ETV Bharat / bharat

ଆସନ୍ତାବର୍ଷ ହେବ ଜନଗଣନା: ୨୦୨୬ ସୁଦ୍ଧା ରିପୋର୍ଟ, ବଦଳିବ ଦେଶର ରାଜନୈତିକ ନକ୍ସା !

2026ରେ ରିପୋର୍ଟ ପ୍ରକାଶ ପାଇବା ପରେ ଜନସଂଖ୍ୟା ଆଧାରରେ ହେବ ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ।

ଆସନ୍ତାବର୍ଷ ହେବ ରାଷ୍ଟ୍ରୀୟ ଜନଗଣନା, ୨୦୨୬ ସୁଦ୍ଧା ରିପୋର୍ଟ, ବଦଳିବ ଦେଶର ରାଜନୈତିକ ନକ୍ସା !
ଆସନ୍ତାବର୍ଷ ହେବ ରାଷ୍ଟ୍ରୀୟ ଜନଗଣନା, ୨୦୨୬ ସୁଦ୍ଧା ରିପୋର୍ଟ, ବଦଳିବ ଦେଶର ରାଜନୈତିକ ନକ୍ସା ! (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ନୂଆଦିଲ୍ଲୀ: ୧୦ ବର୍ଷ ବ୍ୟବଧାନରେ ହେଉଥିବା ରାଷ୍ଟ୍ରୀୟ ଜନଗଣନାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ଆସନ୍ତାବର୍ଷ (୨୦୨୫) କେନ୍ଦ୍ର ରାଷ୍ଟ୍ରୀୟ ଜନଗଣନା ଆରମ୍ଭ କରିବାକୁ ଯାଉଛି । ୨୦୨୬ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରି ଚୂଡାନ୍ତ ରିପୋର୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ତେବେ ୨୦୧୧ ଶେଷ ଥର ପାଇଁ ଜନଗଣନା ହେବା ପରେ ଏହା ଆଉ ହୋଇନାହିଁ । ପୂର୍ବ ନିଷ୍ପତ୍ତି ଅନୁସାରେ, ୧୦ ବର୍ଷ ପରେ ଅର୍ଥାତ ୨୦୨୧ରେ ଏହା ହେବାର ଥିଲେ ମଧ୍ୟ କୋଭିଡ ସଂକ୍ରମଣ ଓ ଅନ୍ୟ କାରଣରୁ ଏହା ସ୍ଥଗିତ ରଖାଯାଇଥିଲା । ଏବେ ୨୦୨୫ ରେ ଜନଗଣନା ହେବା ପରେ ଏହି ରାଷ୍ଟ୍ରୀୟ ସାଂଖିକ ଅନୁଧ୍ୟାନର ଅବଧିଚକ୍ର ମଧ୍ୟ ପରିବର୍ତ୍ତନ ହେବ, ୨୦୨୫-୨୬ ରେ ଜନଗଣନା ଶେଷ ହେଲେ ପରବର୍ତ୍ତୀ ଜନଗଣନା ୨୦୩୫ ମସିହାରେ ହେବ ।

  • ସୀମା ନିର୍ଦ୍ଧାରଣ ସହ ବଦଳିଯିବ ରାଜନୈତିକ ମାନଚିତ୍ର:-

ଏହି ଜନଗଣନା ପରେ ଦେଶର ଲୋକସଂଖ୍ୟାରେ କେତେ ବୃଦ୍ଧି ଘଟିବ, ତାହା ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । କାରଣ ଏହି ତଥ୍ୟ ଆଧାରରେ ଦେଶର ସଂସଦୀୟ ନିର୍ବାଚନ ମଣ୍ଡଳୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରିତ ହେବା ସହ ଆସନ ସଂଖ୍ୟା ବୃଦ୍ଧି ପାଇବ । ୨୦୨୬ରେ ଏହାର ଚୂଡାନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ୨୦୨୮ ସୁଦ୍ଧା ଦେଶରେ ନିର୍ବାଚନ ମଣ୍ଡଳୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ । ଏବଂ ନୂଆ ତଥା ବର୍ଦ୍ଧିତ ଆସନ ସଂଖ୍ୟା ସହ ୨୦୨୯ ସାଧାରଣ ନିର୍ବାଚନରେ ଦେଶ ଅଂଶଗ୍ରହଣ କରିବାର ସର୍ବାଧିକ ସମ୍ଭାବନା ରହିଛି । ପୂର୍ବରୁ ୧୯୯୧, ୨୦୦୧ ଓ ୨୦୧୧ ରେ ପ୍ରତ୍ୟେକ ୧୦ ବର୍ଷ ବ୍ୟବଧାନରେ କେନ୍ଦ୍ର ସରକାର ଜନଗଣନା କରିଆସିଛନ୍ତି । ୨୦୧୧ ପରେ ୨୦୨୧ ମସିହାରେ ଏହା ଏହାକୁ ଥିବା ବେଳେ କୋଭିଡ ସଂକ୍ରମଣ କାରଣରୁ ଏହା ବନ୍ଦ ରହିଥିଲା ।

ଏହା ମଧ୍ୟ ପଢନ୍ତୁ:- ଭୁବନେଶ୍ବର ହାତେଇଲା ‘ଶ୍ରେଷ୍ଠ ଜନ ପରିବହନ ସେବା ପୁରସ୍କାର’

ଏହା ମଧ୍ୟ ପଢନ୍ତୁ:- ସୀମା ପୁନଃନିର୍ଦ୍ଧାରଣ ପ୍ରଭାବର ବିଶ୍ଳେଷଣ: ଭାରତୀୟ ରାଜନୀତିରେ ଦକ୍ଷିଣ ରାଜ୍ୟଗୁଡିକର ଭବିଷ୍ୟତ - DELIMITATION EFFECTS IN SOUTH

  • କଣ ରହିବ ନୂଆ ମାପଦଣ୍ଡ:-

ବିରୋଧୀ ଦଳମାନେ ଦେଶରେ ଜାତିଗତ ଜନଗଣନାର ଆବଶ୍ୟକତା ଥିବା ଦାବି କରୁଛନ୍ତି । ବିହାର ପରି କିଛି ବିରୋଧୀ ଦଳ ଦ୍ବାରା ଶାସିତ ରାଜ୍ୟରେ ରାଜ୍ୟ ସରକାର ଜାତିଗତ ଜନଗଣନା ମଧ୍ୟ କରିଛନ୍ତି । ମାତ୍ର ଏହି ନିଷ୍ପତ୍ତିକୁ କେନ୍ଦ୍ରର ମୋଦି ସରକାର ବିରୋଧ କରିଆସିଛନ୍ତି । ୨୦୨୫ରେ ହେବାକୁ ଥିବା ପ୍ରସ୍ତାବିତ ରାଷ୍ଟ୍ରୀୟ ଜନଗଣନାରେ ଜାତିଗତ କିମ୍ବା ଅନ୍ୟ କୌଣସି ମାପଦଣ୍ଡକୁ ନୂତନ ଭାବେ ସାମିଲ କରାଯିବ କି ନାହିଁ, ତାହା ନିକଟ ଭବିଷ୍ୟତରେ ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.