ETV Bharat / bharat

DRDOର 'ଲଢୁଆ ହେଲିକପ୍ଟର' ମଡେଲ୍‌ ଗାଏବ, ବର୍ଷେ ପରେ ଜାଣିଲେ ଅଫିସର - DRDO helicopter missing - DRDO HELICOPTER MISSING

ARMY HELICOPTER MISSING: ଡିଆରଡିଓର ଲଢୁଆ ହେଲିକପ୍ଟର ମଡେଲ୍‌ ଗାଏବ । 65 କ୍ବିଣ୍ଟାଲ ଆବର୍ଜନାରୁ ନିର୍ମିତ ହୋଇଥିଲା । ଅଧିକ ପଢନ୍ତୁ

ARMY HELICOPTER
ARMY HELICOPTER (ETV Bharat)
author img

By ETV Bharat Odisha Team

Published : May 18, 2024, 4:12 PM IST

ଲକ୍ଷ୍ନୌ: ବୃନ୍ଦାବନ ଯୋଜନାରେ ଡିଫେନ୍ସ ଏକ୍ସପୋଷ୍ଟ ଠାରେ ଥିବା ଡିଆରଡିଓର ଲଢୁଆ ହେଲିକପ୍ଟରର ଡିସପ୍ଲେ ମଡେଲ ଗାଏବ । ଆଜି କି କାଲି ନୁହେଁ, ଦୀର୍ଘ ବର୍ଷେ ଧରି ଗାଏବ ହେବା ପରେ ଏବେ ଅଫିସରମାନେ ଏନେଇ ଅବଗତ ହୋଇଛନ୍ତି । ଆବର୍ଜନାରୁ ପ୍ରସ୍ତୁତ ହୋଇଥିବା ଏହି ହେଲିକପ୍ଟରର ମୂଲ୍ୟ 45 ଲକ୍ଷ ରହିଥିଲା । କିଏ ଏହି ହେଲିକପ୍ଟରକୁ ନେଲା ସେ ନେଇ ଜଣାପଡ଼ିନାହିଁ । ଡିଆରଡିଓ ଅଧିକାରୀମାନେ ମଧ୍ୟ ଏନେଇ ଜାଣିନଥିବା କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, 2020 ଫେବୃଆରୀ ବୃନ୍ଦାବନ ଯୋଜନାର ଡିଫେନ୍ସ ଏକ୍ସପୋରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେନ (DRDO)ରେ ତିଆରି ହୋଇଥିବା ଲଢୁଆ ହେଲିକପ୍ଟର 'ଚିନୁକ୍‌' ମଡେଲ ମଧ୍ୟ ପ୍ରଦର୍ଶନୀ ପାଇଁ ରଖାଯାଇଥିଲା । ଏହା ହେଲିକପ୍ଟରଟି 65 କ୍ବିଣ୍ଟାଲ ଆବର୍ଜନାରୁ ନିର୍ମିତ ହୋଇଥିବା ବେଳେ ଏଥିଲାଗି 45 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ମଡେଲଟି ଗାଏବ ଥିବା ନେଇ ଅଧିକାରୀମାନେ ମଧ୍ୟ ଅବଗତ ନଥିଲେ ।

ଚିନୁକ୍‌ ହେଲିକପ୍ଟରର ଏହି ମଡେଲ ଗାଏବ ହେବା ନେଇ 2023 ଏପ୍ରିଲରେ ନଗର ବିକାଶ ବିଭାଗର ଯୁଗ୍ମ ସଚିବ କଲ୍ୟାଣ ବାନାର୍ଜୀଙ୍କ ନିକଟରେ ନିଗମର ଅନ୍ୟ ଅଧିକାରୀ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ହିଁ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ତଦନ୍ତ ବେଳେ ଯୁଗ୍ମ ସଚିବ କଲ୍ୟାଣ ବାନାର୍ଜୀ ଲକ୍ଷ୍ନୌ ନଗର ନିଗମକୁ ଏନେଇ ପ୍ରଶ୍ନ କରିଥିଲେ । ମଡେଲଟି ମରାମତି ପାଇଁ ଗୋମତି ନଗର ସ୍ଥିତ ରବିଶ ଆଣ୍ଡ ରିମୁଭେବଲ ଆରଆର କାର୍ଯ୍ୟଶାଳାରେ ଥିବା ନେଇ 8 ଜୋନର ସେନେଟାରୀ ଅଫିସର ରାଜେଶ ଝା କହିଥିଲେ । ହେଲେ ଏବେ ଉକ୍ତ କାର୍ଯ୍ୟଶାଳାରେ ମଡେଲ ମଧ୍ୟ ନାହିଁ ।

ଏହା ବି ପଢନ୍ତୁ- ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାରେ ଆଉ ପାଦେ, ପ୍ରଥମ ଉଡାଣ ଭରିଲା ସ୍ବଦେଶୀ ଲଢୁଆ ବିମାନ ‘ତେଜସ MK-1A’

ଆରଆର ପ୍ରଭାରୀ ମନୋଜ ପ୍ରଭାତଙ୍କ କହିବାନୁସାରେ ସେନା ସହ ଜଡ଼ିତ କୌଣସି ହେଲିକପ୍ଟର ମଡେଲକୁ କାର୍ଯ୍ୟଶାଳାକୁ ଅଣାଯାଇନାହିଁ । ଏହି ଲଢୁଆ ହେଲିକପ୍ଟରର ମଡେଲ କେଉଁଠି ଅଛି ତାହା ଜଣାପଡିନାହିଁ । ସେନା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ପାଇଁ ଡିଫେନ୍ସ ଏକ୍ସପୋ ଭେନ୍ୟୁରେ ଅନେକ ପ୍ରକାରର ମଡେଲ ପ୍ରଦର୍ଶିତ ହୋଇଥିଲା । DRDOରେ ନିର୍ମିତ ଚିନୁକ୍ ହେଲିକପ୍ଟରର ମଡେଲ ପ୍ରବେଶ ଦ୍ବାର ନିକଟରେ ହିଁ ସ୍ଥାପନ କରାଯାଇଥିଲା । ଏକ୍ସପୋକୁ ଆସୁଥିବା ପରିଦର୍ଶକମାନେ ଚିନୁକ୍ ହେଲିକପ୍ଟରର ଏହି ପ୍ରଦର୍ଶନୀ ମଡେଲ୍ ସହିତ ସେଲଫି ମଧ୍ୟ ନେଇଥିଲେ । କାର୍ଯ୍ୟକ୍ରମ ଶେଷ ହେବା ପରେ ହେଲିକପ୍ଟରଟି ଏଠାରେ ରହିଥିଲା । କିନ୍ତୁ ଗତ କିଛି ଦିନ ଧରି ଏହି ମଡେଲଟି ନିଖୋଜ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.