ETV Bharat / bharat

ନିର୍ବାଚନୀ ପର ହିଂସା ନେଇ ECIଙ୍କ ଛାଟ, ଆନ୍ଧ୍ର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ରିପୋର୍ଟ ତଲବ - EC Summons Andhra Chief Secretary

author img

By ETV Bharat Odisha Team

Published : May 15, 2024, 5:01 PM IST

EC Summons Andhra Chief Secretary, DGP: ଗତ ମଙ୍ଗଳବାର ଦିନ ଆନ୍ଧ୍ରରେ ଦେଖା ଦେଇଥିବା ନିର୍ବାଚନ ପର ହିଂସାକୁ ନେଇ ନିର୍ବାଚନ କମିଶନଙ୍କ କଡା ତାଗିଦ । ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

EC Takes Serious Note Of Andhra Poll Violence
EC Takes Serious Note Of Andhra Poll Violence (ETV Bharat)

ନୂଆଦିଲ୍ଲୀ: ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଭାରତୀୟ ନିର୍ବାଚନ କମିଶନଙ୍କ କଡା ଆଭିମୁଖ୍ୟ । ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନିଜର କୈଫିୟତ ଦେବାକୁ ପଠାଇଛନ୍ତି ସମନ । ଗତକାଲି (ମଙ୍ଗଳବାର) ଆନ୍ଧ୍ର ପ୍ରଦେଶରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ସଂଜ୍ଞାନକୁ ନେଇ ଉଭୟ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଗୁରୁବାର ଦିନ ଉଭୟ ବରିଷ୍ଠ ଅଧିକାରୀ ନିର୍ବାଚନ ପରିଚାଳନା ଜନିତ ବିଫଳତା ନେଇ ନିଜର ସ୍ପଷ୍ଟୀକରଣ ରଖିବେ ।

ରାଜ୍ୟରେ ଏଯାବତ ଆଦର୍ଶ ଆଚରଣ ବିଧି ଲାଗୁ ରହିଥିବା ନେଇ ସୂଚାଇବା ସହ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ତାଗିଦ କରିଛନ୍ତି ।ଭାରତୀୟ ନିର୍ବାଚନ କମିଶନ ସମୃଦ୍ଧ ଗଣତନ୍ତ୍ରରେ ହିଂସାକୁ ପ୍ରଶୟ ନଦେବା ପାଇଁ ବାରମ୍ବାର ଗୁରୁତ୍ବ ଦେଇ ଆସୁଛନ୍ତି । ଏହା ସହ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ଦିନ ଠାରୁ ଖୋଦ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କିଭଳି ଅହିଂସା ପୂର୍ବକ, ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ସେ ନେଇ ନିଜେ ସ୍ବୟଂ ନିରୀକ୍ଷଣ କରୁଛନ୍ତି ବୋଲି ନିର୍ବାଚନ କମିଶନର ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ବାରଣାସୀ ଓ ଗଙ୍ଗାନଦୀ ପ୍ରତି ଥିବା ଉତ୍ତରଦାୟିତ୍ବକୁ ନେଇ ମୋଦିଙ୍କୁ କଂଗ୍ରେସର ସମାଲୋଚନା - Jayaram Ramesh Slams Pm Modi

ଆସନ୍ତା ଗୁରୁବାର ଦିନ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ନିର୍ବାଚନ କମିଶନର ଅଫିସରେ ହାଜିର ହେବାକୁ କୁହାଯାଇଛି । ଏହା ସହ ଭବିଷ୍ୟତରେ ଏହିଭଳି ଅଘଟଣକୁ ରୋକିବା ପାଇଁ କଣ କଣ ପ୍ରତିକାରମୂଳକ ପଦକ୍ଷେପ ନିଆଯାଇଛି ତାହା ସମ୍ପର୍କରେ ଆଲୋକପାତ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶରେ ସୋମବାର ଦିନ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିନ୍ତୁ ମଙ୍ଗଳବାର ଦିନ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଥିଲା । ଏହି ରାଜନୈତିକ ହିଂସା ପାଇଁ ଶାସକ ଦଳ ୱାଇଏସଆର କଂଗ୍ରେସ ଓ ବିରୋଧୀ ଟିଡିପିର ନେତା ଓ କର୍ମୀ ପରସ୍ପରକୁ ଦୋଷାରୋପ କରିଛନ୍ତି । ଆନ୍ଧ୍ର ପ୍ରଦେଶର ପାଲନାଡୁ ଓ ରୟାଲସୀମା ଭଳି ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା । ସେହିଭଳି ମଚରଲା, ଗୁରାଜଲା ଓ ନରସରାଓପେଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ୧୪୪ ଧାରା ଲାଗୁ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.