ETV Bharat / bharat

କାଲି ପାଟନାରେ ‘ଇଣ୍ଡିଆ’ ମେଣ୍ଟ ପ୍ରଥମ ରାଲି, ସାମିଲ ହେବେ ଖଡଗେ ଓ ରାହୁଲ

author img

By ETV Bharat Odisha Team

Published : Mar 2, 2024, 5:26 PM IST

Congress Gears up for First INDIA Rally in Patna: ଆସନ୍ତାକାଲି ପାଟନାରେ ‘ଇଣ୍ଡିଆ’ ମେଣ୍ଟ ପ୍ରଥମ ରାଲି । ସାମିଲ ହେବେ ଖଡଗେ ଓ ରାହୁଲ । ଅଧିକ ପଢନ୍ତୁ

ରବିବାର ପାଟନାରେ ‘ଇଣ୍ଡିଆ’ ମେଣ୍ଟ ପ୍ରଥମ ରାଲି, ସାମିଲ ହେବେ ଖଡଗେ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ପାଟନାରେ ଅନୁଷ୍ଠିତ ହେବାକୁ ଯାଉଛି । ମେଣ୍ଟ ଗଠନ ହେବା ପରେ ଏହା ପ୍ରଥମ ମିଳିତ ଶୋଭାଯାତ୍ରା ହେବାକୁ ଯାଉଛି । ଆସନ୍ତାକାଲି ହେବାକୁ ଥିବା ଏହି ରାଲିରେ ଇଣ୍ଡିଆ ମୁଖ୍ୟ ତଥା କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହେବାକୁ ଯାଉଛନ୍ତି । ଏହି ମିଳିତ ରାଲିରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଶିବସେନା ଠାକରେ ଗୋଷ୍ଠୀ, ଏନସିପି ଶରଦ ଗୋଷ୍ଠୀ, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା, ଡିଏମକେ ଓ ଆମ ଆଦମୀ ପାର୍ଟିର ନେତାମାନେ ଅଂଶଗ୍ରହଣ କରିବାର ସୂଚନା ରହିଛି ।

ଗତବର୍ଷ (2023) ଜୁନରେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟର ନାମକରଣ ହେବା ପୂର୍ବରୁ ବିହାର ରାଜଧାନୀ ପାଟନାରେ ହୋଇଥିଲା । ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଆହୁତ ଏହି ବୈଠକରେ ବିରୋଧୀ ପ୍ରଥମ ଥର ମେଳି ବାନ୍ଧିଥିଲେ । ପରବର୍ତ୍ତୀ ସମୟରେ ବେଙ୍ଗାଲୁରୁରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଇଣ୍ଡିଆ ମେଣ୍ଟର ନାମକରଣ କରାଯାଇଥିଲା । ଏବେ ମେଣ୍ଟର ପ୍ରଥମ ମିଳିତ କାର୍ଯ୍ୟକ୍ରମ ମଧ୍ୟ ବିହାରରେ ହେବାକୁ ଯାଉଛି । ନୀତିଶ ଇଣ୍ଡିଆ ମେଣ୍ଟର ହାତ ଛାଡି ସାରିଥିବା ବେଳେ ଏବେ ଲାଲୁଙ୍କ ଆରଜେଡି ହିଁ ବିହାରରେ ‘ଇଣ୍ଡିଆ’ ମେଣ୍ଟର ମୁଖ୍ୟ ସହଯୋଗୀ ଭାବେ ରହିଛି । ଆସନ୍ତାକାଲି ହେବାକୁ ଥିବା ରାଲିରେ ଆରଜେଡି ଆୟୋଜକ ଭୂମିକାରେ ରହିବ ।

ଏହା ମଧ୍ୟ ପଢନ୍ତୁ :- ନିଷ୍ପତ୍ତି ପଛରେ ଟିକେଟ ନମିଳିବା ଭୟ ! ଗମ୍ଭୀରଙ୍କ ପରେ ନିର୍ବାଚନ ନଲଢିବାକୁ ଆଉ ଜଣେ ବିଜେପି ସାଂସଦଙ୍କ ଘୋଷଣା

‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରେ ଏହାର ନେତୃତ୍ବ କଂଗ୍ରେସ ହତକୁ ଯାଇଛି । ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଏବେ ମେଣ୍ଟର ମୁଖ୍ୟ ଆବାହକ ଦାୟିତ୍ବରେ ରହିଛନ୍ତି । କଂଗ୍ରେସ ନିଜର ଦଳୀୟ ପଦଯାତ୍ରା ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରଖିଛି । ଯାହାର ନେତୃତ୍ବ ରାହୁଲ ଗାନ୍ଧୀ ନେଉଛନ୍ତି । ଏବେ ନିର୍ବାଚନ ପାଖେଇବା ସହ ମେଣ୍ଟ ନିଜର ପ୍ରଥମ ମିଳିତ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଆସନ୍ତାକାଲିଠାରୁ ପାଟନାରେ ରାଲି ହେବା ପରେ ପରବର୍ତ୍ତୀ ସମୟରେ ଏହା ଅନ୍ୟ ରାଜ୍ୟଗୁଡିକରେ ହେବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ । ମାତ୍ର ‘ଇଣ୍ଡିଆ’ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି ପ୍ରମୁଖ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏକାଧିକ ରାଜ୍ୟରେ କଂଗ୍ରେସ ସହ ଆସନ ବୁଝାମଣା ବିବାଦ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.