ETV Bharat / bharat

ଗରିବଙ୍କ ଜନନାୟକ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ, ପୈତୃକ ଗାଁରେ ଖୁସିର ମାହୋଲ

author img

By ETV Bharat Odisha Team

Published : Jan 24, 2024, 7:35 PM IST

Bharat Ratna karpoori thakur village in celebration mood: ବିହାର ମାଟିର ସୁଯୋଗ୍ୟ ସନ୍ତାନ କର୍ପୂରୀ ଠାକୁରଙ୍କୁ ମିଳିବ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ । ଏହି ମହାନାୟକଙ୍କ ଜନ୍ମମାଟି ସମସ୍ତିପୁର ଜିଲ୍ଲାର କର୍ପୂରୀ ଗ୍ରାମରେ ଉତ୍ସବର ମାହୋଲ । ଅଧିକ ପଢନ୍ତୁ

ଗରିବମାନଙ୍କ ଜନନାୟକ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ, ପୈତୃକ ଗାଁ ରେ ହର୍ଷୋଲ୍ଲାସର ମାହୋଲ

ପାଟନା (ସମସ୍ତିପୁର): ବିହାର ମାଟିର ସୁଯୋଗ୍ୟ ସନ୍ତାନ ତଥା ଗରିବ ମାନଙ୍କ ଉଦ୍ଧାରକ ଭାବେ ପରିଚିତ କର୍ପୂରୀ ଠାକୁରଙ୍କୁ ମିଳିବ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ । ଏନେଇ ସମଗ୍ର ବିହାର ବିଶେଷ କରି ଏହି ମହାନାୟକଙ୍କ ଜନ୍ମମାଟି ସମସ୍ତିପୁର ଜିଲ୍ଲାର କର୍ପୂରୀ ଗ୍ରାମରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଆଜି କର୍ପୂରୀ ଗ୍ରାମରେ ତାଙ୍କର ଜନ୍ମ ଶତାବ୍ଦୀ ସମାରୋହ ପାଳନ ହେଉଛି । କେନ୍ଦ୍ର ସରକାରଙ୍କ ତରଫରୁ ମରଣୋତ୍ତର ଭାରତ ରତ୍ନର ଘୋଷଣା ହେବା ମାତ୍ରେ ତାଙ୍କ ଜନ୍ମ ମାଟିରେ ଲୋକ ମାନେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ମିଠା ବାଣ୍ଟିଥିଲେ ।

ତେବେ ଏହାକୁ ନେଇ କର୍ପୂରୀ ଠାକୁରଙ୍କ ପରିବାର ବର୍ଗ ମଧ୍ୟ ଆନନ୍ଦିତ ଅଛନ୍ତି । ତାଙ୍କର ପୁଅ ତଥା ଜେଡିୟୁ ର ରାଜ୍ୟସଭା ସାଂସଦ ରାମନାଥ ଠାକୁର କହିଛନ୍ତି ଯେ ଆଜି ବହୁତ ଖୁସିର ଦିନ ଅଟେ । କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ମିଳିବା ମିଳିବା ଅବସରରେ କର୍ପୂରୀ ଗାଁ ସମେତ ସାରା ପଞ୍ଚାୟତ , ବିହାରବାସୀ ତଥା ପୁରା ଦେଶର ଲୋକ ମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛୁ । ବୁଧବାର ଦିନ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଫୋନ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଆସନ୍ତା ଜାନୁଆରୀ ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର କରିବେ ।

ଏହା ମଧ୍ୟ ପଢନ୍ତୁ .... ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତର ଭାରତରତ୍ନ

ଏହି ଶୁଭ ସମ୍ବାଦ ତାଙ୍କ ଗାଁ ରେ ପହଞ୍ଚିବା ବେଳକୁ ଗ୍ରାମବାସୀ ମାନେ ଶୋଇବା ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ଖବର ଜାଣିବା ପରେ ଗାଁ ର ବୟସ୍କ ଗୁରୁଜନ ମାନେ କହିଥିଲେ ଯେ ବିହାରରେ ଗରିବ ଲୋକଙ୍କ ଜନନାୟକ ଭାବେ କର୍ପୂରୀ ଠାକୁରଙ୍କ ଭୂମିକା ଅତୁଳନୀୟ । ନିଜ ପରିବାର ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ସେ ଥିଲେ ଉତ୍ସର୍ଗୀକୃତ । ତାଙ୍କ ପରି ଜଣେ ଲୋକପ୍ରିୟ ନେତାଙ୍କୁ ଭାରତ ରତ୍ନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଶେଷ ଧନ୍ୟବାଦ ।

ସୂଚନାଯୋଗ୍ୟ ଯେ କର୍ପୂରୀ ଠାକୁରଙ୍କ ଜନ୍ମ ୧୯୨୪ ମସିହାରେ ବିହାରର ପିତୌଂଝିଆ ଗ୍ରାମରେ ହୋଇଥିଲା । ଆଜି ସେହି ଗ୍ରାମ ତାଙ୍କ ନାମରେ ନାମିତ କରାଯାଇ କର୍ପୂରୀ ଗ୍ରାମ ହୋଇଛି । ତାଙ୍କ ପିତା ଜଣେ କୃଷକ ଥିବା ସହିତ ନାପିତ କାମ ମଧ୍ୟ କରୁଥିଲେ । କର୍ପୂରୀ ଠାକୁର ଦେଶର ସ୍ବାଧୀନତା ସଂଗ୍ରାମରେ ଭାଗ ନେଇ ଇଂରେଜଙ୍କ ବିରୁଦ୍ଧ ରେ ଲଢେଇ କରିଥିଲେ । ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇ ସେ ଜେଲ ମଧ୍ୟ ଯାଇଥିଲେ । ସେ ଦେଶ ସ୍ବାଧୀନତା ପରେ ରାଜ୍ୟ ରାଜନୀତି ରେ ସକ୍ରିୟ ଭାଗ ନେଇ ବିଧାନସଭା ନିର୍ବାଚନ ରେ ବିଜୟୀ ହୋଇ ଥିଲେ । ୨ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ପଛୁଆ ବର୍ଗଙ୍କ ବିକାଶ ଦିଗରେ ପ୍ରଭୃତ କାମ କରିଥିଲେ । କୌଣସି ନିର୍ବାଚନ ହାରି ନ ଥିବା କର୍ପୂରୀ ସାମାଜିକ ନ୍ୟାୟର ଦୃଢ ସମର୍ଥକ ଥିଲେ । ଦୀର୍ଘ ରାଜନୈତିକ ଜୀବନ ଥିବା ସତ୍ତ୍ବେ ନିଜର ଦେହାନ୍ତ ପରେ ମଧ୍ୟ ତାଙ୍କ ନାଁ ରେ ଖଣ୍ଡେ ଘର ଟିଏ ମଧ୍ୟ ନ ଥିଲା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.