ETV Bharat / bharat

ପିଠିରେ ପ୍ରବଳ ଯନ୍ତ୍ରଣା; ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ - Rajnath Singh Hospitalize

author img

By ETV Bharat Odisha Team

Published : Jul 12, 2024, 7:40 AM IST

Updated : Jul 12, 2024, 7:52 AM IST

Rajnath Singh admitted to AIIMS: ପିଠିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସ୍ବସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା । ଅଧିକ ପଢନ୍ତୁ

Rajnath Singh
Rajnath Singh (ETV BHARAT ODISHA)

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅସୁସ୍ଥ ଅନୁଭବ କରିବାରୁ ଗତକାଲି ତାଙ୍କୁ ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗର ପ୍ରାଇଭେଟ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ସେ ଗତ କିଛି ଦିନ ହେବ ସେ ପିଠି ଯନ୍ତ୍ରଣା ଭୋଗୁଥିଲେ, ଯେଉଁଥି ପାଇଁ ତାଙ୍କୁ ଗୁରୁବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ତତ୍ତ୍ବାବଧାନରେ ରାଜନାଥଙ୍କ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସ୍ବସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଆଜି ତାଙ୍କୁ ଡିସଚାର୍ଜ କରାଯାଇ ପାରେ ।

ରାଜନାଥଙ୍କ ରାଜନୈତିକ ଯାତ୍ରା: ରାଜନାଥ ସିଂ ହେଉଛନ୍ତି ଭାରତ ରାଜନୀତିର ଚର୍ଚ୍ଚିତ ରାଜନେତା । ବିଜେପିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ରାଜନାଥ ତଳସ୍ତରରୁ ରାଜନୀତି ଆରମ୍ଭ କରିଥିଲେ । ନିଜେ ରାଜନୈତିନ ଜୀବନରେ ସଙ୍ଘ ପରିବାରରୁ ଆସି ବିଜେପିର ବିଧାୟକ ହୋଇଥିଲେ । ଉତ୍ତର ପ୍ରଦେଶ ବିଜେପିର ବିଭିନ୍ନ ପଦପଦବୀରେ ସଫଳତାର ସହ ନିଜ ଦାୟିତ୍ବ ତୁଲାଇଥିଲେ । 2000ରୁ 2003 ମସିହା ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଥିଲେ ରାଜନାଥ ।

ଏହା ମଧ୍ୟ ପଢନ୍ତୁ-ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ର ଚିକିତ୍ସା ଜାରି - Lal Krishna Advani admitted

ଅଟଳବିହାରୀ ବାଜପେୟୀ ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ କାର୍ଯ୍ୟ କରି ଅନେକ ସାହାସିକ ନିଷ୍ପତ୍ତି ନେଇଥିଲେ । 2009 ସାଧାରଣ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ରାଜନାଥ ନୈତିକତା ଆଧାରରେ ଇସ୍ତଫା ଦେଇଥିଲେ । 2012 ମସିହାରେ ପୁଣି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । 2013ରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପିର ପ୍ରଚାର କମିଟିର ଅଧ୍ୟକ୍ଷ ଘୋଷଣା କରି ସାହାସିକ ନିଷ୍ପତି ନେଇଥିଲେ । ରାଜାନଥଙ୍କ ଏହି ନିଷ୍ପତି ବିଜେପିକୁ 2014 ସାଧାରଣ ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବା ସହ 10 ବର୍ଷ ପରେ ବିଜେପିକୁ କ୍ଷମତାକୁ ଫେରାଇଥିଲା । ନରେନ୍ଦ୍ର ମୋଦିଙ୍କ ପ୍ରଥମ କ୍ୟାବିନେଟରେ ରାଜନାଥ ଗୃହମନ୍ତ୍ରୀ ହୋଇଥିଲେ ।

ଗତ ଜୁଲାଇ 10 ତାରିଖରେ 73 ତମ ଜନ୍ମଦିବସ ପାଳନ କରିଥିଲେ ରାଜନାଥ ସିଂ । ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତ ସାଧାରଣ ନିର୍ବାଚନରେ ଲକ୍ଷ୍ନୌ ସଂସଦୀୟ ଆସନରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସମାଜବାଦୀ ପାର୍ଟିର ରବିଦାସଙ୍କୁ 1ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବା ପରେ ପୁଣି ଥରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ ରାଜନାଥ ।

Last Updated : Jul 12, 2024, 7:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.