ETV Bharat / bharat

ବିକଶିତ ଭାରତ ମେସେଜ ଉପରେ ରୋକ ଲଗାଇଲେ ନିର୍ବାଚନ କମିଶନ - ECI ON VIKSIT BHARAT MESSAGE - ECI ON VIKSIT BHARAT MESSAGE

ECI On Viksit Bharat Massages: ଲୋକସଭା ନିର୍ବାଚନ 2024 ତାରିଖ ଘୋଷଣା ହେବା ସହିତ ଦେଶରେ ଆଚରଣ ବିଧି ଲାଗୁ କରାଯାଇଛି । ଏଭଳି ସ୍ଥିତିରେ ବିକଶିତ ଭାରତ ମେସେଜ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଅଧିକ ପଢନ୍ତୁ,

EC On Vikasit Bharat Massages
EC On Vikasit Bharat Massages
author img

By ETV Bharat Odisha Team

Published : Mar 21, 2024, 2:47 PM IST

Updated : Mar 21, 2024, 3:22 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଆକ୍ସନ ମୋଡରେ ନିର୍ବାଚନ ଆୟୋଗ । ବିକଶିତ ଭାରତ ମେସେଜ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ । ଗତ କିଛି ଦିନ ହେବ ହ୍ବାଟ୍ସଆପରେ ବିକଶିତ ଭାରତ ନାମରେ ମେସେଜ ପଠାଇ ମୋଦି ସରକାରଙ୍କ ପ୍ରଚାର କରାଯାଉଥିଲା । ବର୍ତ୍ତମାନ ନିର୍ବାଚନ ଆୟୋଗ ଏହି ମେସେଜ ଉପରେ ରୋକ୍ ଲଗାଇଛନ୍ତି । ଏନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନ କମିଶନ କହିଛନ୍ତି ଯେ, '"ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ଲୋକମାନଙ୍କ ନିକଟକୁ ବିକଶିତ ଭାରତର ମେସେଜ ଯାଉଛି । ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ । ତେବେ ଏହି ପରୀପ୍ରେକ୍ଷୀରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ନିର୍ବାଚନ ଆୟୋଗକୁ ଅବଗତ କରାଯିବା ଉଚିତ ।" ପ୍ରକାଶଥାଉକି, ଲୋକସଭା ନିର୍ବାଚନ 2024 ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁହେଲା ପରେ ମଧ୍ୟ ନାଗରିକଙ୍କ ଫୋନକୁ ବିକଶିତ ଭାରତର ମେସେଜ ଆସୁଥିବା ନେଇ ଅଭିଯୋଗ ହୋଇଥିଲା ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ପ୍ରତିକ୍ରିୟା: ନିର୍ବାଚନ ଆୟୋଗଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, "ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ମେସେଜ ପଠାଯାଇଥିଲା । କିନ୍ତୁ କିଛି ମେସେଜ ସିଷ୍ଟମ ଏବଂ ନେଟଓର୍କ ସମସ୍ୟା ଯୋଗୁଁ ବିଳମ୍ବରେ ଡେଲିଭର ହୋଇଥିଲା । "

ଏହା ମଧ୍ୟ ପଢନ୍ତୁ: ବାଜିଲା ନିର୍ବାଚନ ବିଗୁଲ, ଲାଗୁ ହେଲା ଆଚରଣ ସଂହିତା; ଜାଣନ୍ତୁ କଣ ଏହି କଟକଣା

କଣ ମାମଲା ?: ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ଏହାସହ ଗତ 16 ତାରିଖରେ ହିଁ ଆଚରଣ ସଂହିତା ଲାଗୁ ହୋଇ ସାରିଛି । ତେବେ କେନ୍ଦ୍ର ସରାକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରାଯାଇଥିଲା ବିକଶିତ ଭାରତକୁ ସମସ୍ତ ଜନସାଧାରଣଙ୍କୁ ପଠାଯାଉଥିଲା । ତେବେ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ଏହି ମେସେଜ ଆସୁଥିବା ନେଇ ନିର୍ବାଚନ ଆୟୋଗ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ବାରମ୍ବାର ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବିକଶିତ ଭାରତ ମେସେଜ କଣ ?: ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2040 ସୁଦ୍ଧା ଦେଶକୁ ବିକଶିତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ଅର୍ଥନୈତିକ ସମୃଦ୍ଧତା, ସାମାଜିକ ପ୍ରଗତି ସହିତ ବିକାଶର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରିଥାଏ । ତେବେ ବିକଶିତ ଭାରତ ମେସେଜରେ ଲେଖା ହୋଇଥାଏ, " ଗତ ଦଶ ବର୍ଷ ମଧ୍ୟରେ ଦେଶର 140 କୋଟିରୁ ଅଧିକ ନାଗରିକ ଭାରତ ସରକାରଙ୍କ ଯୋଜନାରେ ସିଧାସଳଖ ଉପକୃତ ହୋଇଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଉପକୃତ ହେବେ। ଏକ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ଆପଣଙ୍କର ସମର୍ଥନ ଏବଂ ଆପଣଙ୍କର ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଯୋଜନାଗୁଡିକ ସମ୍ବନ୍ଧରେ ଆପଣଙ୍କର ମତାମତ ଲେଖିବାକୁ ଆପଣଙ୍କୁ ଅନୁରୋଧ ।"

Last Updated : Mar 21, 2024, 3:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.