ETV Bharat / bharat

ଗେରୁଆ ହେଲା ଦୂରଦର୍ଶନ ଲୋଗୋ, ବିରୋଧୀ କହିଲେ ‘ପ୍ରସାର ଭାରତୀ’ ଏବେ ‘ପ୍ରଚାର ଭାରତୀ’ - New Orange Logo

Doordarshan's New Orange Logo Sparks Criticism: ନିର୍ବାଚନ ପୂର୍ବରୁ ବଦଳିଲା ଦୂରଦର୍ଶନ ଲୋଗୋ । ଗେରୁଆ ରଙ୍ଗ ହେବା ପରେ ବିରୋଧୀ କଲେ ସମାଲୋଚନା । ରାଷ୍ଟ୍ରୀୟ ପ୍ରସାରକ ସମ୍ପର୍କରେ ଦେଶବାସୀଙ୍କ ବିଶ୍ବସନୀୟତା ଦୁର୍ବଳ ହେବ । ଅଧିକ ପଢନ୍ତୁ

ଗେରୁଆ ହେଲା ଦୂରଦର୍ଶନ ଲୋଗୋ, ଉଠିଲା ବିବାଦ
ଗେରୁଆ ହେଲା ଦୂରଦର୍ଶନ ଲୋଗୋ, ଉଠିଲା ବିବାଦ
author img

By ETV Bharat Odisha Team

Published : Apr 20, 2024, 2:24 PM IST

Updated : Apr 20, 2024, 6:59 PM IST

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପ୍ରସାରଣ ସଂସ୍ଥା ‘ଦୂରଦର୍ଶନ’ ତାର ନୂତନ ଲୋଗୋ ଉନ୍ମୋଚନ କରିଛି । ଲୋଗୋରେ କୌଣସି ବିଶେଷ ପରିବର୍ତ୍ତନ କରାଯାଇନଥିବା ବେଳେ ଏହାର ରଙ୍ଗ ନାଲି ପରିବର୍ତ୍ତେ ଗେରୁଆ ବା ନାରଙ୍ଗୀ କରାଯାଇଛି । ନିକଟରେ ସଂସ୍ଥା ଏକ ପ୍ରମୋସନ ଭିଡିଆ ଜାରି କରି ନୂତନ ଲୋଗୋ ସମ୍ପର୍କରେ ସୂଚନା ଦେଇଛି । ତେବେ ଏହି ଗେରୁଆ ରଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଏହି ରଙ୍ଗ କେନ୍ଦ୍ରରେ ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ଦଳୀୟ ରଙ୍ଗ ସହ ମିଶୁଥିବାରୁ ଏହି ପରିବର୍ତ୍ତନ ଏବେ ରାଜନୈତିକ ବିବାଦ ଓ ସମାଲୋଚନା ଠାରୁ ଦୂରରେ ନାହିଁ ।

ସଂସ୍ଥାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନର ତୃଣମୂଳ କଂଗ୍ରେସ ସାଂସଦ ଜବାହାର ସରକାର ଏହାକୁ ନେଇ ଆପତ୍ତି ଦର୍ଶାଇଛନ୍ତି । ଏହା ରାଷ୍ଟ୍ରୀୟ ପ୍ରସାରଣକାରୀ ସଂସ୍ଥାର ଗେରୁଆକରଣ ବୋଲି ସେ କଟାକ୍ଷ କରି ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସଂସ୍ଥାର ପୂର୍ବତନ ପରିଚାଳନା ମୁଖ୍ୟ ଭାବେ ତାଙ୍କୁ ଏହା ବ୍ୟଥିତ କରୁଛି । ଏବେ ପ୍ରସାର ଭାରତୀ ପ୍ରଚାର ଭାରତୀରେ ପରବର୍ତ୍ତନ ହୋଇସାରିଲାଣି । ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା 2012ରୁ 2014ରେ ୟୁପିଏ ସରକାରରେ କେନ୍ଦ୍ର ପ୍ରସାରଣ ମନ୍ତ୍ରୀ ଥିବା ମନୀଷ ତିଓ୍ବାରୀ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । କହିଛନ୍ତି, ସରକାରୀ ସଂସ୍ଥାନକୁ କବଜାକୁ ନେବାରେ ଲାଗିଛନ୍ତି ସରକାର । ଏପରି କାମ ଦେଶରେ ରାଷ୍ଟ୍ରୀୟ ପ୍ରସାରକ କମ୍ପାନୀ ପ୍ରତି ଦେଶବାସୀଙ୍କର ଥିବା ବିଶ୍ବସନୀୟତାକୁ ଦୁର୍ବଳ କରିଦେବ ।

ଏହା ମଧ୍ୟ ପଢନ୍ତୁ :- ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର - BJD CANDIDATE LIST

ତେବେ ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହେବା ପରେ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ବିବେଦୀ କହିଛନ୍ତି ଯେ, ଏହି ରଙ୍ଗର ଲୋଗୋ ପୂର୍ବାପେକ୍ଷା ଅଧିକ ଆକର୍ଷଣୀୟ ଲାଗୁଛି । ଏହା ବୈଷୟିକ ଦୃଷ୍ଟିରୁ ମଧ୍ୟ ଗ୍ରହଣ କରାଯାଇଛି । ଭିଜୁଆଲ ଏସ୍ତେଟିକ କାରଣରୁ ଏହି ରଙ୍ଗକୁ ଚୟନ କରାଯାଇଛି । କେବଳ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇନି, ବରଂ ପୁରା ଲୁକକୁ ଅପଗ୍ରେଡ କରାଯାଇଛି । ହେଲେ ଏହାକୁ ନେଇ ଏପରି ଟିପ୍ପଣୀ କରିବା ଅତି ଦୁର୍ଭାଗ୍ୟଜନକ ବିଷୟ । ଏହା ବର୍ତ୍ତମାନ ସ୍ଥିତିରେ ଗ୍ରହଣୀୟ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2024, 6:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.