ETV Bharat / bharat

ଧରା ଦେଉନାହାନ୍ତି କେଜ୍ରିଓ୍ବାଲ, 8ମ ସମନ ଜାରି କଲା ED

author img

By ETV Bharat Odisha Team

Published : Feb 27, 2024, 5:47 PM IST

ED issues 8th summons to Delhi CM Arvind Kejriwal: ଦିଲ୍ଲୀ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ 8ମ ସମନ ଜାରି କଲା ED । ଗତକାଲି ସପ୍ତମ ସମନରେ ହୋଇନଥିଲେ ହାଜର । ଅଧିକ ପଢନ୍ତୁ

ଧରା ଦେଉନାହାନ୍ତି କେଜ୍ରିଓ୍ବାଲ, 8ମ ସମନ ଜାରି କଲା ED
ଧରା ଦେଉନାହାନ୍ତି କେଜ୍ରିଓ୍ବାଲ, 8ମ ସମନ ଜାରି କଲା ED

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ମଧ୍ୟରେ ଲୁଚକାଳି ଖେଳ ଜାରି ରହିଛି । କେନ୍ଦ୍ରୀୟ ସଂସ୍ଥାର ଗୋଟିଏ ପରେ ଗୋଟିଏ ସମନକୁ କେଜ୍ରିଓ୍ବାଲ ଏଡାଇବାରେ ଲାଗିଥିବା ବେଳେ ‘ଇଡି’ ମଧ୍ୟ କ୍ରାମଗତ ସମନ ଜାରି କରିବାରେ କୌଣସି ଅବସର ଛାଡୁନି । ଗତକାଲି 7ମ ସମନରେ ହାଜର ନହେବା ପରେ ଏହାର ମାତ୍ର 24 ଘଣ୍ଟା ମଧ୍ୟରେ ଆଜି କେନ୍ଦ୍ରୀୟ ସଂସ୍ଥା 8ମ ସମନ ଜାରି କରିଛି । କେଜ୍ରିଓ୍ବାଲଙ୍କୁ ଆସନ୍ତାମାସ (ମାର୍ଚ୍ଚ) 4 ତାରିଖରେ ହାଜର ହେବାକୁ ସଦ୍ୟତମ ସମନରେ କୁହାଯାଇଛି ।

ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କ ବିରୋଧରେ କୋର୍ଟରେ ମଧ୍ୟ ହାଜର ହୋଇଥିଲା । କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ ଜାରି କରି ପକ୍ଷ ରଖିବା ପାଇଁ କହିଥିଲେ । ଭିସି ଜରିଆରେ କେଜ୍ରିଓ୍ବାଲ ହାଜର ମଧ୍ୟ ହୋଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି 16 ମାର୍ଚ୍ଚକୁ ସ୍ଥଗିତ ରଖାଯାଇଛି । ଏହାରି ମଧ୍ୟରେ କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଇଡି କିନ୍ତୁ ସମନର ଧାରା ଜାରି ରଖିଛି । 22 ତାରିଖରେ ସଂସ୍ଥା 7ମ ସମନ ଜାରି କରି ଚଳିତମାସ 26 ତାରିଖ (ଗତକାଲି) ହାଜର ହେବା ପାଇଁ କହିଥିଲା । ହେଲେ ଗତକାଲି ମଧ୍ଯ କେଜ୍ରିଓ୍ବାଲ ହାଜର ହୋଇନଥିଲେ । ତାର ମାତ୍ର 24 ଘଣ୍ଟା ମଧ୍ୟରେ ସଂସ୍ଥା ପୁଣି ପରବର୍ତ୍ତୀ ସମନ ଜାରି କରିଛି ।

ଏଠାରେ ସୂଚନାଯୋଗ୍ୟ ଯେ, 2020 ନଭେମ୍ବର 17 ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ବିବାଦ ଘେରକୁ ଆସିଥିଲା । ମଦ ବ୍ୟବସାୟୀଙ୍କୁ ଲାଭ ପହଞ୍ଚାଇବା ଓ ସେମାନଙ୍କ ଠାରୁ ରାଜନୈତିକ ଚାନ୍ଦା ସଂଗ୍ରହ କରାଯିବା ଉଦ୍ଦେଶ୍ୟରେ ଏହି ନୂଆ ନୀତି ଲାଗୁ କରାଯାଇଥିବା ଅଭିଯୋଗ ହୋଇଥିଲା । 2022 ଜୁଲାଇ 2 ତାରିଖରେ ଦିଲ୍ଲୀ ଉପ-ରାଜ୍ୟପାଳ ବିନୟ ସକ୍ସେନା ଏହି ମାମଲାର ତଦନ୍ତ ‘ସିବିଆଇ’ ଦ୍ବାରା କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ସୁପାରିଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଋଷ ସେନାରେ ୟୁକ୍ରେନ ବିରୋଧରେ ଲଢୁଛନ୍ତି କାଶ୍ମୀର ଯୁବକ, ଫେରାଇ ଆଣିବାକୁ ସରକାରକୁ ପରିବାରର ନିବେଦନ

ଏହା ପରେ ଶାସକ ଆମ ଆଦମୀ ପାର୍ଟିର ଅଡୁଆ ବଢିଥିଲା । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ଜେଲ ଗଲେ । ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ସମାନ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ଉଭୟ ନେତାଙ୍କୁ ବର୍ତ୍ତମାନ ସୁଦ୍ଧା ବେଲ୍‌ ମିଳିନି । ପରେ ଏହି ମାମଲାର ତଦନ୍ତରେ ସିଧା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଭୂମିକା ମଧ୍ୟ ଯୋଡି ହୋଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତବର୍ଷ ନଭେମ୍ବର 2 ରେ କେଜ୍ରିଓ୍ବାଲଙ୍କୁ ପ୍ରଥମ ସମନ ଜାରି କରି ହାଜର ହେବା ପାଇଁ କହିଥିଲା । ଏବେ ସୁଦ୍ଧା କେଜ୍ରିଓ୍ବାଲଙ୍କୁ ମୋଟ 8ଟି ସମନ ଜାରି ହୋଇଥିବା ସତ୍ତ୍ବେ ମଧ୍ୟ ସେ ହାଜର ହୋଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.