ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିଲେ ନୀତିଶ, କହିଲେ ଆଉ ଏପଟ ସେପଟ ହେବେନି - ବିହାର ରାଜନୀତି

CM Nitish Met PM Modi: କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ଥର ଦିଲ୍ଲୀରେ ନୀତିଶ । ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ମୁଖ୍ୟ ନଡ୍ଡାଙ୍କୁ ଭେଟିଲେ । ଆଉ ମେଣ୍ଟ ପରିବର୍ତ୍ତନ କରିବେ ନାହିଁ ବୋଲି କହିଲେ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଭେଟିଲେ ନୀତିଶ କୁମାର, 12 ରେ ଫ୍ଲୋରଟେଷ୍ଟ

author img

By ETV Bharat Odisha Team

Published : Feb 7, 2024, 10:34 PM IST

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିଲେ ନୀତିଶ, କହିଲେ ଆଉ ଏପଟ ସେପଟ ହେବେନି

ନୂଆଦିଲ୍ଲୀ: ବିହାରରେ ନୀତିଶଙ୍କ ମେଣ୍ଟ ପରିବର୍ତ୍ତନ ସହ ପୁଣି ଥରେ ଏନଡିଏ ଶାସନ ଆରମ୍ଭ ହୋଇଛି । 12 ତାରିଖରେ ନୀତିଶ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି । ତେବେ କ୍ଷମତା ପରିବର୍ତ୍ତନ ହେବା ପରେ ଆଜି ପ୍ରଥମ ଥର ସେ ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ହେବା ସହ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ହୋଇଛି । ତେବେ ଗତ 5 ମାସ ପରେ ନୀତିଶ ଓ ମୋଦିଙ୍କ ସାକ୍ଷାତକାର ଓ ଆଲୋଚନା ହୋଇଛି । ଏହା ପୂର୍ବରୁ ଜି-20 ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବା ସମୟରେ ନୀତିଶ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହା ପରେ ନୀତିଶ ବିରୋଧୀ ‘ଇଣ୍ଡିଆ’ ଗଠନ କରି ବିଜେପିକୁ କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡିଥିଲେ ।

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନୀତିଶ ବିଜେପି ପାର୍ଟି ମୁଖ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ପରେ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଜେଡିୟୁ- ବିଜେପିର ସୁସମ୍ପର୍କର ବାଖ୍ୟା କରିଛନ୍ତି । ନୀତିଶ କହିଛନ୍ତି, 1995 ମସିହା ଠାରୁ ବିଜେପି ଓ ଜେଡିୟୁ ପରସ୍ପର ସହଯୋଗୀ ଦଳ ଭାବେ ରହିଆସିଛନ୍ତି । ହେଲେ ମଝିରେ କୌଣସି କାରଣରୁ ସେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରୁ ଅଲଗା ହୋଇଥିଲେ । ଏବେ ସେ ପୁଣି ଏନଡିଏ ଫେରିଛନ୍ତି । ଏଥର ଆଉ ଏପଟ ସେପଟ ହେବେ ନାହିଁ । ବିଜେପି ସହ 2019 ପରି ଅନୁପାତରେ ଆସନ ବୁଝାମଣା ହେବ କି ପ୍ରଶ୍ନରେ ନୀତିଶ କହିଛନ୍ତି, ଏବେ ଆସନ ବୁଝାମଣା ଆଲୋଚନା ହେବାର ଆବଶ୍ୟକତା ନାହିଁ । ଆସନ ସମ୍ପର୍କରେ ସେମାନେ (ବିଜେପି) ଜାଣନ୍ତି ।

ଏହା ମଧ୍ୟ ପଢନ୍ତୁ:- ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ପାରିତ ହେଲା ‘ଏକକ ନାଗରିକ ସଂହିତା ବିଲ 2024’

ଏବେ ବିଜେପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଞ୍ଝୀଙ୍କ ‘ହାମ’ ସମର୍ଥନରେ ସରକାର ଗଠନ କରିଥିବା ନୀତିଶଙ୍କ କ୍ୟାମ୍ପରେ ମୋଟ 128 ବିଧାୟକଙ୍କ ସମର୍ଥନ ରହିଛି । 12 ତାରିଖରେ ଫ୍ଲୋରଟେଷ୍ଟ ହେବାକୁ ଯାଉଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ନୀତିଶ ସରକାରକୁ କୌଣସି ସମସ୍ୟା ଥିବା ପରି ଦୃଶ୍ୟମାନ ହେଉନି । ହେଲେ ଆରଜେଡି ନେତା ତେଜସ୍ବୀ ଯାଦବ ବାରମ୍ବାର ଖେଳ ହେବା ବାକି ଅଛି ବୋଲି କହୁଛନ୍ତି । 4 ବିଧାୟକଙ୍କ ସହ ସରକାରକୁ ସମର୍ଥନ ଦେଇଥିବା ଜୀତନରାମ ମାଞ୍ଝୀ ମଧ୍ୟ ଦୁଇଟି ମନ୍ତ୍ରୀପଦ ପାଇଁ ଦାବି କରୁଛନ୍ତି । ଗତକାଲି ସେ ମନ୍ତ୍ରୀପଦ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅତିକମରେ ତାଙ୍କ ଦଳକୁ ଦୁଇଟି ମନ୍ତ୍ରୀ ପଦ ମିଳିବା ଉଚିତ ବୋଲି ସେ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.