ETV Bharat / bharat

ଚିନ୍ତାଜନକ ପଶୁ-ମଣିଷ ଲଢ଼େଇ, କେଉଁ ରାଜ୍ୟରେ କେତେ ଜାଣନ୍ତୁ

author img

By ETV Bharat Odisha Team

Published : Mar 9, 2024, 4:01 PM IST

Updated : Mar 9, 2024, 4:37 PM IST

Man Animal Conflict: ପଶୁ-ମଣିଷ ଲଢ଼େଇରେ ବୃଦ୍ଧି ପାଉଛି ଆହତ ଏବଂ ମୃତକଙ୍କ ସଂଖ୍ୟା । ବାସସ୍ଥାନ ନଷ୍ଟ, ଜଙ୍ଗଲ ଅବକ୍ଷୟ, ଜନସଂଖ୍ୟା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ଜାଣନ୍ତୁ କେଉଁ ରାଜ୍ୟରେ କେତେ ରହିଛି ଏହି ସଂଖ୍ୟା,

Man Animal Conflict
Man Animal Conflict

ହାଇଦ୍ରାବାଦ: ଦେଶରେ ଦିନକୁ ଦିନ ପଶୁ-ମଣିଷ ଲଢେଇ ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ଲୋକଙ୍କ ଜୀବନ ଯାଉଛି ତ ଆଉ କେବେ ପଶୁମାନଙ୍କର ଜୀବନ ଯାଉଛି । ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ହାତୀ ଓ ପଶୁଙ୍କ ମଧ୍ୟରେ ଲଢେଇ ବୃଦ୍ଧି ପାଉଛି । ଫଳରେ ନାନା ସମସ୍ୟା ଦେଇ ଗତି କରୁଛନ୍ତି ଲେକେ । ବାଘ, ହାତୀ ଏବଂ ଚିତାବାଘ ଆକ୍ରମଣରେ ଦୁର୍ଭାଗ୍ୟବଶତଃ ଜୀବନ ମଧ୍ୟ ଯାଉଛି ।

ELEPHANT
ELEPHANT

ସମୟ ଅନୁସାରେ ଜଙ୍ଗଲ କ୍ଷୟର ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ଜଙ୍ଗଲୀ ଜୀବଜନ୍ତୁ । ଯେତେବେଳେ ବନ୍ୟଜନ୍ତୁ ଏବଂ ମଣିଷମାନଙ୍କ ଆବଶ୍ୟକତା ମଧ୍ୟରେ ତାଳ ମେଳ ରହିନଥାଏ, ଏହି କ୍ଷେତ୍ରରେ ମଣିଷ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ଲଢେଇ(HWC) ହୋଇଥାଏ । ତେବେ ଦିନକୁ ଦିନ ମାମଲା ବୃଦ୍ଧି ପାଉଥିବା ବେଳେ ଏହାର ବିପଦକୁ ମୁକାବିଲା କରିବା ପାଇଁ ଏକ ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି । ମନୁଷ୍ୟ-ଜଙ୍ଗଲୀ ପଶୁଙ୍କ ମଧ୍ୟରେ ଲଢ଼େଇ ବନ୍ୟଜନ୍ତୁ କର୍ତ୍ତୃପକ୍ଷଙ୍କ ଉପରକୁ ସିଧାସଳଖ ଆଙ୍ଗୁଠି ନିର୍ଦ୍ଦେଶ କରିଥାଏ । ମଣିଷ ଏହଂ ପଶୁ ଲଢେଇକୁ 3 ଭାଗରେ ବିଭକ୍ତ କରାଯାଇଛି । ମଣିଷ-ବାଘ ବିବାଦ, ମନୁଷ୍ୟ-ଚିତାବାଘ ବିବାଦ ଏବଂ ମନୁଷ୍ୟ-ହାତୀ ବିବାଦ ।

Man Animal Conflict
Man Animal Conflict

ପଶ୍ଚିମବଙ୍ଗ ସୁନ୍ଦରବନରେ ଏହି ସଂଖ୍ୟା ସବୁଠାରୁ ଅଧିକ ରହିଥାଏ । ଏଠାରେ 500କୁ ଅଧିକ ବେଙ୍ଗଲ ଟାଇଗର ରହିଥିବା ବେଳେ 50ରୁ 100 ଜଣଙ୍କ ଜୀବନ ଯାଇଥାଏ । ସେହିଭଳି ହାତୀ ମଣିଷ ଲଢେଇରେ ଭାରତରେ ପ୍ରାୟ 400ରୁ ଅଧିକ ଜଣକ ଜୀବନ ଯାଉଛି । ଦୁର୍ବଳ ଏବଂ ଆର୍ଥିକ ପଛୁଆ ଶ୍ରେଣୀର ଲୋକେ ଏହାଦ୍ବାରା ଅଧିକ ପ୍ରଭାବିତ ହେଉଛନ୍ତି । ଆକଳନ ଅନୁସାରେ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଆସାମରେ ଅଧିକ ଚିତାବାଘ-ମଣିଷ ଲଢେଇର ଖବର ସାମ୍ନାକୁ ଆସୁଛି । ତେବେ ଚିତାବାଘ ଆକ୍ରମଣରେ ଅନ୍ୟଦେଶ ତୁଳନାରେ ଭାରତର ସଂଖ୍ୟା ଅଧିକ । ଉତ୍ତରଖଣ୍ଡର କୋର୍ବେଟ ନ୍ୟାସନାଲ ପାର୍କରେ ଆକ୍ରମଣ ଅଧିକ ହେଉଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।

TIGER
TIGER

ଏହା ମଧ୍ୟ ପଢନ୍ତୁ: ଦେଶରେ ବଢୁଛି ହାତୀ-ମଣିଷ ଲଢେଇ, ଓଡ଼ିଶାରେ ଆହତଙ୍କ ସଂଖ୍ୟା ସର୍ବାଧିକ

ପାହାଡ଼ିଆ ସ୍ଥାନର ରିପୋର୍ଟ: ଗତ 3 ବର୍ଷ ମଧ୍ୟରେ ଉତ୍ତରାଖଣ୍ଡରେ 219ଜଣଙ୍କ ମୃତ୍ୟୁ ହୋଇଛି । ଏହାସହିତ 1003 ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି । ତେବେ 2021 ମସିହାରେ ରାଜ୍ୟରେ 71 ଜଣଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ବର୍ଷ ଅର୍ଥାତ 2022 ମସିହାରେ ଏହା 82କୁ ବୃଦ୍ଧି ପାଇଲା । କିନ୍ତୁ 2023 ମସିହାରେ ଏହି ସଂଖ୍ୟା ହ୍ରାସ ପାଇଥିଲା । 66 ଜଣଙ୍କ ମୃତ୍ୟୁ ନେଇ ରିପୋର୍ଟ ହୋଇଥିଲା । ଅନ୍ୟପଟେ ହାତୀ ଆକ୍ରମଣ ଯୋଗୁଁ 2021 ମସିହାରେ 13 ଜଣ ଆହତ ହୋଇଥିବା ବେଳେ 2022 ମସିହାରେ 9 ଜଣଙ୍କର ଏବଂ 2023 ମସିହାରେ 5ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଚିତାବାଘ ଆକ୍ରମଣ ଯୋଗୁଁ 2021 ମସିହାରେ 23ଜଣଙ୍କ ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ଦୁଇବର୍ଷ ମଧ୍ୟରେ 22 ଏବଂ 18 ଜଣ ଆହତ ହୋଇଥିଲା ।

ହାତୀ କରିଡର ରିପୋର୍ଟ: ପଶ୍ଚିମବଙ୍ଗରେ ମଧ୍ୟ ମଣିଷ-ପଶୁ ଲଢେଇ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଉତ୍ତର ଏବଂ ପଶ୍ଚିମ ଭାଗରେ ରହିଥିବା ହାତୀ କରିଡର ଏହି ସଂଖ୍ୟା ଅଧିକ ଅଟେ । 2008 ମସିହାରେ ପ୍ରାୟ 450 ହାତୀ ରହିଥିଲେ । 2010ରେ ଏହି ସଂଖ୍ୟା 530 ରହିଥିବା ବେଳେ 2014ରେ ବୃଦ୍ଧି ପାଇ 640ରେ ପହଞ୍ଚିଥିଲା । ବର୍ତ୍ତମାନ ଉତ୍ତରବଙ୍ଗରେ ହାତୀ ସଂଖ୍ୟା 700 ରହିଛି । ତେବେ ଦିନକୁ ଦିନ ଜଙ୍ଗଲ କ୍ଷୟ ହେଉଥିବା ବେଳେ ହାତୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ବନ ବିଭାଗର ଉପଲବ୍ଧ ପରିସଂଖ୍ୟାନ ଅନୁସାରେ, ହାତୀ ଆକ୍ରମଣରୁ ପ୍ରତିବର୍ଷ ହାରାହାରି 35 ରୁ 50 ଜଣ ଲୋକ ପ୍ରାଣ ହରାଇଥାଆନ୍ତି ।

ପଶ୍ଚିମବଙ୍ଗର ଜଙ୍ଗଲମହଲ ଅଞ୍ଚଳର ଝାରଗ୍ରାମ, ବାଙ୍କୁରା, ପୁରୁଲିଆ ଏବଂ ପାସିମ ମେଦିନିପୁର ଜିଲ୍ଲାରେ ବାରମ୍ବାର ହାତୀ ଆକ୍ରମଣକାରୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ପଡୋଶୀ ଝାଡଖଣ୍ଡ ପର୍ଯ୍ୟନ୍ତ ହାତୀ କରିଡର ରହିଥିବା କାରଣରୁ କୃଷି କ୍ଷେତ୍ରରେ ମଧ୍ୟ ହାତୀ ପ୍ରବେଶ ବୃଦ୍ଧି ପାଉଛି । ତେବେ ଝରଗାମ ଡିଏଫଓ ପଙ୍କଜ ସୂର୍ଯ୍ୟବଂଶୀ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଜଙ୍ଗଲି ହାତୀ 2023 ଏପ୍ରିଲ 1 ତାରିଖ ଠାରୁ ବର୍ତ୍ତମାନ ସୁଦ୍ଧା 17ଜଣ ଆହତ ହୋଇଛନ୍ତି ।

ସୁନ୍ଦରବନ ବେଙ୍ଗଲ ଟାଇଗର ପାଇଁ ବେଶ ଜଣାଶୁଣା । ଜଙ୍ଗଲକୁ ସଙ୍କୁଚିତ କରିବା, ବାରମ୍ବାର ଘୂର୍ଣ୍ଣିବଳୟ, ବ୍ୟାପକ କ୍ଷୟକ୍ଷତି ସୁନ୍ଦରବନରେ ଥିବା ଦୁର୍ବଳ ଇକୋସିଷ୍ଟମ ପାଇଁ ବଡ଼ ବିପଦ ସୃଷ୍ଟି କରିଛି । ତେବେ ଏଠାକାର ଲୋକେ ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥାଆନ୍ତି । ଏହାସହ କଙ୍କଡା ଏବଂ ମାଛ ଧରିବା ପାଇଁ ଡେଲ୍ଟା ଅଞ୍ଚଳରେ ଥିବା ରିଭୁଲେଟ୍ ଏବଂ କେନାଲଗୁଡିକ ମଧ୍ୟ ଅତିକ୍ରମ କରଥାଆନ୍ତି । ଫଳରେ ସେମାନେ ବାଘର ନିକଟତର ହୋଇଥାଆନ୍ତି । ବନ ଅଧିକାରୀଙ୍କ ଅନୁସାରେ, ସୁନ୍ଦରବନ ବାଘଙ୍କ ସହିତ ସଂସ୍ପର୍ଶରେ ଆସିବା ଦ୍ବାରା ଗତ 5 ବର୍ଷ ମଧ୍ୟରେ 13ଜଣଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 9, 2024, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.