ETV Bharat / bharat

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଆସିଲା ନୂଆ ପେନସନ ଯୋଜନା UPS - Unified Pension Scheme - UNIFIED PENSION SCHEME

Unified Pension Scheme: ସରକାରୀ କର୍ମଚାରୀଙ୍କ ପାଇଁ UPS (ୟୁନିଫାଏଡ ପେନସନ ସ୍କିମ) ଆଣିଛନ୍ତି କେନ୍ଦ୍ର ସରକାର। ଆଜି ଏହି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। କେଉଁ ସବୁ ସୁବିଧା ମିଳିବ, ଜାଣନ୍ତୁ।

Unified Pension Scheme
Unified Pension Scheme (ETV Bharat)
author img

By ETV Bharat Odisha Team

Published : Aug 24, 2024, 9:29 PM IST

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ସରକାରୀ କର୍ମଚାରୀଙ୍କ ପାଇଁ UPS (ୟୁନିଫାଏଡ ପେନସନ ସ୍କିମ) ଆଣିଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ "କର୍ମଚାରୀଙ୍କ ନିରନ୍ତର ସେବା ପାଇଁ ଆମେ ଗର୍ବିତ। ସେମାନଙ୍କ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନେଇଛୁ"ବୋଲି ଟ୍ବିଟର(X) ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ନୂଆ ପେନସନ ସ୍କିମ ଅଧୀନରେ କେଉଁ ସୁବିଧା ମିଳିବ ଜାଣନ୍ତୁ।

10 ବର୍ଷ କାମ କରିଥିଲେ 10 ହଜାର:

ଯଦି କର୍ମଚାରୀ 25 ବର୍ଷରୁ କମ୍ ସମୟ ଏବଂ 10 ବର୍ଷ କାମ କରିଥିବେ ତେବେ ତାଙ୍କୁ ମାସିକ 10 ହଜାର ଟଙ୍କା ପେନସନ ମିଳିବ। ବର୍ତ୍ତମାନ ଲାଗୁ ହୋଇଥିବା ପେନସନ ବ୍ୟବସ୍ଥାରେ କର୍ମଚାରୀଙ୍କ ଯୋଗଦାନ 10% ଓ ସରକାରଙ୍କ ଯୋଗଦାନ 14% ରହିଥିବାବେଳେ UPS ଯୋଜନାରେ 18.5% ରହିବ ସରକାରଙ୍କ ଯୋଗଦାନ।

କିଏ ପାଇବେ ଲାଭ?

2004 ମସିହାରୁ 2025ମାର୍ଚ୍ଚ ମଧ୍ୟରେ ଅବସର ନେଇସାରିଥିବା ବା ନେବାକୁ ଥିବା କର୍ମଚାରୀଙ୍କୁ ଏହାର ଲାଭ ମିଳିବ। ଖାଲି ସେତିକି ନୁହେଁ, ସେମାନେ ସୁଧ ସହିତ ବକେୟା ରାଶି ମଧ୍ୟ ପାଇପାରିବେ।

ଏହା ବି ପଢନ୍ତୁ...ସାମାଜିକ ସୁରକ୍ଷା ଭତ୍ତା ବଢାଇଲେ ମୋହନ ସରକାର; ବୃଦ୍ଧବୃଦ୍ଧାଙ୍କୁ ମିଳିବ ମାସିକ ୩୫୦୦, ଦିବ୍ୟାଙ୍ଗଙ୍କ ପାଇଁ ଏତିକି ଘୋଷଣା - Old age pension hike

କେବେଠାରୁ ଲାଗୁ ହେବ UPS?

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ଅନେକ ଦେଶର ଯୋଜନାକୁ ଅନୁଧ୍ୟାନ ସହ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା ପରେ ୟୁନିଫାଏଡ ପେନସନ ଯୋଜନା ବା UPS ଲାଗୁ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆଉ ଏଥିପ୍ରତି କ୍ୟାବିନେଟ୍ ଅନୁମୋଦନ ମିଳିଛି। ସରକାରୀ କର୍ମଚାରୀମାନେ ନିଜ ଇଚ୍ଛା ଅନୁସାରେ, NPS ବା UPS ମଧ୍ୟରୁ ଯେକୌଣସି ଗୋଟିଏ ଯୋଜନାର ଲାଭ ଉଠାଇପାରିବେ। ଏହି ଯୋଜନା 2025 ଏପ୍ରିଲ 1 ତାରିଖରୁ ଲାଗୁ ହେବ। ଏହାଦ୍ବାରା ପାଖାପାଖି 23 ଲକ୍ଷ କର୍ମଚାରୀ ଉପକୃତ ହେବେ।"

ଏହା ବି ପଢନ୍ତୁ...ଆସିଲା ସୁଭଦ୍ରା SOP: କିଏ ପାଇବେ ଟଙ୍କା, କେମିତି କରିବେ ଆବେଦନ ? ସରକାରଙ୍କୁ ବିରୋଧିଙ୍କ ପ୍ରଶ୍ନ 5 ହଜାର ଟଙ୍କା ନେଇ କଣ କରିବେ ମହିଳା ? - SUBHADRA YOJANA SOP

ଏହା ବି ପଢନ୍ତୁ...ଆସୁଛି କୁଟୁମ୍ବ ଯୋଜନା; ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ପେନସନ - Kutumba Yojana

ପରିବାରକୁ ମିଳିବ 60%:

UPS ଯୋଜନା ଅଧୀନରେ ପାରିବାରିକ ସେବାର ବ୍ୟବସ୍ଥା ରହିଛି। ଅବସର ପରେ 50% ନିଶ୍ଚିତ ଅର୍ଥ ପେନସନ ଆକାରରେ ଦିଆଯିବ। ତେବେ କର୍ମଚାରୀମାନେ 25 ବର୍ଷ କାମ କରିବା ପରେ ହିଁ ଏହି ପେନସନ ପାଇପାରିବେ। ଯଦି କର୍ମଚାରୀଙ୍କ ଦେହାନ୍ତ ହୋଇଯାଏ ତେବେ ମୃତକଙ୍କ ସ୍ବାମୀ କିମ୍ବା ସ୍ତ୍ରୀ 60% ଅର୍ଥରାଶି ପେନସନ ଆକାରରେ ପାଇବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.