ETV Bharat / bharat

ଝାଡଖଣ୍ଡ ରାଜନୀତିରେ ବଡ ହଲଚଲ: 6 ସମର୍ଥିତ ବିଧାୟକଙ୍କ ସହ ଦିଲ୍ଲୀରେ ଚମ୍ପାଇ ସୋରେନ, ବିଜେପିରେ ମିଶିବେ ! - Champai Soren likely to join BJP

author img

By ETV Bharat Odisha Team

Published : Aug 18, 2024, 1:10 PM IST

Champai Soren likely to join BJP: ନିର୍ବାଚନ ପୂର୍ବରୁ ଝାଡଖଣ୍ଡ ଶାସକ ଦଳ ଜେଏମଏମକୁ ଲାଗିପାରେ ବଡ଼ ଝଟକା । ଆଜି ବିଜେପିରେ ମିଶି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ୬ ଜଣ ବିଧାୟକଙ୍କ ଧରି ଏବେ ଦିଲ୍ଲୀ ଅଭିମୁଖେ ଚମ୍ପାଇ । ଅଧିକ ପଢନ୍ତୁ

ବିଜେପିରେ ମିଶିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ! ୬ ବିଧାୟକଙ୍କୁ ଧରି ଗଲେ ଦିଲ୍ଲୀ
ବିଜେପିରେ ମିଶିବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ! ୬ ବିଧାୟକଙ୍କୁ ଧରି ଗଲେ ଦିଲ୍ଲୀ (ETV Bharat Odisha)

ରାଞ୍ଚି: ଆଉ ପ୍ରାୟ ଦୁଇମାସ ବାକି ଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ଝାଡଖଣ୍ଡ ରାଜନୀତିରେ ବଡ଼ ହଲଚଲ । ଶାସକ ‘ଜେଏମଏମ’କୁ ଲାଗିପାରେ ଶକ୍ତ ଝଟ୍‌କା । ନିଜର କିଛି ଅନୁଗତ ବିଧାୟକଙ୍କ ସହ ବିଜେପିରେ ମିଶି ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଯାହା ଖବର ଆସୁଛି, ଗତକାଲି କୋଲକାତାରେ ଥିବା ଚମ୍ପାଇ ‘ଜେଏମଏମ’ର ୬ ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ଏହି ବିଧାୟକଙ୍କ ସହ ସେ ଆଜି ଦିଲ୍ଲୀରେ ବିଜେପିର ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମାତ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଚମ୍ପାଇ ଏହାକୁ ଖଣ୍ଡନ କରିଛନ୍ତି । ଦିଲ୍ଲୀରେ ତାଙ୍କର କାହା ସହ କଥାବାର୍ତ୍ତା ହୋଇନାହିଁ ବୋଲି ଚମ୍ପାଇ କହିଛନ୍ତି ।

ସୂତ୍ର ମୁତାବକ, ଚମ୍ପାଇ ସୋରେନ କିଛି ଦିନ ହେଲା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ଲଗାତାର ସମ୍ପର୍କରେ ଥିଲେ । ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ସେ ଆଜି ଦିଲ୍ଲୀ ଯାଉଛନ୍ତି । ତାଙ୍କ ସହ ୬ଜଣ ବିଧାୟକ ମଧ୍ୟ ରହିଛନ୍ତି । ଏହି ବିଧାୟକମାନଙ୍କ ସହ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ନେତୃତ୍ବଙ୍କ ସମ୍ପର୍କ ହୋଇପାରୁ ନାହିଁ । ଏହି ବିଧାୟକମାନଙ୍କ ମଧ୍ୟରେ ଦଶରଥ ଗଗରାଇ, ରାମଦାସ ସୋରେନ, ଚାମରା ଲିଣ୍ଡା, ଲୋବିନ ହେମ୍ବ୍ରମ ଓ ସମୀର ମହାନ୍ତି ଥିବା କୁହାଯାଉଛି । ସୂତ୍ରରୁ ଏହା ମଧ୍ୟ ଶୁଣାଯାଉଛି ଯେ, ଗତକାଲି (ଶନିବାର) ରାତିରେ ଚମ୍ପାଇ ସୋରେନ କୋଲକାତାର ଏକ ହୋଟେଲର ରହିଥିଲେ । ସେଠାରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଆଉ କିଛି ପ୍ରମୁଖ ବିଜେପି ନେତାଙ୍କୁ ଭେଟିଥିଲେ ।

  • ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଅସନ୍ତୁଷ୍ଟ ଥିଲେ ଚମ୍ପାଇ:-

ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ, ଶିବୁ ସୋରେନ ପରିବାରର ଘନିଷ୍ଠ ଥିବା ଚମ୍ପାଇ ସୋରେନ ଯେଉଁଭଳି ଭାବେ ମୁଖ୍ୟପଦରୁ ହଟିଲେ ଏବଂ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେଲେ, ସେଥିରେ ଖୁସି ନଥିଲେ । ଏହି ଅସନ୍ତୋଷ ଯୋଗୁଁ ସେ ‘ଜେଏମଏମ’ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ସେ ଗତକାଲି ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଚମ୍ପାଇ କହିଥିଲେ,''କ'ଣ ଗୁଜବ ପ୍ରଚାର ହେଉଛି, କେଉଁ ଖବର ଚାଲିଛି ମୁଁ ଜାଣିନି । ତେଣୁ ଏହା ସତ କି ମିଛ ମୁଁ କହିପାରିବି ନାହିଁ । ମୁଁ ଯେଉଁଠି ଥିଲି, ସେଇଠି ଅଛି ।''

ଏହା ମଧ୍ୟ ପଢନ୍ତୁ: ଜମି ଘୋଟାଲା ମାମଲା: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ରାଜ୍ୟପାଳଙ୍କ ଅନୁମୋଦନ - Case against karnataka CM

ହେମନ୍ତ ଜେଲରୁ ଫେରିବା ପରେ ଗାଦି ଛାଡିଥିଲେ ଚମ୍ପାଇ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଝାଡଖଣ୍ଡ ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ବରିଷ୍ଠ ‘ଜେଏମଏମ’ ନେତା ତଥା ଶିବୁ ସୋରେନ ପରିବାର ଘନିଷ୍ଠ କୁହାଯାଉଥିବା ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ହେଲେ କିଛି ଦିନ ତଳେ ହାଇକୋର୍ଟରୁ ଜାମିନ ପାଇ ହେମନ୍ତ ସୋରେନ ଜେଲରୁ ମୁକୁଳିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ଛାଡିବାକୁ ପଡିଥିଲା । ପୁଣିଥରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେମନ୍ତ ସୋରେନ । ଏବେ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଚମ୍ପାଇ ହେମନ୍ତ ସୋରେନ ଯଦି ବିଜେପିରେ ମିଶନ୍ତି, ତେବେ ରାଜ୍ୟ ମଧ୍ୟ ନୂଆ କ୍ଷମତା ସମୀକରଣ ଦେଖିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.