ETV Bharat / bharat

'କାନାଡାରେ ଯାହା କିଛି ଘଟୁଛି ତାହା କେବଳ ସେମାନଙ୍କର ଆଭ୍ୟନ୍ତରୀଣ ରାଜନୀତି' - Jaishankar on Canada incidents - JAISHANKAR ON CANADA INCIDENTS

JAISHANKAR ON CANADA INCIDENTS: ଭାରତକୁ କାନାଡାର ସମାଲୋଚନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର । କହିଲେ କାନାଡାରେ ଯାହା କିଛି ଘଟୁଛି ତାହା କେବଳ ସେମାନଙ୍କର ଆଭ୍ୟନ୍ତରୀଣ ରାଜନୀତି । ଅଧିକ ପଢନ୍ତୁ

JAISHANKAR ON CANADA INCIDENTS
JAISHANKAR ON CANADA INCIDENTS (PTI)
author img

By PTI

Published : May 4, 2024, 7:54 PM IST

ଭୁବନେଶ୍ବର: କାନାଡାରେ ଯାହା କିଛି ବି ଘଟୁଛି ତାହା ମୁଖ୍ୟତଃ ସେମାନଙ୍କର ଆଭ୍ୟନ୍ତରୀଣ ରାଜନୀତି ଯୋଗୁଁ ଘଟୁଛି ବୋଲି ଆଜି (ଶନିବାର) ସ୍ପଷ୍ଟ କରିଛନ୍ତି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର । ଭୁବନେଶ୍ବର ଗସ୍ତରେ ଥିବା ମନ୍ତ୍ରୀ ଜୟଶଙ୍କର ଏକ ପ୍ରେସମିଟରେ କାହିଁକି କାନାଡା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ ଭାରତକୁ ବାରମ୍ବାର ସମାଲୋଚିତ କରୁଛନ୍ତି ପ୍ରଶ୍ନର ଉତ୍ତର ରଖି ଏପରି କହିଛନ୍ତି ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଦାୟୀ କରିଆସୁଛି । ଏହି କ୍ରମରେ ଆଜି କାନାଡା 3 ଭାରତୀୟଙ୍କୁ ଗିରଫ କରିବା ସହ ସେମାନଙ୍କର ଫଟୋ ଓ ମାମଲା ସମ୍ପର୍କିତ ଅନ୍ୟ ତଥ୍ୟ ସେୟାର କରିଛି । ଭାରତୀୟ ଏଜେନ୍ସି ସମ୍ପୃକ୍ତିରେ ଏହି ହତ୍ୟାକାଣ୍ଡକୁ ରୂପ ଦିଆଯାଇଥିବା କାନାଡା ଅଭିଯୋଗ କରିଆସୁଛି । ଯାହାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ଜୟଶଙ୍କର । ଏହା କେବଳ ସେମାନଙ୍କର ଆଭ୍ୟନ୍ତରୀଣ ରାଜନୀତି, ଭାରତ ସହିତ କିଛି ସମ୍ପର୍କ ନାହିଁ ବୋଲି କହିଛନ୍ତି ଜୟଶଙ୍କର ।

ବରିଷ୍ଠ ସାମ୍ବାଦିକଙ୍କ ସହିତ ଆଲୋଚନା କରିବା ସମୟରେ ଜୟଶଙ୍କର ମୋଦି ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଏନେଇ ସେ କହିଛନ୍ତି, " ଭାରତର ଛବି ଏବେ ବିଶ୍ବରେ ପୂର୍ବାପେକ୍ଷା ଅଧିକ ଭଲ ରହିଛି । କାନାଡାକୁ ବାଦ୍‌ ଦେଲେ ଅନ୍ୟ ରାଷ୍ଟ୍ରଗୁଡ଼ିକ ଭାରତ ଓ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଆସୁଛନ୍ତି । ଭାରତ ସୁଦୃଢ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଜଣେ ନେତୃତ୍ବଙ୍କ ଆବଶ୍ୟକ । କିଛି ଖଲିସ୍ତାନୀ ସମର୍ଥକ କେବଳ ଭୋଟ ବ୍ୟାଙ୍କ ଲାଗି କାନାଡାର ଗଣତନ୍ତ୍ରକୁ ବ୍ୟବହାର କରୁଛନ୍ତି । କାନାଡା ଶାସକ ଦଳର ପାର୍ଲାମେଣ୍ଟରେ ବହୁମତ ନାହିଁ । ସେପଟେ କିଛି ଦଳ ରାଜନୈତିକ ଉଦ୍ଦେଶ୍ୟ ଲାଗି କିଛି ଖଲିସ୍ତାନୀ ସମର୍ଥକ ନେତାଙ୍କ ଉପରେ ନିର୍ଭରଶୀଳ ।"

ଏହା ବି ପଢନ୍ତୁ- ଖଲିସ୍ତାନୀ ଆତଙ୍କୀ ନିଜ୍ଜାର ହତ୍ୟା ମାମଲା: 3 ଅଭିଯୁକ୍ତଙ୍କ ଫଟୋ ସହ ଅନ୍ୟ ତଥ୍ୟ ସେୟାର କଲା କାନାଡା

ଜୟଶଙ୍କର ଆହୁରି କହିଛନ୍ତି, "ଆମେ ସେମାନଙ୍କୁ ଅନେକ ଥର ନିଶ୍ଚିତ କରିଛୁ ଯେଉଁମାନେ ସେମାନଙ୍କ (କାନାଡା) ଓ ଦୁଇ ଦେଶର ସମ୍ପର୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରୁଛନ୍ତି, ସେପରି ଲୋକଙ୍କୁ ଭିସା କିମ୍ବା ରାଜନୈତିକ ସ୍ଥାନ ନ ଦେବା ଉଚିତ । ମାତ୍ର କାନାଡା ସରକାର ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । କାନାଡାରେ ଥିବା ପ୍ରାୟ 25 ଖଲିସ୍ତାନୀ ସମର୍ଥକଙ୍କୁ ସେଠାରୁ ବିତାଡ଼ିତ କରିବା ଲାଗି କହିବା ସତ୍ତ୍ବେ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । "

ଏହା ବି ପଢନ୍ତୁ- ଭୁବନେଶ୍ବରରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ, 3ଟି କାର୍ଯ୍ୟକ୍ରମରେ ହେବେ ସାମିଲ

ସୂଚନା ଥାଉ କି ଗତବର୍ଷ ସେପ୍ଟେମ୍ବରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ୍ଜାର ହତ୍ୟା ଲାଗି ଭାରତର ଏଜେଣ୍ଟଙ୍କୁ ଦାୟୀ କରିଥିଲେ । ଏଥିଲାଗି କାନାଡା କୌଣସି ଠୋସ ପ୍ରମାଣ ନ ଦେଇଥିବା ବେଳେ ଭାରତକୁ ଟାର୍ଗେଟ କରିଆସୁଥିଲା । କେବଳ ରାଜନୈତିକ ଉଦ୍ଦେଶ୍ୟ ଲାଗି କାନାଡା ଭାରତକୁ ଦାୟୀ କରୁଥିବା ଜୟଶଙ୍କର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.