ETV Bharat / bharat

ବାଛୁରୀର ଦଶାହ କ୍ରିୟା କରି ଚର୍ଚ୍ଚାରେ ବାରଣାସୀ ଯୁବକ

author img

By ETV Bharat Odisha Team

Published : Jan 27, 2024, 8:46 PM IST

Calf funeral procession: ବାରଣାସୀରେ ଜଣେ ବ୍ୟକ୍ତି ବାଛୁରୀର କରାଇଛନ୍ତି ଶୁଦ୍ଧିକ୍ରିୟା । ବାଦ୍ୟଯନ୍ତ୍ର ସହିତ ବାଛୁରୀକୁ ଅନ୍ତିମ ଯାତ୍ରାରେ ନେବା ପରେ ତାଙ୍କୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

Calf funeral procession
Calf funeral procession
ବାଛୁରୀର ଦଶାହ କ୍ରିୟା କରି ଚର୍ଚ୍ଚାରେ ବାରଣାସୀ ଯୁବକ

ଲକ୍ଷ୍ନୌ: ସାଧାରଣତଃ ହିନ୍ଦୁ ଧର୍ମରେ କୌଣସି ମନୁଷ୍ୟର ଦେହାନ୍ତ ପରେ ତାର ଆତ୍ମାର ସଦଗତି ଲାଗି ଅନ୍ତିମ ସଂସ୍କାର କରାଯାଏ । ମୃତ ଶରୀରକୁ କୋକେଇରେ ଶ୍ମଶାନ ଘାଟକୁ ନିଆଯିବା ପରେ ରୀତିନୀତି ଅନୁଯାୟୀ ଶୁଦ୍ଧିକ୍ରିୟା କରାଯାଏ । ହେଲେ ଉତ୍ତରପ୍ରଦେଶ ବାରଣାସୀରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଏକ ପରିବାର ବାଛୁରୀର ଅନ୍ତିମ ସଂସ୍କାର କରିଛନ୍ତି । ମନୁଷ୍ୟଙ୍କ ଆତ୍ମାର ଶାନ୍ତି ଲାଗି ଯେପରି ଶୁଦ୍ଧିକ୍ରିୟା ହୋଇଥାଏ, ଠିକ ସେହିପରି ବାଛୁରୀର ମଧ୍ୟ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି ।

ବାରଣାସୀର ସେବାପୁରୀ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏଠାକାର ପୂର୍ବତନ ଗାଁ ମୁଖିଆ ଶ୍ୟାମ ସୁନ୍ଦର ଯାଦବଙ୍କ ଏକ ପାଳିତ ବାଛୁରୀର ମୃତ୍ୟୁ ଘଟିଥିଲା । ଏହାପରେ ସେ ରୀତିନୀତି ଅନୁଯାୟୀ ତାର ଅନ୍ତିମ ସଂସ୍କାର କରିଛନ୍ତି । ଏନେଇ ଶ୍ୟାମ ସୁନ୍ଦର କହିଛନ୍ତି, " ଆମ ସନାତନ ଧର୍ମ ଅନୁସାରେ କୌଣସି ପଶୁର ମୃତ୍ୟୁ ଘଟିବା ପରେ ବିଧି ବିଧାନ ଅନୁଯାୟୀ ତାର ଅନ୍ତିମ ସଂସ୍କାର କରାଯିବା କଥା । ମୁଁ ଯଦୁ ବଂଶର । ଆମେ ଗୋ ମାତାକୁ ପୂଜା କରିଥାଉ । ଏଣୁ ବାଛୁରୀର ମୃତ୍ୟୁ ପରେ ଆମେ ତାର ଅନ୍ତିମ ସଂସ୍କାର କରିଛୁ ।"

ଏହା ବି ପଢନ୍ତୁ- ଅନାବିଳ ପଶୁ ପ୍ରେମ: କୁକୁର ମୃତ୍ୟୁରେ ଶୁଦ୍ଧିକ୍ରିୟା, ବ୍ରାହ୍ମଣ ଭୋଜନର ଆୟୋଜନ କଲା ପରିବାର

ବାଛୁରୀକୁ ଅନ୍ତିମ ଯାତ୍ରାରେ ନେବା ସମୟରେ ବାଜା ବାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ ଶ୍ୟାମ ସୁନ୍ଦର । ଏହାପରେ ନିଜ ଜମିରେ ଏକ ଗାତରେ ବାଛୁରୀର ମୃତଦେହକୁ ପୋତିଥିଲେ । ଏହାପରେ ଶୁଦ୍ଧିକ୍ରିୟା ହୋଇଥିଲା । ଏହାଦ୍ବାରା ବାଛୁରୀର ଆତ୍ମାକୁ ଶାନ୍ତି ମିଳିବ ବୋଲି କହିଛନ୍ତି ଶ୍ୟାମ । ସେ ଆହୁରି କହିଛନ୍ତି ଯେ ଏହି ଶିକ୍ଷା ସେ ନିଜ ମାଆଙ୍କଠାରୁ ପାଇଥିଲେ । ମନୁଷ୍ୟ ହେଉ କି ପଶୁ ସମସ୍ତଙ୍କ ଶରୀରରେ ଜୀବନଟିଏ ରହିଥାଏ । ଏମାନେ ସମସ୍ତେ ସୃଷ୍ଟିକର୍ତ୍ତାଙ୍କ ଦାନ । ସମସ୍ତଙ୍କ ଶରୀରରେ ଭଗବାନ ବାସ କରନ୍ତି । ଏଣୁ ମନୁଷ୍ୟ ହେଉ କି ପଶୁ ପ୍ରତି ଜୀବନ ମୂଲ୍ୟବାନ ଥିବାରୁ ପଶୁକୁ ମଧ୍ୟ ଆଦର କରିବା ଉଚିତ ବୋଲି ସେ କହିଛନ୍ତି । ବାଛୁରୀର ସ୍ମୃତିରେ ସେ ଏକ ସମାଧି ସ୍ଥାପନ କରିବେ ବୋଲି ମଧ୍ୟ କହିଛନ୍ତି । ଏଠାରେ ସେ ବାଛୁରୀର ଆତ୍ମାକୁ ଶାନ୍ତି ପ୍ରଦାନ କରିବା ଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.