ETV Bharat / bharat

Unnao Shocker: ଗଙ୍ଗା ନଦୀରେ ବୁଡିଗଲେ ସ୍ବାସ୍ଥ୍ୟ ଉପନିର୍ଦ୍ଦେଶକ; ପତ୍ନୀ ଜଜ୍, ଭାଇ IAS, ଉଦ୍ଧାର ପାଇଁ ନଥିଲା ୧୦ ହଜାର କ୍ୟାସ୍ - Deputy Director Drown in Ganga - DEPUTY DIRECTOR DROWN IN GANGA

Health Dept Deputy Director Drown In Ganga River: ପତ୍ନୀ ଜଜ୍, ଭାଇ IAS ଆଉ ନିଜେ ସ୍ବାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ହେଉଛନ୍ତି ଆଦିତ୍ୟ ବର୍ଦ୍ଧନ ସିଂ। ଗଙ୍ଗା ନଦୀରେ ସ୍ନାନବେଳେ ସେ ବୁଡ଼ି ଯାଉଥିଲେ ବି ହୋଇପାରିଲାନି ଉଦ୍ଧାର । ତାଙ୍କୁ ଉଦ୍ଧାର କରିବାକୁ ୧୦ ହଜାର ଟଙ୍କା ଦାବି କରିଥିଲେ ଉପସ୍ଥିତ ନାବିକ । ଆଉ ତା' ପରେ କ'ଣ ହେଲା ଜାଣନ୍ତୁ ।

Deputy Director Drowns
Deputy Director Drowns (ETV Bharat UP)
author img

By ETV Bharat Odisha Team

Published : Sep 2, 2024, 1:14 PM IST

ଲକ୍ଷ୍ନୌ(ଉତ୍ତରପ୍ରଦେଶ): ଗଙ୍ଗା ନଦୀରେ ବୁଡ଼ିଗଲେ ସ୍ବାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର । ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୁଜାଜବର ଥାନା ଅଧୀନ କବିରପୁରର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡେପୁଟି ଡାଇରେକ୍ଟର ନିଜର ତିନି ଜଣ ସାଙ୍ଗଙ୍କ ସହ ପିକନିକ କରିବା ପାଇଁ ଯାଇଥିଲେ । ସମସ୍ତେ ମିଶି ଗଙ୍ଗା ସ୍ନାନ କରୁଥିବାବେଳେ ଅଚାନକ ଗଭୀର ପାଣି ମଧ୍ୟକୁ ଚାଲିଯାଇଥିଲେ ।

Deputy Director Drowns (ETV Bharat UP)

ଗଙ୍ଗା ସ୍ନାନବେଳେ ଭାସିଗଲେ:

ସମସ୍ତେ ମିଶି ଗଙ୍ଗାରେ ଗାଧୋଉଥିବାବେଳେ ଆଖି ପିଛୁଳାକେ ନଦୀର ସ୍ରୋତରେ ବହୁ ଗଭୀରକୁ ଚାଲିଗଲେ ସ୍ବାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ଆଦିତ୍ୟ ବର୍ଦ୍ଧନ ସିଂ। ଆଦିତ୍ୟ ବୁଡ଼ି ଯାଉଥିବାବେଳେ ତାଙ୍କୁ ବଞ୍ଚାଇବା ପାଇଁ ବନ୍ଧୁମାନେ ଯେତେ ଚେଷ୍ଟା କଲେ ସୁଦ୍ଧା ବିଫଳ ହୋଇଥିଲେ । ଗଙ୍ଗା ନଦୀର ପ୍ରବଳ ସ୍ରୋତରେ ସେ ବହୁ ଦୂରକୁ ଭାସି ଯାଇଥିଲେ । ଏହି ଖବର ପାଇବା ପରେ ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।

ଏହା ବି ପଢନ୍ତୁ...Train Cancelled: ଟ୍ରାକରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି; ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ଏସବୁ ଟ୍ରେନ ବାତିଲ - List Of Trains Cancelled

ଆଦିତ୍ୟ ବର୍ଦ୍ଧନଙ୍କ ହାଇପ୍ରୋଫାଇଲ ପରିବାର:

ସ୍ବାସ୍ଥ୍ୟ ବିଭାଗ ଉପନିର୍ଦ୍ଦେଶକ ଆଦିତ୍ୟ ବର୍ଦ୍ଧନ ହେଉଛନ୍ତି ବିହାର କ୍ୟାଡର ବରିଷ୍ଠ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମ୍ପର୍କୀୟ ଭାଇ । ଏହାସହ ଆଦିତ୍ୟ ବର୍ଦ୍ଧନ ଗୌରବଙ୍କ ପତ୍ନୀ ଶ୍ରେୟା ମିଶ୍ରା ଅକୋଲା ଜିଲ୍ଲା କୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ଘଟଣାକୁ ୩ ଦିନ ବିତିଯାଇଥିଲେ ବି ଶେଷ ସୂଚନା ସୁଦ୍ଧା ତାଙ୍କ ସନ୍ଧାନ ମିଳିପାରିନାହିଁ । କାନପୁରରୁ ଆରମ୍ଭ କରି ଗଙ୍ଗା ନଦୀର ଆଖପାଖ କୂଳରେ ସନ୍ଧାନ ଜାରି ରହିଛି । ନଦୀ ମଧ୍ୟରେ NDRF, SDRF ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି । ଏହାସହ ୭୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

Deputy Director Drowns
Deputy Director Drowns (ETV Bharat UP)

ଉଦ୍ଧାର ପାଇଁ ୧୦ହଜାର ଡିମାଣ୍ଡ:

ସେଠାରେ ଉପସ୍ଥିତ ଥିବା ନାବିକଙ୍କୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ ଆଦିତ୍ୟଙ୍କ ବନ୍ଧୁ । ହେଲେ ନାଉରୀମାନେ ଏଥିପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ । ସେମାନଙ୍କ ପାଖରେ ଟଙ୍କା (cash) ନଥିବାରୁ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିବାକୁ ଦାବି କରିଥିଲେ ନାଉରୀ । ବନ୍ଧୁମାନେ ଟଙ୍କା ଦେଇଥିଲେ ସୁଦ୍ଧା ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଆଉ ଆଦିତ୍ୟ ପାଣିର ସ୍ରୋତରେ ବହୁ ଦୂର ପର୍ଯ୍ୟନ୍ତ ଭାସି ଯାଇଥିଲେ ।

ଏହା ବି ପଢନ୍ତୁ...ଏମିତି ବି ଆସେ ମୃତ୍ୟୁ, ପୋଖରୀ କୂଳରେ ବସିଥିଲେ, ଟାଣି ନେଲା ଯମ ! - Seven Youths Died In Rajasthan

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.