ETV Bharat / bharat

କଂଗ୍ରେସକୁ ରାହୁଲଙ୍କ ସୁରକ୍ଷା ଚିନ୍ତା, ଅମିତ ଶାହଙ୍କୁ ଚିଠି ଲେଖିଲେ ଖଡ଼ଗେ - କଂଗ୍ରେସ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମ

Kharge writes to Amit Shah: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଅଧିକ ପଢନ୍ତୁ

Kharge writes to Amit Shah
ଅମିତ ଶାହାଙ୍କୁ ଖଡଗେଙ୍କ ଚିଠି
author img

By ETV Bharat Odisha Team

Published : Jan 24, 2024, 10:41 AM IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆସାମରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ବାରମ୍ବାର କଂଗ୍ରେସ ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ଦେଖାଯାଉଥିବା ନେଇ ଚିନ୍ତାବ୍ୟକ୍ତ କରିବା ସହ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ଗୃହମନ୍ତ୍ରୀଙ୍କୁ ମଙ୍ଗଳବାର ଦିନ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

କଂଗ୍ରେସ ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଜାନୁଆରୀ 14ରୁ କଂଗ୍ରେସ ମଣିପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟମାନଙ୍କ ମଧ୍ୟରେ ନ୍ୟାୟ ଓ ସମାନତା ବାର୍ତ୍ତା ପ୍ରଚାର କରିବା । ଦୁର୍ଭାଗ୍ୟବଶତଃ ଜାନୁଆରୀ 18ରେ ଆସାମରେ ଏହି ଯାତ୍ରା ପ୍ରବେଶ କରିବା ପରଠୁ ସାଂସଦ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଆସାମ ପୋଲିସ ଫେଲ ମାରିଥିବାର ଏକାଧିକ ଉଦାହରଣ ସାମ୍ନାକୁ ଆସିଛି । ରାହୁଲଙ୍କୁ Z ପ୍ଲସ୍ ସିକ୍ୟୁରିଟି ଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଛି । ସର୍ବସାଧାରଣ ସ୍ଥାନରେ ବାରମ୍ବାର ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ଦେଖିବାକୁ ମିଳିଥିଲେ ମଧ୍ୟ ପୋଲିସ ଏବେସୁଦ୍ଧା ଜଣକୁ ବି ଗିରଫ କରିନାହିଁ କିମ୍ବା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

  • Congress president Mallikarjun Kharge wrote a letter to Union Home Minister Amit Shah last night on the alleged security issues faced by Congress MP Rahul Gandhi and the Bharat Jodo Nyay Yatra in Assam over the past few days. pic.twitter.com/PW6h2xNM1p

    — ANI (@ANI) January 24, 2024 " class="align-text-top noRightClick twitterSection" data=" ">

ଏହି ମାମଲାରେ ହସ୍ତକ୍ଷେପ କରିବା ସହ ଆସାମରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବା କଂଗ୍ରେସ ସାଂସଦ ତଥା ଅନ୍ୟନେତାମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ଏହାମଧ୍ୟ ପଢନ୍ତୁ..ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ; ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ

ଜାନୁଆରୀ 14ରୁ ମଣିପୁରରୁ ଆରମ୍ଭ ହୋଇଥିଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି ଯାତ୍ରା ମଣିପୁରରୁ 11ଟି ରାଜ୍ୟ ଦେଇ ମୁମ୍ବାଇ ପର୍ଯ୍ୟନ୍ତ ଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଜାନୁଆରୀ 18ରେ ଏହି ଯାତ୍ରା ଆସାମରେ ପ୍ରବେଶ କରିଛି । କିନ୍ତୁ ଶିବସାଗର, ଲକ୍ଷ୍ମୀପୁର, ସୋନିତପୁର ଓ ନଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧୀଙ୍କୁ ବିଜେପି ନେତାମାନେ ବିରୋଧ କରିବା ସହ ଉତ୍ତେଜନା ଦେଖିବାକୁ ମିଳିଛି । ଅନ୍ୟପଟେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀ ବାରିକେଡ ଭାଙ୍ଗିଥିବା ଅଭିଯୋଗରେ ଆସାମ ପୋଲିସ ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ଦାୟର କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ରାହୁଲ ଗାନ୍ଧୀ ହିଂସାକୁ ପ୍ରବର୍ତାଇବା, ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିବା, ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏତଲା ଦାୟର କରାଯାଇଛି ।

ରାହୁଲ ଗାନ୍ଧୀ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, 'ତାଙ୍କ ବିରୋଧରେ ମାମଲା ଦାୟରର ଅର୍ଥ ହେଉଛି ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇଯାଇଛନ୍ତି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.