ETV Bharat / bharat

ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ: କାର୍ ଚୁରମାର୍, ଜଣେ ମୃତ, ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ - Delhi Airport roof collapse

author img

By ETV Bharat Odisha Team

Published : Jun 28, 2024, 9:47 AM IST

Updated : Jun 28, 2024, 1:50 PM IST

Delhi Airport roof collapse: ଦିଲ୍ଲୀ ବିମାନବନ୍ଦରରେ ଅଘଟଣ । ଭୁଶୁଡିଲା ଟର୍ମିନାଲ-୧ ଛାତ । ଏହି ଅଘଟଣରେ ଏବେସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଗୁରୁତର ଆହତ ହୋଇଛନ୍ତି । ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଅଧିକ ପଢନ୍ତୁ..

Delhi Airport roof collapse
Delhi Airport roof collapse (ETV Bharat Delhi)

ନୂଆଦିଲ୍ଲୀ: ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦରର ଛାତ । ଜାତୀୟ ରାଜଧାନୀ ଦିଲ୍ଲୀରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାମଧ୍ୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ ଧରଣର ଅଘଟଣ ଘଟିଛି । ବିମାନବନ୍ଦରର ଟର୍ମିନାଲ-1ର ଛାତ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏକାଧିକ ଗାଡି ଛାତ ତଳେ ଚାପି ହୋଇ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରୁ ୬ଜଣ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଅଘଟଣ ନେଇ ଦିଲ୍ଲୀ ଅଗ୍ନିଶମ ବିଭାଗ ଖବର ପାଇବା ପରେ ତୁରନ୍ତ ବିମାନବନ୍ଦରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଦିଲ୍ଲୀ ବିମାନବନ୍ଦରର ସୁରକ୍ଷା ତ୍ରୁଟି, ବିମାନ ସମ୍ମୁଖରେ ବୁଲିଲା ନିଶାସକ୍ତ ଯୁବକ

ସୂଚନା ଅନୁଯାୟୀ, ଆଜି (ଶୁକ୍ରବାର) ସକାଳ ପାଖାପାଖି ୫.୩୦ ସମୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିଟାଲ-୧ ର ଛାତର କିଛି ଅଂଶ ଭୁଶୁଡି ପଡିଥିଲା । ଫଳରେ ତଳେ ଛିଡା ହୋଇଥିବା ପାଖାପାଖି ୬ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଗାଡି ମଧ୍ୟ ଛାତ ତଳେ ଚାପି ହୋଇ ରହିଛି । ଅନ୍ୟପଟେ ଏନେଇ ଖବର ପାଇବା ପରେ ତୁରନ୍ତ ବିମାନବନ୍ଦରରେ ପହଞ୍ଚି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଅଘଟଣ ପରେ ଯାତ୍ରୀମାନେ ଭୟଭୀତ ହେବା ସହ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଇଣ୍ଡିଗୋ, ସ୍ପାଇସଜେଟ ପକ୍ଷରୁ ବିମାନ ସେବା ସାମୟିକ ସମୟ ପାଇ ବାତିଲ କରାଯାଇଛି ।

ଅଘଟଣ ପରେ ପ୍ରଭାବିତ ଉଡାଣ ସେବା: ଟର୍ମିନାଲ-୧ରେ ଅଘଟଣ ପରେ ବିମାନ ଉଡାଣ ସେବା ପ୍ରଭାବିତ ହୋଇଛି । ଇଣ୍ଡିଗୋ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରାଯାଇଛି । ଟର୍ମିନାଲ-୧ କ୍ଷତିଗ୍ରସ୍ତ ହେବା କାରଣରୁ ଯାତ୍ରୀମାନେ ଟର୍ମିନାଲରେ ପ୍ରବେଶ କରିପାରୁନଥିବାରୁ ଦିଲ୍ଲୀରେ ବିମାନ ଉଡାଣ ସେବା ରଦ୍ଦ କରାଯାଇଛି । ଟର୍ମିନାଲ ଭିତରେ ପୂର୍ବରୁ ଥିବା ଯାତ୍ରୀମାନେ ଉଡାଣ ଭରିପାରିବେ । ତେବେ ବିମାନବନ୍ଦରକୁ ଆସିବା ପୂର୍ବରୁ ସ୍ଥିତି ଯାଞ୍ଚ କରିନେବାକୁ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରଥମ ପ୍ରାଥମିକତା ଉଦ୍ଧାର କାର୍ଯ୍ୟ ବୋଲି ଟ୍ୱିଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2024, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.