ETV Bharat / bharat

ଭର୍ତ୍ତୃହରି ହେଲେ ଲୋକସଭାର କାମଚଳା ବାଚସ୍ପତି, ପ୍ରଶ୍ନ ଉଠାଇଲା କଂଗ୍ରେସ - Bhartuhari Mahtab Pro Tem Speaker - BHARTUHARI MAHTAB PRO TEM SPEAKER

MP Bhartuhari Mahtab Appointed As Pro-tem Speaker: କଟକର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ମିଳିଛି କାମଚଳା ବାଚସ୍ପତିର ଦାୟିତ୍ବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବ୍ୟତୀତ ଅନ୍ୟ ୫ ଜଣଙ୍କୁ ସହକାରୀ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ

MP Bhartuhari Mahtab
MP Bhartuhari Mahtab (ETV Bharat Odisha)
author img

By ETV Bharat Odisha Team

Published : Jun 20, 2024, 10:05 PM IST

ଭୁବନେଶ୍ବର: ଲୋକସଭା ପାଇଁ ନିଯୁକ୍ତ ହୋଇଛନ୍ତି କାମଚଳା ବାଚସ୍ପତି । କଟକର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ହୋଇଛନ୍ତି ଲୋକସଭାର କାମଚଳା ବାଚସ୍ପତି । ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତି ବା ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବିଧାନର ଧାରା ୯୫ (୧) ଅନୁଯାୟୀ ତାଙ୍କୁ ଏହି ପଦବିରେ ନିଯୁକ୍ତ କରାଯାଇଛି । ଏପଟେ ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ପ୍ରଶ୍ନ ଉଠାଇଛି କଂଗ୍ରେସ ।

MP Bhartuhari Mahtab
MP Bhartuhari Mahtab (ETV Bharat Odisha)

ସୂଚନାଯୋଗ୍ୟ ଯେ ଲୋକସଭାକୁ ଲଗାତାର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି । ପୂର୍ବରୁ ବିଜେଡି ଟିକଟରୁ ୬ ଥର ବିଜୟୀ ହୋଇଥିବା ବେଳେ ଏଥର ଲୋକସଭା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ କରି ସେ ବିଜେପିରେ ସାମିଲ ହୋଇଥିଲେ । ଲୋକସଭା ନିମନ୍ତେ ସ୍ଥାୟୀ ବାଚସ୍ପତି ନିର୍ବାଚନ ନହେବା ଯାଏଁ ସେ ଏହି ଦାୟିତ୍ବ ତୁଲାଇବେ । ଆସନ୍ତା ଜୁନ ୨୬ ତାରିଖରେ ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ହେବ । ତାହା ପୂର୍ବାରୁ ଏଥର ଲୋକସଭା କୁ ନିର୍ବହାଚିତ ହୋଇ ଆସିଥିବା ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇବେ ପ୍ରୋଟେମ ସ୍ପିକର୍‌ ଭର୍ତ୍ତୃହରି ମହତାବ । ଅଷ୍ଟାଦଶ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ସାଂସଦଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭର୍ତ୍ତୃହରିଙ୍କୁ ସହଯୋଗ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ସାଂସଦ ସୁରେଶ କୋଡିକୁନ୍ନିଲ, ଟି.ଆର ବାଲୁ, ରାଧା ମୋହନ ସିଂହ, ଫଗନ ସିଂ କୁଲସ୍ତେ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ମନୋନୀତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... କେତେ କ୍ଷମତାଶାଳୀ 'ବାଚସ୍ପତି' ? କେଉଁ ଆଧାରରେ ହୁଏ ଚୟନ ଜାଣନ୍ତୁ - Role Of Lok sabha Speaker

୨୦୧୭ ମସିହାରେ ଭର୍ତ୍ତୃହରି ମହତାବଙ୍କୁ ସଂସଦରେ ପୁରସ୍କୃତ କରାଯାଇଥିଲା । ତାଙ୍କର ସଂସଦରେ ବାକ୍ ପଟୁତା ଓ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ଲୋକସଭା ନିର୍ବାଚନରେ ଭର୍ତ୍ତୃହରି ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ୫୭ ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାଜିତ କରିଥିଲେ । ଯାହା ଫଳରେ ପ୍ରଥମ ଥର ପାଇଁ କଟକ ଲୋକସଭା ଆସନରେ ଫଦ୍ମ ଫୁଟିଥିଲା ।

ବାଚସ୍ପତିଙ୍କ ପ୍ରମୁଖ ଭୂମିକା:

ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦବୀ । କାରଣ ଅନେକ ମାମଲାରେ ଲୋକସଭା ବାଚସ୍ପତିଙ୍କ ନିର୍ଣ୍ଣୟ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ। ଏହାସହ ଗୃହର ସଦସ୍ୟଙ୍କ ଯୋଗ୍ୟତା ଓ ଅଯୋଗ୍ୟତା ନିର୍ଣ୍ଣୟ କରିବାର ଅଧିକାର ମଧ୍ୟ କେବଳ ବାଚସ୍ପତିଙ୍କର ରହିଥାଏ । ଅନୁଶାସନ ସୁନିଶ୍ଚିତ କରାଇବାର ଗୁରୁ ଦାୟିତ୍ବ ବାଚସ୍ପତିଙ୍କର ରହିଥାଏ । କାର୍ଯ୍ୟସୂଚୀ କେତେବେଳେ ରଖାଯିବ, କେଉଁ ପ୍ରଶ୍ନ କେତେବେଳେ ପଚରାଯିବ ଏସବୁ ନିଷ୍ପତ୍ତି ବାଚସ୍ପତି ହିଁ ନେଇଥାନ୍ତି ।

ଭୋଟିଂ ସମୟରେ ବାଚସ୍ପତିଙ୍କ ଭୂମିକା ଆହୁରି ଅଧିକ ରହିଥାଏ । ଉଦାହରଣ ସ୍ବରୂପ, ଯଦି କୌଣସି ବିଲ୍ ଉପରେ ଭୋଟିଂ ହେଉଛି ଆଉ ଏହାର ବିପକ୍ଷ ଏବଂ ସପକ୍ଷରେ ସମାନ ଭୋଟ ମିଳିଛି । ଏଭଳି ସ୍ଥିତିରେ ଶେଷରେ ବାଚସ୍ପତି ନିଜର ଭୋଟ ଦିଅନ୍ତି । ଯାହାକି ନିର୍ଦ୍ଧାରଣ କରିଥାଏ ଯେ, ବିଲ୍ ପାସ ହେବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.