ETV Bharat / bharat

ଗୁଗଲକୁ ଜୋରିମାନା ଲଗାଇଲେ ଦିଲ୍ଲୀ ହାଇକୋର୍ଟ - Google - GOOGLE

Fine on Google: ଗୁଗଲକୁ ହାଇକୋର୍ଟରୁ ଝଟକା । ଗଣିବ 1ଲକ୍ଷ ଟଙ୍କା । ପଢନ୍ତୁ କାରଣ

Fine on Google
Fine on Google
author img

By ETV Bharat Odisha Team

Published : Apr 3, 2024, 12:10 PM IST

ନୂଆଦିଲ୍ଲୀ: ଅଡୁଆରେ ଗୁଗଲ । ପୁଣି ଗଣିବ ଫାଇନ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ 1ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଭୁଲ ଉପସ୍ଥାପନା ଏବଂ ୟୁରୋପୀୟ ପେଟେଣ୍ଟ ଅଫିସ (ଇପିଓ) ଦ୍ୱାରା ପେଟେଣ୍ଟ ପ୍ରତ୍ୟାଖ୍ୟାନ ସମ୍ପର୍କରେ ସୂଚନା ପ୍ରକାଶ କରିବାରେ ବିଫଳତା ପାଇଁ ହାଇକୋର୍ଟ ଏହି ଜରିମାନା ଲଗାଇଛନ୍ତି । ଏହାସହ ଜଷ୍ଟିସ୍ ପ୍ରତୀବା ଏମ ସିଂ ଗୁଗଲ ଦ୍ୱାରା ଆସିଥିବା ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଅଫ୍ ପେଟେଣ୍ଟ ଏବଂ ଡିଜାଇନର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏନେଇ ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି, ଉଦ୍ଭାବନ ପଦକ୍ଷେପ ଅଭାବରୁ ଗୁଗଲର ଆବେଦନ ପ୍ରତ୍ୟାଖ୍ୟାନ ହୋଇଥିବାବେଳେ ଗୁଗଲ ଇପିଓ ପୂର୍ବରୁ ଏହି ଆବେଦନକୁ ଛାଡି ଦେଇଥିବା ଦାବି କରାଯାଇଛି ।

ଉଦ୍ଭାବନକାରୀ ପଦକ୍ଷେପର ଅଭାବ ହେତୁ ଆସିଷ୍ଟାଣ୍ଟ କଣ୍ଟ୍ରୋଲର୍ ଅଫ୍ ପେଟେଣ୍ଟସ୍ ଏବଂ ଡିଜାଇନ୍ ଦ୍ବାରା ଗୁଗଲର ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଆଇପିଏବି ରଦ୍ଦ ହେବା ପରେ ଆବେଦନ ହାଇକୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ହାଇକୋର୍ଟ ଗୁଗଲର ଆବେଦନକୁ ମଧ୍ୟ ଖାରଜ କରି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମାର୍କେଟିଂ ବ୍ରିଚକୁ ନେଇ ଅଡୁଆରେ ଆପଲ-ଗୁଗଲ-ମେଟା, ଇୟୁର ଯାଞ୍ଚ ଆରମ୍ଭ - EU To Probe Apple Google

ଗୁଗଲ ହଟାଇବ ଇନକୋଗ୍ନିଟୋ ମୋଡର ୟୁଜର ଡାଟା: ଗୁଗଲ କ୍ରୋମ ବ୍ରାଉଜରରେ ପ୍ରାଇଭେସୀ ଫିଚର ଉପରେ ପ୍ରୋତ୍ସାହିତ କରାଯାଉଥିବା ଇନକୋଗ୍ନିଟୋ ମୋଡର ୟୁଜର ଡାଟା ସଂଗ୍ରହ କରୁଛି ଗୁଗଲ । ଏହି କାର୍ଯ୍ୟ ବିରୋଧରେ 2020 ମସିହାରେ ଏକ ମକଦ୍ଦମା ଦାୟର କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗୁଗଲ ବର୍ତ୍ତମାନ ଆମେରିକାର ପ୍ରାୟ 13.6 କୋଟି ଲୋକଙ୍କ ଇନକୋଗ୍ନିଟୋ ମୋଡର ୟୁଜର ଡାଟାକୁ ହଟାଇବା ପାଇଁ ସହମତି ପ୍ରକାଶ କରିଛି । ଏହି ମାମଲାରେ ପ୍ରାୟ 500କ କୋଟି ଡଲାରର ଚୁକ୍ତି ହୋଇଛି ।

ଗୁଗଲ ଉପରେ EUର ଛାଟ, ମୋଟା ଅଙ୍କର ଜରିମାନା ଭରିପାରେ ଗୁଗଲ

କୌଣସି ଗୁଗଲ୍ ୟୁଜର୍ସ କିମ୍ବା ଅଭିଯୋଗକାରୀ ଗୁଗଲ ପକ୍ଷରୁ କୌଣସି ଆର୍ଥିକ ଲାଭ ପାଇବେ ନାହିଁ । ବରଂ ଏହି ତଥ୍ୟକୁ ହଟାଇବା ପାଇଁ ଗୁଗଲକୁ ଟଙ୍କା ଦେବାକୁ ହେବ । ଏହା ବ୍ୟତୀତ ଗୁଗଲ ମଧ୍ୟ ଏଭଳି ଦୃଢ ବ୍ୟବସ୍ଥା କରିବ, ଯାହା ଅଧୀନରେ ଭବିଷ୍ୟତରେ ଏପରି କୌଣସି ୟୁଜର୍ସଙ୍କ ତଥ୍ୟ ସଂଗ୍ରହ କରାଯାଇପାରିବ ନାହିଁ । ତଥାପି, ମାମଲାକୁ ଆଧାର କରି ୟୁଜର୍ସମାନେ ଆର୍ଥିକ ଲାଭ ପାଇଁ ଗୁଗଲ ବିରୋଧରେ କ୍ଷତିପୂରଣ ଦାବି କରିପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.