ETV Bharat / bharat

ଗୁଜୁରାଟରେ କଂଗ୍ରେସ ଉପରେ ବର୍ଷିଲେ ମୋଦି, 'କଂଗ୍ରେସ ମରୁଛି, ପାକିସ୍ତାନ କାନ୍ଦୁଛି' - MODI TARGET RAHUL

author img

By ETV Bharat Odisha Team

Published : May 2, 2024, 3:30 PM IST

MODI TARGET RAHUL
MODI TARGET RAHUL

MODI TARGETS RAHUL: ଗୁଜୁରାଟ ଗସ୍ତରେ ଯାଇ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ଆଜିକାଲି କଂଗ୍ରେସର ରାଜକୁମାରମାନେ ସେମାନଙ୍କର ମୁଣ୍ଡରେ ସମ୍ବିଧାନ ରଖି ନାଚୁଛନ୍ତି ବୋଲି ସେ ନିଶାନା କରିଛନ୍ତି । ଅଧିକ ପଢନ୍ତୁ

ଗାନ୍ଧୀନଗର: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତରେ ରହିଥିବା ବେଳେ ଆନନ୍ଦରେ କଂଗ୍ରେସ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି, "ଆଜିକାଲି କଂଗ୍ରେସର ରାଜକୁମାରମାନେ ସେମାନଙ୍କର ମୁଣ୍ଡରେ ସମ୍ବିଧାନ ରଖି ନାଚୁଛନ୍ତି । କିନ୍ତୁ କଂଗ୍ରେସ ମୋତେ ଜବାବ ଦେଉ ଯେ, ଯେଉଁ ସମ୍ବିଧାନକୁ ଧରି ନାଚୁଛନ୍ତି । 75 ବର୍ଷ ଧରି ଏହା କାହିଁକି ଭାରତର ସମସ୍ତ ଭାଗରେ ପ୍ରଯୁଜ୍ୟ ହୋଇନଥିଲା ।

ଜନସଭାକୁ ସମ୍ବାଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "କଂଗ୍ରେସର ଘୋଷଣାପତ୍ରରେ ମୁସଲିମ ଲିଗର ଛାପ ରହିଛି । ତେଣୁ କଂଗ୍ରେସର ସମର୍ଥନ ଆଧାର କ୍ରମାଗତ ଭାବେ ଖସିବାରେ ଲାଗିଛି । ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ରହିଥିଲା ସେତେବେଳେ ପାକିସ୍ତାନର ଅଭିବୃଦ୍ଧି ହେଉଥିଲା । କିନ୍ତୁ ପାକିସ୍ତାନର ଆତଙ୍କବାଦୀଙ୍କ ଟାୟାର ପଙ୍କଚର ହୋଇଗଲା । ଯେଉଁ ଦେଶ ଆତଙ୍କୀ ରପ୍ତାନୀ କରୁଥିଲା, ଏବେ ସେ ଅଟାର ଆମଦାମୀ ପାଇଁ ଦ୍ବାର ଦ୍ବାର ବୁଲୁଛି । ଦିନେ ଯେଉଁମାନଙ୍କ ହାତରେ ବମ୍ ଥିଲା, ଆଜି ସେମାନଙ୍କ ହାତରେ ଭିକ୍ଷା ଥାଳି ରହିଛି ।"

ଦଶନ୍ଧି ଧରି କଂଗ୍ରେସର ଭୋଟ୍ ବ୍ୟାଙ୍କ ରହିଥିଲେ ମୁସଲମାନ: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, 2014 ପରଠାରୁ ଓବିସି ପାଇଁ କାର୍ଯ୍ୟ ହେଉଛି । ଏସସି, ଏସଟି ଏବଂ ଓବିସି କଂଗ୍ରେସକୁ ଭଲ ଭାବେ ଜାଣିଛନ୍ତି । ଏମାନେ କଂଗ୍ରେସର ଶକ୍ତି । କଂଗ୍ରେସର ସବୁକିଛି ଲୁଟ ହୋଇଛି । ଏଭଳି ପରିସ୍ଥିତିରେ କଂଗ୍ରେସର ଭବିଷ୍ୟତ ଦୃଷ୍ଟିକୋଣ ନାହିଁ । କଂଗ୍ରେସ ଗରିବ ଲୋକଙ୍କୁ ଘୃଣା କରେ । ଏସସି, ଏସଟି ଏବଂ ଓବିସିଙ୍କୁ ଘୃଣା କରୁଛି । ସେବେଠାରୁ କଂଗ୍ରେସର ଭୋଟ୍ ବ୍ୟାଙ୍କ ରହିଛନ୍ତି ମୁସଲମାନ ।

ଏହା ମଧ୍ୟ ପଢନ୍ତୁ: ମୋଦିଙ୍କ ବିପକ୍ଷରେ ଲଢିବେ କମେଡିଆନ ଶ୍ୟାମ ରଙ୍ଗିଲା - Lok Sabha Election 2024

'ରିମୋଟରେ ଚାଲୁଥିଲା ମନମୋହନ ସରକାର': ଏହି ରାଲିରେ ପ୍ରଧାନମନ୍ତ୍ରୀ ମନମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାର ରିମୋର୍ଟରେ ପରିଚାଳିତ ହେଉଥିଲା । କଂଗ୍ରେସ ପାକିସ୍ତାନକୁ ଡୋସିୟର ଦେଉଥିଲା । କିନ୍ତୁ ଆଜିକା ସମୟରେ ମୋଦି ସରକାରଙ୍କୁ ଦେଖନ୍ତୁ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପ୍ରବେଶ କରି ହତ୍ୟା କରୁଛନ୍ତି । ଆଜି ଭାରତରେ କଂଗ୍ରେସ ଦୁର୍ବଳ ହେଉଛି । ତେବେ ସବୁଠାରୁ ମଜାଦାର ବିଷୟ ହେଉଛି ଏଠାରେ କଂଗ୍ରେସ ମରୁଛି ସେଠାରେ ପାକିସ୍ତାନ କାନ୍ଦୁଛି । ବର୍ତ୍ତମାନ ପାକିସ୍ତାନୀ ନେତାମାନେ କଂଗ୍ରେସ ପାଇଁ ପ୍ରାର୍ଥନା କରୁଛନ୍ତି ।"

ମୋଦି ଆସିବା ପୂର୍ବରୁ ଦେଶରେ 2ଟି ସମ୍ବିଧାନ ଥିଲା: ମୋଦି କଂଗ୍ରେସ ଉପରେ ବର୍ଷି କହିଛନ୍ତି ଯେ, କଂଗ୍ରେସର ରାଜକୁମାରମାନେ ସେମାନଙ୍କ କପାଳରେ ସମ୍ବିଧାନ ଧରି ନାଚୁଛନ୍ତି । ମୋଦୀ ଆସିବା ପୂର୍ବରୁ ଦେଶରେ ଦୁଇଟି ସମ୍ବିଧାନ ଏବଂ ଦୁଇଟି ପତାକା ରହିଥିଲା । ରାଜକୁମାରଙ୍କ ପରିବାର ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହେବାକୁ ଦେଇନଥିଲେ । କାଶ୍ମୀରରେ ଭାରତର ସମ୍ବିଧାନ ଲାଗୁ ହେଉନଥିଲା । ଧାରା 370 ଏକ କାନ୍ଥ ହୋଇ ରହିଥିଲା । ସର୍ଦ୍ଦାର ପଟେଲଙ୍କ ଭୂମିରୁ ଆସିଥିବା ଏହି ପୁଅ 370 କୁ ଭୂମିରେ ଭାଙ୍ଗି ସର୍ଦ୍ଦାର ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶର ଅର୍ଥନୀତିକୁ 56ମ ସ୍ଥାନକୁ ଆଣିଛି ଚା' ବାଲା: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, 10 ବର୍ଷ ଧରି ଭାରତ ବିଜେପିର ସେବା ଦେଖିଛି । କିନ୍ତୁ କଂଗ୍ରେସର 60 ବର୍ଷ ଶାସନ କାଳରେ ଗ୍ରାମାଞ୍ଚଳରେ ଏକ ଶୌଚାଳୟ ମଧ୍ୟ ନଥିଲା । 2014 ପର୍ଯ୍ୟନ୍ତ, ଏହି ଦେଶର ପ୍ରଧାନମନ୍ତ୍ରୀ ଜଣେ ଶିକ୍ଷିତ ଅର୍ଥନୀତିଜ୍ଞ ଥିଲେ । ଯେତେବେଳେ ସେ ଛାଡିଥିଲେ, ସେତେବେଳେ ବିଶ୍ବରେ ଦେଶର ଅର୍ଥନୀତି 11 ନମ୍ବର ସ୍ଥାନରେ ରହିଥିଲା । ଆଜି ଅର୍ଥାତ 10 ବର୍ଷ ମଧ୍ୟରେ ଏହି ଗୁଜୁରାଟୀ ଚା' ବାଲା ଦେଶର ଅର୍ଥନୀତିକୁ 5ମ ସ୍ଥାନରେ ପହଞ୍ଚାଇ ପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.