋସାଇଟିର ଅନ୍ୟ ବିଲ୍ଡିଂରେ ତାଙ୍କ ପୁଅ ଓ ଝିଅ ମଧ୍ୟ ରହୁଛନ୍ତି । ବୃଦ୍ଧାଜଣକ କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ମଧ୍ୟ ସକ୍ରିୟ ଭାବେ କାମ କରିଥିଲେ । ଗତକାଲି ତାଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା । ବୃଦ୍ଧାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ନିକଟରେ ଥିବା ଏକ 10 ଲିଟର କ୍ଷମତା ବିଶିଷ୍ଟ ଡ୍ରମରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଆଜି କଲୋନୀ ବାସିନ୍ଦାଙ୍କ ଠାରୁ ସୂଚନା ପାଇବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ବୃଦ୍ଧାଙ୍କ ସହ ସମ୍ପର୍କ ଥିବା ଦୀନେଶ ନାମକ ଜଣେ ପରିଚିତ ବ୍ୟକ୍ତିକୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ :- ପରିଚୟ ଲୁଚାଇ ହିନ୍ଦୁ ଯୁବତୀଙ୍କ ସହ ପ୍ରେମ, ବିବାହ ପାଇଁ ଆସି ଧରାପଡିଲା ମୁସଲିମ ଯୁବକ

ପୋଲିସ କହିବା ଅନୁସାରେ, ବୃଦ୍ଧାଜଣକ ଏକକୀ ରହୁଥିବା କାରଣରୁ ତାଙ୍କ ଠାରୁ ଲୁଟ କରିବା ଉଦ୍ଦେଶ୍ୟରେ ହତ୍ୟାକାଣ୍ଡକୁ ରୂପ ଦିଆଯାଇଛି । ହେଲେ ମୃତଦେହକୁ ଏକାଧିକ ଖଣ୍ଡ କରି କଟା ଯାଇଥିବାରୁ, ଏଥିରେ ଏକାଧିକ ହତ୍ୟାକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି । ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି । ଜଣେ ସନ୍ଦିଗ୍ଧ ଅଭିଯୁକ୍ତକୁ ଅଟକ ରଖାଯାଇ ଜେରା କରାଯାଉଛି । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.