ETV Bharat / bharat

ବଢୁଛି କେଜ୍ରିୱାଲଙ୍କ ସୁଗାର ଲେଭଲ, ପ୍ରତିଦିନ ଡାକ୍ତର ପରାମର୍ଶ ନେଇ ମନାକଲେ କୋର୍ଟ - Delhi Court on Kejriwals Plea

DELHI COURT ON KEJRIWAL'S PLEA: ତିହାର ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଢୁଛି ଶରୀରର ସୁଗାର ମାତ୍ରା । ପ୍ରତିଦିନ ଡାକ୍ତରଙ୍କ ପରାମର୍ଶ ନେବାକୁ ଚାହୁଁଥିଲେ । ମନା କରିଦେଲେ କୋର୍ଟ । ଅଧିକ ପଢନ୍ତୁ

Kejriwal
Kejriwal
author img

By PTI

Published : Apr 22, 2024, 9:27 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ । ଜେଲ ମଧ୍ୟରେ କେଜ୍ରିୱାଲଙ୍କ ଶରୀରର ସୁଗାର ମାତ୍ରା ବୃଦ୍ଧି ପାଉଥିବାରୁ ସେ ପ୍ରାଇଭେଟ ଡାକ୍ତରଙ୍କ ସହ ପ୍ରତିଦିନ 15 ମିନିଟ କଥାବାର୍ତ୍ତା ହୋଇ ପରାମର୍ଶ ନେବା ପାଇଁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଆଜି (ସୋମବାର) ଏହି ଆବେଦନକୁ ଖାରଜ କରିଛନ୍ତି । ଏହାସହିତ ଏମ୍ସକୁ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ଏକ ପେନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ କିଛି ଦିନ ତଳେ ଇଡି ଅଭିଯୋଗ ଆଣିଥିଲା ଯେ କେଜ୍ରିୱାଲ ଜାଣିଶୁଣି ଅସୁସ୍ଥତା ଆଳରେ ଜାମିନ ନେବା ପାଇଁ ଜେଲ ଭିତରେ ମିଠା, ଆମ୍ବ, ଆଳୁ ଆଦି ଖାଉଛନ୍ତି । ତାଙ୍କ ଘରୁ ଏହି ଖାଦ୍ୟ ଆସୁଥିବା ଇଡି କୋର୍ଟଙ୍କୁ କହିଥିଲା । ଫଳରେ ତାଙ୍କ ଶରୀରର ସୁଗାର ମାତ୍ରା ବୃଦ୍ଧି ପାଉଛି । ସେପଟେ ଡାଇବେଟିସ ଥିବାରୁ ପ୍ରତିଦିନ ଡାକ୍ତରଙ୍କ ପରାମର୍ଶ ନେବାକୁ କେଜ୍ରିୱାଲ କୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଆଜି କୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।

କଣ କହିଲେ କୋର୍ଟ ? କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ଏକ ସ୍ବତନ୍ତ୍ର ଡାକ୍ତରୀ ଟିମର ଗଠନ କରିବା ଲାଗି ଏମ୍ସ ନିର୍ଦ୍ଦେଶକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଡାକ୍ତରୀ ଟିମ ନିଷ୍ପତ୍ତି ନେବ ଯେ କେଜ୍ରିୱାଲଙ୍କୁ ବାସ୍ତବରେ ଇନସୁଲିନ ନେବାର ଆବଶ୍ୟକତା ଅଛି କି ନାହିଁ । ଏହାସହିତ କୋର୍ଟ କେଜ୍ରିୱାଲଙ୍କ ଡାଏଟ ଚାର୍ଡ ମଧ୍ୟ ଜେଲକୁ ମାଗିଥିଲେ । ଡାକ୍ତରଙ୍କ ପରାମର୍ଶ ବିନା ତାଙ୍କ ଡାଏଟରେ ଅନ୍ୟ କିଛି ଖାଦ୍ୟ ସାମିଲ ହେବ ନାହିଁ ବୋଲି କୋର୍ଟ କହିଛନ୍ତି । କୋର୍ଟ ଆହୁରି କହିଥିଲେ ଯେ କେଜ୍ରିୱାଲଙ୍କ ଡାଏଟ ଚାର୍ଟ ଅନୁସାରେ ସେ ସମ୍ପୂର୍ଣ୍ଣ ଘରେ ତିଆରି ଖାଦ୍ୟ ଖାଉଛନ୍ତି । ହେଲେ ଡାକ୍ତର ଯାହା ଖାଇବାକୁ କହିଛନ୍ତି, ତାଙ୍କ ଡାଏଟ ଚାର୍ଟରେ ତାଠୁ ଅଲଗା ରହିଛି । କେଜ୍ରିୱାଲଙ୍କ ଓକିଲ କହିଥିଲେ, " ଆମ ଆଦମି ଆମ୍ବ ଖାଇବନି ତ ଆଉ କଣ ଛତୁ ଖାଇବ ।" ଏହି ମନ୍ତବ୍ୟ ଉପରେ କୋର୍ଟ ମତ ରଖି କହିଛନ୍ତି ଯେ ଛତୁ ଖାଇବା ଲାଗି କେଜ୍ରିୱାଲଙ୍କ ଡାକ୍ତର କହିଛନ୍ତି, ହେଲେ ଆମ୍ବ ଖାଇବା ସମ୍ପର୍କରେ କିଛି ଉଲ୍ଲେଖ ନାହିଁ ।

ଏହା ବି ପଢନ୍ତୁ- ‘ମୋଦି ସରକାର ମୋ ସ୍ବାମୀଙ୍କୁ ଜେଲରେ ମାରି ଦେବେ’

ଏହା ବି ପଢନ୍ତୁ- 'କେଜ୍ରିୱାଲଙ୍କୁ ଇନସୁଲିନ ଦିଅ'; ତିହାର ଜେଲ ବାହାରେ ଦାବି କଲେ ଆପ୍‌ ନେତା ଓ କର୍ମୀ

କୋର୍ଟ ଆହୁରି କହିଛନ୍ତି, "ଡାକ୍ତରଙ୍କ ବିନା ପରାମର୍ଶରେ ଘରୁ କେଜ୍ରିୱାଲଙ୍କ ଲାଗି କାହିଁକି ଆଳୁ, ମିଠା ଓ ଆଳୁ ପୁରୀ ପଠାଯାଉଛି ? ଜେଲରେ ପ୍ରତ୍ୟେକ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ସ୍ବତନ୍ତ୍ର ଡାକ୍ତର ରହିଛନ୍ତି ।" ସୂଚନା ଥାଉ କି ଅରବିନ୍ଦ କେଜ୍ରିୱାଲଙ୍କ ସୁଗାର ମାତ୍ରା ବଢିବା ପରେ ତାଙ୍କୁ ଇନସୁଲିନ ଦେବାକୁ ଆପ୍‌ ନେତାମାନେ ତିହାର ଜେଲରେ ଆଗରେ ଦାବି କରିଥିଲେ । ନାରାବାଜି କରିବା ସହ ହାତରେ ପ୍ଲାକାର୍ଡ ଧରି ଏହି ଦାବି କରିଥିଲେ । ସେପଟେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଅଭିଯୋଗ କରିଥିଲେ ତାଙ୍କ ସ୍ବାମୀଙ୍କୁ ଜେଲରେ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.