ETV Bharat / bharat

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ - ଅରବିନ୍ଦ କେଜ୍ରିଓ୍ୱାଲ

Crime branch at Arvind Kejriwal's home: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ । ଆପ୍‌ ବିଧାୟକଙ୍କୁ ବିଜେପି କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗର ତଦନ୍ତରେ ସହଯୋଗ ପାଇଁ କେଜ୍ରିଓ୍ୱାଲଙ୍କୁ ନୋଟିସ । ଅଧିକ ପଢନ୍ତୁ

Crime branch at Arvind Kejriwal's home
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ କ୍ରାଇମବ୍ରାଞ୍ଚ
author img

By ETV Bharat Odisha Team

Published : Feb 3, 2024, 1:54 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ । ଆଜି (ଶନିବାର) ସକାଳ ପାଖାପାଖି 10ଟା ବେଳେ କେଜ୍ରିଓ୍ୱାଲଙ୍କ ବାସଭବନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଏହାପୂର୍ବରୁ ଗତକାଲି (ଶୁକ୍ରବାର) ମଧ୍ୟ ଦିଲ୍ଲୀ ପୋଲିସ ଟିମ କେଜ୍ରିଓ୍ୱାଲଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିନଥିଲା କ୍ରାଇମବ୍ରାଞ୍ଚ । ତେବେ କିିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କ ସମେତ ଆପ୍‌ର କିଛି ମନ୍ତ୍ରୀ ବିଜେପି ଟଙ୍କା ଦେଇ ଆପ୍‌ର ବିଧାୟକମାନଙ୍କୁ କିଣିବାକୁ ପ୍ରୟାସ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଯାହାର ତଦନ୍ତ ପାଇଁ କେଜ୍ରିଓ୍ୱାଲଙ୍କୁ ନୋଟିସ ଜାରି କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ ।

ଏହାମଧ୍ୟ ପଢନ୍ତୁ.. କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ

ଜାନୁଆରୀ 27 ତାରିଖରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସମେତ ଆପର କିଛି ନେତା ବିଜେପି ଉପରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଆପ୍‌ ବିଧାୟକମାନଙ୍କୁ କିଣିବାକୁ ବିଜେପି ପ୍ରୟାସ କରୁଥିବା ସହ ଏନେଇ ସମସ୍ତ ବିଧାୟକଙ୍କୁ 25 କୋଟି ଟଙ୍କା ଅଫର କରିଥିବା ଅଭିଯୋଗ ଆଣିଥିଲେ ଆପ ନେତା । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଏନେଇ ଟ୍ୱିଟ କରି ବିଜେପି ଉପରେ ଅଭିଯୋଗ ଆଣିବା ସହ ବର୍ଷିଥିଲେ । ଏହାପରେ ଆମ ଆଦମୀ ପାର୍ଟିର ମୁଖ୍ୟାଳୟରେ ମନ୍ତ୍ରୀ ଆତିଶୀ, ବିଧାୟକ ଦୁର୍ଗେଶ ପାଠକ ଓ ଅନ୍ୟ ପ୍ରମୁଖ ଆପ ନେତାମାନେ ପ୍ରେସ୍‌ କନଫରେନ୍ସ କରି ଏହି ଅଭିଯୋଗକୁ ଉପସ୍ଥାପନ କରିଥିଲେ । ଦିଲ୍ଲୀ ଶିକ୍ଷାମନ୍ତ୍ରୀ କହିଥିଲେ, 'ଆପର ସମସ୍ତ ବିଧାୟକଙ୍କୁ କିଣିବା ପାଇଁ ବିଜେପି 25 କୋଟି ଟଙ୍କା ଲେଖାଏଁ ଅଫର ଦେଇଛନ୍ତି । ଏହାର ପ୍ରମାଣ ସ୍ୱରୂପ ଅଡିଓ କ୍ଲିପ ମଧ୍ୟ ରହିଛି । ସମୟ ଆସିଲେ ଏହି ଅଡିଓ କ୍ଲିପ ଲୋକଲୋଚନକୁ ଅଣାଯିବ ।"

ଏହାମଧ୍ୟ ପଢନ୍ତୁ.. କେଜ୍ରିୱାଲଙ୍କ ବଡ଼ ଅଭିଯୋଗ; 7 ଆପ୍ ବିଧାୟକଙ୍କୁ ୨୫ କୋଟି ଲେଖାଏଁ ଦେଇ କିଣିବାକୁ ଚାହୁଁଛି ବିଜେପି

ଏଭଳି ଅଭିଯୋଗ ପରେ ରାଜନୀତି ସରଗରମ ହୋଇଥିଲା । ଅନ୍ୟପଟେ ବିଜେପି ଏହାକୁ ଖଣ୍ଡନ କରିବା ସହ ଏନେଇଲ ତଦନ୍ତ କରିବାକୁ ଦାବି କରିଥିଲା । ଜାନୁଆରୀ 30 ତାରିଖ ଦିନ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ, ସାଂସଦ ଏବଂ ବିଧାୟକମାନେ ଏ ମାମଲାର ଯାଞ୍ଚ କରିବା ପାଇଁ ପୋଲିସ କମିଶନର ସଞ୍ଜୟ ଅରୋରାଙ୍କ ସାକ୍ଷାତ କରି ଦାବିପତ୍ର ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,' କେଜ୍ରିଓ୍ୱାଲ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ପ୍ରମାଣ ଦେବା ଉଚିତ । ଅନେକ ଥର କେଜ୍ରିଓ୍ୱାଲ ବିଜେପି ଉପରେ ମିଛ ଅଭିଯୋଗ ଆଣିଛନ୍ତି ।"

ଅନ୍ୟପଟେ ଏହି ମାମଲାର ଯାଞ୍ଚରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ନୋଟିସ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିନଥିବା ବେଳେ ଆଜି ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଛି କ୍ରାଇମବ୍ରାଞ୍ଚ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.