ETV Bharat / bharat

‘ଧାରା-୩୭୦ ଉଚ୍ଛେଦକୁ ସମାଲୋଚନା ଅପରାଧ ନୁହେଁ, ନାଗରିକଙ୍କ ଅଧିକାର ଅଛି’ - Citizens Have Right To Criticise

Citizens Have Right To Criticise: ନାଗରିକଙ୍କ ସମାଲୋଚନା କରିବାର ଅଧିକାର ଅଛି । ପ୍ରତ୍ୟେକ ସମାଲୋଚନା ଅପରାଧ ଶ୍ରେଣୀଭୁକ୍ତ ହେଲେ ଗଣତନ୍ତ୍ର ବଞ୍ଚିବନି କହିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

‘ ଧାରା-୩୭୦ ଉଚ୍ଛେଦକୁ ସମାଲୋଚନା ଅପରାଧ ନୁହେଁ, ନାଗରିକଙ୍କ ଅଧିକାର ଅଛି’

author img

By ETV Bharat Odisha Team

Published : Mar 7, 2024, 10:49 PM IST

ନୂଆଦିଲ୍ଲୀ: ‘‘ପ୍ରତ୍ୟେକ ସମାଲୋଚନା ଅପରାଧ ଶ୍ରେଣୀଭୂକ୍ତ ହୋଇପାରିବ ନାହିଁ । ଯଦି ଏହି ବାଚାର ସହ ଆଗକୁ ବଢାଯାଏ, ତେବେ ଗଣତନ୍ତ୍ର ବଞ୍ଚିପାରିବ ନାହିଁ । ସମ୍ବିଧାନ ଦ୍ବାରା ପ୍ରଦାନ କରାଯାଇଥିବା ମୁକ୍ତ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ପର୍କରେ ପୋଲିସ ସମ୍ବେଦନଶୀଳ ହେବା ଉଚିତ । କୌଣସି ପ୍ରସଙ୍ଗରେ ସମାଲୋଚନା କରିବା ନାଗରିକଙ୍କର ସାମ୍ବିଧାନିକ ଅଧିକାର ।’’ ଆଜି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ସମାଲୋଚନା କରିଥିବା ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ନେଇ ସରକାର ଓ ପୋଲିସର କାର୍ଯ୍ୟାଶୈଳୀକୁ ମଧ୍ୟ କୋର୍ଟ ନାପସନ୍ଦ କରିଛନ୍ତି ।

ସୂଚନା ଅନୁସାରେ, ମହାରାଷ୍ଟ୍ରର କୋହ୍ଲାପୁର କଲେଜରେ କାର୍ଯ୍ୟରତ ଜଣେ କାଶ୍ମୀରୀ ପ୍ରଫେସର ଜାଭେଦ ଅହମ୍ମଦ ହାଜାମଙ୍କ ବିରୋଧରେ ଏହି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ସେ ହ୍ବାଟ୍ସଆପରେ ଅଗଷ୍ଟ 5 ତାରିଖକୁ ଜାମ୍ମୁ କାଶ୍ମୀର ପାଇଁ କଳା ଦିନ ବୋଲି ଦର୍ଶାଇ ଷ୍ଟାଟସ ଦେଇଥିଲେ । ଏହା ସହିତ ସେ ଅଗଷ୍ଟ ୧୪ ତାରିଖରେ ସୋସିଆଲ ମିଡିଆରେ ପାକିସ୍ତାନ ସ୍ବାଧୀନତା ଦିବସରେ ଶୁଭେଚ୍ଛା ମଧ୍ୟ ଜଣାଇଥିବା ଅଭିଯୋଗ ହୋଇଥିଲା । ଉଭୟ ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ:- କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଜାରି, ଖୁବଶୀଘ୍ର ୧୦ ରାଜ୍ୟର ୬୦ ଆସନରେ ହେବ ପ୍ରାର୍ଥୀ ଘୋଷଣା !

ଏହି ମାମଲାର ଆଜି ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, "ପାକିସ୍ତାନବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ଏକ ସକରାତ୍ମକ ଆଭିମୁଖ୍ୟର ପ୍ରତୀକ । ଏହାଦ୍ବାରା ବିଭିନ୍ନ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଶତ୍ରୁତା, ଘୃଣା କିମ୍ବା ଅନ୍ୟ ଉତ୍ତେଜିତ ଭାବନା ସୃଷ୍ଟି ହେବାର ଆଶଙ୍କା ନାହିଁ । ସେହିପରି ଧାରା-୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିବା କୌଣସି ଅପରାଧ ନୁହେଁ । ଏହା ବାକ-ସ୍ବାଧୀନତାର ପରିସର । ଭାରତୀୟ ସମ୍ବିଧାନ ଧାରା 19 (1) ଅନୁଯାୟୀ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନିଶ୍ଚିତ କରାଯାଇଛି । ଏହାକୁ ଅପରାଧ ଶ୍ରେଣୀଭୂକ୍ତ କରାଗଲେ, ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବ । ଦେଶର ନାଗରିକମାନେ କୌଣସି ପ୍ରସଙ୍ଗରେ ମୁକ୍ତ ମନ୍ତବ୍ୟ ଦେଇପାରିବେ, ଆବଶ୍ୟକ ହେଲେ ସେମାନେ ସମାଲୋଚନା କିମ୍ବା ଅସନ୍ତୋଷ ଜାହିର ମଧ୍ୟ କରିପାରନ୍ତି ।" ସମସ୍ତ ପ୍ରକାର ସମାଲୋଚନା କେବେ ଅପରାଧ ହୋଇପାରିବନାହିଁ ବୋଲି କୋର୍ଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.