ETV Bharat / bharat

କେଜ୍ରିଓ୍ବାଲଙ୍କ ଆବେଦନରେ କୋର୍ଟରେ EDର ସତ୍ୟପାଠ:‘ 9ଟି ସମନକୁ ଉଦ୍ଦେଶ୍ୟମୂଳକ ଭାବେ ଏଡାଇଥିଲେ କେଜ୍ରିଓ୍ବାଲ’ - ED files reply in Delhi HC

author img

By ETV Bharat Odisha Team

Published : Apr 2, 2024, 9:59 PM IST

ED files reply in Delhi HC opposing plea by Arvind Kejriwal challenging his arrest: କେଜ୍ରିଓ୍ବାଲଙ୍କ ଆବେଦନରେ ଦିଲ୍ଲୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କହିଲା, ପର୍ଯ୍ୟାପ୍ତ ସୁଯୋଗ ପାଇଥିଲେ ମଧ୍ୟ ତଦନ୍ତରେ ସହଯୋଗ କରିନଥିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ବେଲ ଆବେଦନକୁ ବିରୋଧ କରି କୋର୍ଟରେ EDର ସତ୍ୟପାଠ:‘9ଟି ସମନକୁ ଉଦ୍ଦେଶ୍ୟମୂଳକ ଭାବେ ଏଡାଇଥିଲେ କେଜ୍ରିଓ୍ବାଲ’

ନୂଆଦିଲ୍ଲୀ: ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କରିଥିବା ଆବେଦନରେ ଆଜି କେନ୍ଦ୍ରୀୟ ସଂସ୍ଥା ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ସତ୍ୟପାଠ ଜରିଆରେ ଉତ୍ତର ରଖିଛି । କେଜ୍ରିଓ୍ବାଲଙ୍କ ଆବେଦନକୁ ବିରୋଧ କରି ଇଡି କହିଛି, କେଜ୍ରିଓ୍ବାଲ ଉଦ୍ଦେଶ୍ୟମୂଳକ ଭାବେ 9ଟି ସମନ ପାଇବା ପରେ ମଧ୍ୟ ହାଜର ହୋଇନଥିଲେ କିମ୍ବା ତଦନ୍ତରେ ଆଦୌ ସହଯୋଗ କରିନଥିଲେ । ଏହି ମମଲାର ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା । ସଂସ୍ଥା ତାଙ୍କୁ କ୍ରମାଗତ 9ଟି ସମନ ଜାରି କରିଥିଲେ ସୁଦ୍ଧା ସେ ଉଦ୍ଦେଶ୍ୟମୂଳକ ଭାବେ ହାଜର ନହେବା ସହ କୌଣସି ସହଯୋଗ ମଧ୍ୟ କରିନଥିଲେ ।

ସତ୍ୟପାଠରେ ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସଂସ୍ଥା କହିଛି, ଦିଲ୍ଲୀ ଅବକାରୀ ଘୋଟାଲାରେ ଶାସକ ଦଳ ‘ଆମ ଆଦମୀ ପାର୍ଟି’କୁ ବେଶ ଲାଭ ମିଳିଛି । ଏହି ଘୋଟାଲାରୁ ସଂଗ୍ରହ କରାଯାଇଥିବା ଅର୍ଥରାଶିକୁ ଦଳ 2022ରେ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ ମଧ୍ୟ କରିଛି । AAP ଅରବିନ୍ଦ କେଜ୍ରିୱାଲଙ୍କ ମାଧ୍ୟମରେ ଅର୍ଥ ହେରଫେର ଅପରାଧ କରିଛି ଓ ଏହା 2002- ଆର୍ଥିକ ହେରଫେର ନିବାରଣ ଅଧିନିୟମ (PMLA) ଅଧୀନରେ ଆସୁଛି । ଏହି ପୁରା ପ୍ରକ୍ରିୟାରେ ଅରବିନ୍ଦ କେଜ୍ରିଓ୍ବାଲ ପ୍ରତ୍ୟେକ୍ଷ ସମ୍ପୃକ୍ତ ।

ତେବେ ଗତମାସ (ମାର୍ଚ୍ଚ) 21 ତାରିଖରେ ଗିରଫ ହେବା ପରେ କେଜ୍ରିଓ୍ବାଲ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ତାଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇ ଜେରା ମଧ୍ୟ କରିସାରିଛି । ତେବେ ଏହି ଗିରଫଦାରୀକୁ ବେଆଇନ ଦର୍ଶାଇ କେଜ୍ରିଓ୍ବାଲ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । କୋର୍ଟ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଉପରେ କୌଣସି ଅନ୍ତରୀଣ ରହିତାଦେଶ ଜାରି କରିବା ପାଇଁ ମନା କରିବା ସହ 2ତାରିଖ ସୁଦ୍ଧା ବିସ୍ତୃତ ତଥ୍ୟ ରଖିବା ପାଇଁ ‘ଇଡି’କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ନିର୍ଦ୍ଧାରିତ ସମୟରେ ‘ଇଡି’ ସତ୍ୟପାଠ ଦାଖଲ କରିଛି । ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ତଥା ଚୂଡାନ୍ତ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ ।

ଏହା ମଧ୍ୟ ପଢନ୍ତୁ:- ପିକନିକ ହେଲା କାଳ, ସ୍କୁଲବସ ଓଲଟି 6 ଶିଶୁ ମୃତ, 25ରୁ ଅଧିକ ଆହତ - SCHOOL BUS OVERTURNED in UP

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ପ୍ରଥମେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା କେଜ୍ରିଓ୍ବାଲ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ଏପର୍ଯ୍ୟନ୍ତ ବେଲ ପଇବାରେ ସକ୍ଷମ ହୋଇନାହାନ୍ତି । ଆଜି ଏହି ମାମଲାରେ ଗିରଫ ଅନ୍ୟତମ ଆମ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ସର୍ବୋଚ୍ଚ କୋର୍ଟରୁ ବେଲ ମିଳିଛି । ଆସନ୍ତାକାଲି କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.