ETV Bharat / bharat

କେଜ୍ରିୱାଲଙ୍କୁ ଝଟକା; ଟ୍ରାଏଲ କୋର୍ଟ ଜାମିନ ଉପରେ ରୋକ୍ ଲଗାଇଲେ ଦିଲ୍ଲୀ ହାଇକୋର୍ଟ - Delhi HC Denies Bail To Kejriwal

author img

By ETV Bharat Odisha Team

Published : Jun 25, 2024, 4:50 PM IST

Delhi HC Denies Bail To Kejriwal: ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଜାମିନ୍ ଆବେଦନ ନେଇ ଟ୍ରାଏଲ କୋର୍ଟ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । ଅଧିକ ପଢ଼ନ୍ତୁ

Delhi HC Denies Bail To Kejriwal
Delhi HC Denies Bail To Kejriwal (ETV Bharat Odisha)

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା । ତିହାର ଜେଲରୁ ମୁକୁଳି ପାରିବେନି କେଜ୍ରିୱାଲ । ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗତ 20 ତାରିଖ (ଗୁରୁବାର) ଦିଲ୍ଲୀର ରଉସ୍‌ ଆଭେନ୍ୟୁ କୋର୍ଟ (ଟ୍ରାଏଲ କୋର୍ଟ) ଜାମିନ ଦେଇଥିଲେ । ମାତ୍ର ଏହି ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଜଷ୍ଟିସ୍ ସୁଧୀର କୁମାର ଜୈନଙ୍କ ଖଣ୍ଡପୀଠ ରାଉଜ୍ ଆଭିନ୍ୟୁ କୋର୍ଟର ରାୟ ଉପରେ ରୋକ ଲଗାଇଛନ୍ତି । ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଟ୍ରାଏଲ କୋର୍ଟର ଆଦେଶ ଠିକ ନୁହେଁ । ସେ ସମସ୍ତ ଦଲିଲକୁ ଦେଖିବା ଉଚିତ୍ । କୋର୍ଟ କହିଛନ୍ତି ଯେ, ଟ୍ରାଏଲ କୋର୍ଟ ଏହାର ଯୁକ୍ତି ଉପସ୍ଥାପନ କରିବାକୁ ଇଡିକୁ ପର୍ଯ୍ୟାପ୍ତ ସୁଯୋଗ ଦେବା ଉଚିତ୍ । ମନି ଲଣ୍ଡରିଂ ଆକ୍ଟର ଧାରା 45 ର ଦୁଇଟି ସର୍ତ୍ତକୁ ଟ୍ରାଏଲ କୋର୍ଟ ପାଳନ କରିନାହାଁନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଟ୍ରାଏଲ କୋର୍ଟ ସଠିକ୍ ଭାବେ ଗ୍ରହଣ କରିନାହାନ୍ତି । ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ସୁପ୍ରିମକୋର୍ଟ ପକ୍ଷରୁ କେଜ୍ରିୱାଲଙ୍କୁ ଦିଆଯାଇଥିବା ଅନ୍ତରୀଣ ଜାମିନ ନିର୍ବାଚନ ପ୍ରଚାର ପାଇଁ ଦିଆଯାଇଥିଲା । ତଦନ୍ତକାରୀ ସଂସ୍ଥାର ଯୁକ୍ତିକୁ ମଧ୍ୟ ଟ୍ରାଏଲ କୋର୍ଟ ଗ୍ରହଣ କରି ନାହାନ୍ତି । ଯାହାକୁ ନେଇ ଟ୍ରାଏଲ କୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଯାଉଛି ବୋଲି ହାଇକୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଟ୍ରାଏଲ କୋର୍ଟରେ କେଜ୍ରିୱାଲଙ୍କୁ ଜାମିନ୍ ମିଳିଥିଲା । ହେଲେ ହାଇକୋର୍ଟ ଶୁକ୍ରବାର (ଜୁନ୍ 21) ଠାରୁ ଜାମିନ ଉପରେ ରୋକ ଲଗାଇ ଦେଇଥିଲେ । ଏହି ମାମଲାରେ ଇଡି ହାଇକୋର୍ଟର ଦ୍ବାରସ୍ଥ ହେଇଥିଲା । ଇଡି ଅଭିଯୋଗ କରିଥିଲା ଯେ, ଟ୍ରାଏଲ କୋର୍ଟ ଏକତରଫା ଭାବେ ରାୟ ଶୁଣାଇ କେଜ୍ରୱାଲଙ୍କୁ ଜାମିନ୍ ଦେଇଛନ୍ତି । ଟ୍ରାଏଲ କୋର୍ଟ ଏହାର ଯୁକ୍ତି ଏବଂ ପ୍ରମାଣକୁ ଆଦୌ ବିଚାର କରିନାହାଁନ୍ତି । ଆଇନ ଅନୁଯାୟୀ ରାୟ ଦେଇ ନାହାଁନ୍ତି । 2023 ପରେ ସଂଗୃହିତ ପ୍ରମାଣକୁ ବିଚାର ନକରି ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦିଆଯାଇଛି । ଗୋଆର ଆମ୍ ଆଦମୀ ପାର୍ଟି କର୍ମୀ ଏବଂ ଆମ୍ ଆଦମୀ ପାର୍ଟି ଅଧିକାରୀଙ୍କ ବିବୃତ୍ତିକୁ ଅଣଦେଖା କରି କେଜ୍ରିୱାଲଙ୍କୁ ଜାମିନ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଇଡି ଅଭିଯୋଗ ଆଣିଥିଲା ।

ଏହା ମଧ୍ୟ ପଢନ୍ତୁ...ଶେଷରେ କେଜ୍ରିୱାଲଙ୍କୁ ମିଳିଲା ଜାମିନ, ଆଜି ଜେଲରୁ ମୁକୁଳିବେ - Aravind Kejriwal Gets Bail

ତେବେ ହାଇକୋର୍ଟ ଶୁକ୍ରବାର ଠାରୁ ଜାମିନ ଉପରେ ରୋକ ଲଗାଇଥିବା ବେଳେ ଏହାକୁ କେଜ୍ରିୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ସୋମବାର ଶୁଣାଣି ବେଳେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ କହିଥିଲେ । ହାଇକୋର୍ଟ ରାୟ ଦେବା ପରେ ହିଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ବୋଲି କହିଥିଲେ । ଆଜି ହାଇକୋର୍ଟ କେଜ୍ରିୱାଲଙ୍କୁ ନିରାଶ କରିଛନ୍ତି । ତେବେ ରଉସ୍‌ ଆଭେନ୍ୟୁ କୋର୍ଟଙ୍କ ଜାମିନ ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଥିବାରୁ କେଜ୍ରିୱାଲଙ୍କୁ ପୂର୍ବଭଳି ଜେଲରେ ରହିବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.