ଅଗରତାଲା: ଆସନ୍ତା 19 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଚାରର ଶେଷ ଦିନ । ତେବେ ଆଜି ପ୍ରଧାନମନ୍ତ୍ରୀ ଏକ ଜନ ସମାବେଶରେ ଯୋଗ ଦେବା ପାଇଁ ତ୍ରିପୁରାର ଅଗରତାଲାରେ ପହଞ୍ଚିଛନ୍ତି । ବିକାଶର ପେଢି ଖୋଲିବା ସହିତ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ତେବେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି, କମ୍ୟୁନିଷ୍ଟମାନେ ତ୍ରିପୁରାରେ ଶାସନ କଲେ ଏବଂ ଏଠାକାର ଲୋକଙ୍କୁ ଧ୍ବସଂ କରିଥିଲେ । କୌଣସି ସରକାର ଏ ବିଷୟରେ ଚିନ୍ତା ମଧ୍ୟ କରିନାହାନ୍ତି ବୋଲି କହିଛନ୍ତି ମୋଦି ।
ନିର୍ବାଚନୀ ରାଲି ପାଇଁ ତ୍ରିପୁରାର ଅଗରତାଲା ଗସ୍ତରେ ପ୍ରଧାନମନ୍ତ୍ରୀ । ସେଠାରେ ପହଞ୍ଚିବା ପରେ ସେ ପ୍ରଥମେ ବିରୋଧୀଙ୍କ ଉପରେ ବର୍ଷିଥିଲେ । ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପ୍ରଥମେ ସମସ୍ତଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଥିଲେ । ଏହା ପରେ ସେ କହିଥିଲେ, "ଭାରତର ବିକାଶରେ ଉତ୍ତର-ପୂର୍ବ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । 500 ବର୍ଷର ଦୀର୍ଘ ଅପେକ୍ଷା ପରେ ଭଗବାନ ରାମ ଅଯୋଧ୍ୟାକୁ ଫେରିଛନ୍ତି । ସ୍ବାଧୀନତା ପରେ ତ୍ରିପୁରାରରେ କଂଗ୍ରେସ ଶାସନ ସମୟରେ କୌଣସି ନ୍ୟାୟ ମିଳିନଥିଲା । ଉତ୍ତର-ପୂର୍ବକୁ କମ୍ୟୁନିଷ୍ଟମାନେ ଶାସନ କରୁଥିଲେ । ସେମାନେ ଏଠାକାର ଲୋକଙ୍କୁ ବର୍ବାଦ କରିଦେଇଥିଲେ ।" ଅନ୍ୟପଟେ କେନ୍ଦ୍ର ସରକାରଙ୍କ ନୀତିକୁ ପ୍ରଶଂସା କରି ସେ କହିଛନ୍ତି, କେନ୍ଦ୍ର ସରକାର ଉତ୍ତର-ପୂର୍ବ ଏବଂ ଏଠାକାର ଲୋକଙ୍କ ବିଷୟରେ ଚିନ୍ତା କରୁଛି । ତେବେ ମୋଦିଙ୍କ ସହ ରାଲିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ମଧ୍ୟ ଉପସ୍ଥିତ ଥିଲେ ।
ଲୁଟ କରିବା କଂଗ୍ରେସର ନୀତି: କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜିର ମୋଦି ସରକାରରେ ଆପଣଙ୍କର ମୋବାଇଲ ବିଲ୍ 400ରୁ 500 ଟଙ୍କା ଆସୁଛି । କିନ୍ତୁ ଯଦି କଂଗ୍ରେସ ସରକାର ଥାନ୍ତେ, ତେବେ ମୋବାଇଲ ବିଲ୍ 4000ରୁ 5000ରୁ କମ୍ ହୋଇଥାନ୍ତା । ପୂର୍ବରୁ ଭୋଟ ପାଇଁ ହିଁ ରାଜନୈତିକ ଦଳମାନେ ଉତ୍ତରପୂର୍ବକୁ ମନେ ପକାଉଥିଲେ । କଂଗ୍ରେସ ଶାସନ ସମୟରେ ଉତ୍ତର-ପୂର୍ବ ପାଇଁ କେବଳ ଗୋଟିଏ ନୀତି ଥିଲା 'ପୂର୍ବକୁ ଲୁଟିବା'।
ଏହା ମଧ୍ୟ ପଢନ୍ତୁ: ରାମଲାଲାଙ୍କ ସୂର୍ଯ୍ୟତିଳକ ଦେଖି ଭାବୁକ ହେଲେ ମୋଦି - MODI WATCHES SURYA TILAK
ମୋଦି ଆହୁରି ମଧ୍ୟ କହିଛନ୍ତି, ଆସମବାସୀଙ୍କ ସ୍ବପ୍ନକୁ ସାକାର କରେ ନାହିଁ କଂଗ୍ରେସ । ନାଲବାରୀ ଜିଲ୍ଲାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ବିଜେପି ସରକାରଙ୍କ ଉଦ୍ୟମ ଯୋଗୁଁ ଆସାମର ମହାନ ଯୋଦ୍ଧାଙ୍କର 400 ତମ ପୂଣ୍ୟ ତିଥି ପାଳନ କରାଯାଇଛି । ମୁଁ ଯେତେବେଳେ ଆସମର ପାରମ୍ପାରିକ ପୋଷାକ ପିନ୍ଧେ ସେତେବେଳେ କଂଗ୍ରେସ ମୋତେ ପରିହାସ କରେ । "