ETV Bharat / bharat

ଆଜିଠୁ ମହାରାଷ୍ଟ୍ରରେ ଫଡନାବିସ ସରକାର, ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ହେବେ ସାମିଲ - DEVENDRA FADNAVIS MAHARASHTRA CM

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ । ଆଜି ସଂଧ୍ୟାରେ ଶପଥ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

DEVENDRA FADNAVIS
DEVENDRA FADNAVIS (@maharastrabjp)
author img

By ETV Bharat Odisha Team

Published : Dec 4, 2024, 1:07 PM IST

Updated : Dec 5, 2024, 10:10 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ହଟିଲା ମହା ସସପେନ୍ସ । ଦେବେନ୍ଦ୍ର ଫଡନାବିସ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ । ନିର୍ବାଚନ ଫଳାଫଳ ଆସିବା ପରେ କିଏ ବସିବ ମୁଖ୍ୟମନ୍ତ୍ରୀ ଚୌକିରେ ତାହାକୁ ନେଇ ଚାଲିଥିଲା ଛକାପଞ୍ଝା । ଦୀର୍ଘ ଦିନର ସସପେନ୍ସରେ ଲାଗିଛି ବିରାମ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ । ଆଜି ସଂଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଆଜି ଫଡନାବିସ ସରକାର:

ଆଜି (ଗୁରୁବାର) ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ । ନିର୍ବାଚନ ଫଳାଫଳରେ ମହାୟୁତି ମେଣ୍ଟର ଜବରଦସ୍ତ ଫଳାଫଳ ପରେ କିଏ ବସିବ ମୁଖ୍ୟମନ୍ତ୍ରୀ ଆସନରେ ତାକୁ ନେଇ ଜାରି ରହିଥିଲା ନାନା କଳ୍ପନାଜଳ୍ପନା । ଏକନାଥ ସିନ୍ଦେ ପୁଣି ବସିବେ ମୁଖ୍ୟମନ୍ତ୍ରୀ ଚୌକିରେ ନା ଦେବେନ୍ଦ୍ର ଫଡନାବିସ ହେବେ । ଏହାକୁ ନେଇ ଲଗାତାର ଗତ କିଛି ଦିନ ହେଲା ସସପେନ୍ସ ଲାଗି ରହିଥିଲା । ଶେଷରେ ଗତକାଲି(ବୁଧବାର) ଫଡନାବିସଙ୍କ ନାଁ ଘୋଷଣା ହୋଇଛି । ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।

ବିଜେପି କୋର କମିଟି ବୈଠକରେ ଫଡନାବିସଙ୍କ ନାଁରେ ମୋହର:

କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇପାରୁନଥିବା ବେଳେ ଶେଷରେ ବିଜେପିର କୋର କମିଟି ବୈଠକରେ ଦେବେନ୍ଦ୍ର ଫଡନାବିସଙ୍କ ନାଁରେ ମୋହର ମାରିଛି । ବୁଧବାର ବିଜେପିର କୋର କମିଟି ବୈଠକ ବସିଥିଲା । ସର୍ବସମ୍ମତି କ୍ରମେ ଦେବେନ୍ଦ୍ର ଫଡନାବିସଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ପାଇଁ କମିଟି ଚୟନ କରିଛି ।

ମୁଖ୍ୟମନ୍ତ୍ରୀ ବାଛିବାକୁ ନିର୍ମଳା ଓ ବିଜୟଙ୍କୁ ଦାୟିତ୍ବ:

ଗତ କିଛି ଦିନ ଧରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ଥିର ହୋଇପାରନଥିବା ବେଳେ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ବ ବିଜେପି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ଦେଇଥିଲା । ଉଭୟଙ୍କୁ ପର୍ଯ୍ୟବେକ୍ଷକ କରିଥିଲା ଦଳ । ଶେଷରେ ଫଡନାବିସଙ୍କ ନାଁରେ ମୋହର ମାରିଛି କମିଟି ।

ଆଜାଦ ମୈଦାନରେ ଶପଥ ଗ୍ରହଣ ସମାରୋହ:

ଦେବେନ୍ଦ୍ର ଫଡନାବିସଙ୍କ ନାଁ ଘୋଷଣା ପରେ ଉତ୍ସାହିତ ବିଜେପି ଶିବିର । ଶପଥ ଗ୍ରହଣ ସମାରୋହଙ୍କ ବଡ଼ ଧରଣ କରିବାକୁ ପୂରା ପ୍ରସ୍ତୁତି କରାଯାଇଛି । ସାଉଥ ମୁମ୍ବାଇର ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାଖାପାଖି 200 ଭିଭିଆଇପି, 40 ହଜାର କର୍ମୀ, ବହୁ କେନ୍ଦ୍ରମନ୍ତ୍ରୀ, 19 ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେପି ନେତା ପ୍ରସାଦ ଲାଡ କହିଛନ୍ତି, ‘ଏହି ଐତିହାସିକ ମୁହୂର୍ତ୍ତ’କୁ ଦେଖିବା ପାଇଁ ସାରା ରାଜ୍ୟରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

Opinion: 'ମୋଦିଙ୍କୁ ପୁଣି ମହାନ ବନାଇଲା ମହାରାଷ୍ଟ୍ର, ବିଶୃଙ୍ଖଳିତ ବିରୋଧୀ'

60ବର୍ଷ ପରେ ବିରୋଧୀ ଦଳ ନେତା ବିନା ଚାଲିବ ମହାରାଷ୍ଟ୍ର ବିଧାନସଭା; ମୁଖ୍ୟମନ୍ତ୍ରୀ ରେସରେ କିଏ, ସୋମବାର ସୁଦ୍ଧା ନିଷ୍ପତ୍ତି ?

ମେଁ ସମନ୍ଦର ହୁଁ, ଲୋଟକର ବାପସ ଆଉଁଗା...ସତ ହେଲା ଫଡନାବିସଙ୍କ ଭବିଷ୍ୟବାଣୀ

ମଧ୍ୟପ୍ରଦେଶ ପରେ ମହାରାଷ୍ଟ୍ର; କେଉଁ ଯୋଜନା ମହାୟୁତି ପାଇଁ ସାଜିଲା ଗେମ୍ ଚେଞ୍ଜର

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ:

288 ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାୟୁତି ମେଣ୍ଟରେ ଥିବା ବିଜେପିକୁ 132 ଆସନ ମିଳିଥିବା ବେଳେ ଶିବସେନା ଓ ଏନସିପିକୁ 57 ଓ 41 ଆସନ ମିଳିଥିଲା । ବିରୋଧି ଦଳ ମହାବିକାଶ ଅଗାଡ଼ି ମେଣ୍ଟ ମାତ୍ର 46 ଆସନରେ ସନ୍ତୁଷ୍ଟ ହୋଇଥିଲା । ଯେଉଁଥିରେ କଂଗ୍ରେସକୁ 16, ଶିବସେନା (UBT) 20 ଓ ଏନସିପି(SP)କୁ 10ଟି ଆସନ ମିଳିଥିଲା ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ଫଳାଫଳ: ମୋଟ ଆସନ ୨୮୮

  • ମହାୟୁତି (Mahayuti) ମେଣ୍ଟ- 230 ଆସନ
  • ବିଜେପି- 132 ଆସନ
  • ଶିବସେନା(ଏକନାଥ)- 57 ଆସନ
  • ଏନସିପି(ଅଜିତ) - 41 ଆସନ
  • ଏମଭିଏ (MVA) ମେଣ୍ଟ - 46 ଆସନ
  • କଂଗ୍ରେସ- 16 ଆସନ
  • ଶିବସେନା (UBT)- 20 ଆସନ
  • ଏନସିପି (SP)- 10 ଆସନ

Last Updated : Dec 5, 2024, 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.