ETV Bharat / bharat

ଦଶହରାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହି ବର୍ଷ ଯାଏଁ ମାଗଣାରେ ମିଳିବ ପୃଷ୍ଟିକର ଚାଉଳ

ଜାରି ରହିବ ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା। 2028 ମସିହା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣା ଚାଉଳ ପ୍ରଦାନ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

author img

By ETV Bharat Odisha Team

Published : 2 hours ago

Updated : 2 hours ago

Free Ration
Free Ration (ETV Bharat)

ହାଇଦ୍ରାବାଦ: ଦଶହରାରେ ଖୁସି ଖବର ଦେଲେ କେନ୍ଦ୍ର ସରକାର। ଆହୁରି 4 ବର୍ଷ ଯାଏଁ ମିଳିବ ମାଗଣା ରାସନ। ଜାରି ରହିବ ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା। 2028 ମସିହା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଏହି ଚାଉଳ ପ୍ରଦାନ କରାଯିବ। PMGKAY(ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା) ର ଖାଦ୍ୟ ସବସିଡି କାର୍ଯ୍ୟକ୍ରମ ଅଧୀନରେ ଏହି ରାସନ ପ୍ରଦାନ ହୋଇଆସୁଅଛି। 2028 ମସିହା ପର୍ଯ୍ୟନ୍ତ ରାସନ କାର୍ଡଧାରୀଙ୍କୁ ମାଗମା ରାସନ ମିଳିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

  • ମାଗଣା ଚାଉଳ କାହିଁକି?

ସରକାରଙ୍କ ପକ୍ଷରୁ ଏହି ମାଗଣା ଚାଉଳ ମିଳିବା ଦ୍ବାରା ଖାଦ୍ୟ ଅଭାବ କାରଣରୁ ରକ୍ତହୀନତା ରୋଗରେ ପୀଡିତ ଲୋକଙ୍କ ସମସ୍ୟା ଦୂର ହେବ। ଶରୀରରେ ଥିବା ମାଇକ୍ରୋନ୍ୟୁଣ୍ଟ୍ରିଏଣ୍ଟ ଅଭାବ ଭରଣ ହେବ। ଶରୀରକୁ ପୋଷକ ତତ୍ତ୍ବ ମିଳିବା ସହ ଅପପୁଷ୍ଟି ରୋକିବାରେ ସହାୟତା ହେବ।

  • କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି:

ଆଜି (ବୁଧବାର) ବସିଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର କୋଟି କୋଟି ରାସନ ହିତାଧିକାରୀଙ୍କୁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ସମସ୍ତ ରାସନ କାର୍ଡଧାରୀ ଆସନ୍ତା 4 ବର୍ଷ ଯାଏଁ ଅର୍ଥାତ୍ 2028 ପର୍ଯ୍ୟନ୍ତ ମାଗଣା ଚାଉଳ ପାଇପାରିବେ। ଏଥିପାଇଁ ପ୍ରାୟ 11.80ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପ୍ରାୟ 80କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ଲାଭ ପାଇପାରିବେ। ଆନେମିଆ ଓ ଅପପୁଷ୍ଟିକୁ ରୋକିବା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର।

Free Ration
Free Ration (Narendra Modi (X))

ଏହା ମଧ୍ୟ ପଢନ୍ତୁ-ରାସନ କାର୍ଡ EKYCକୁ ନେଇ ଆସିଲା ବଡ଼ ଅପଡେଟ୍, ଏମିତି କହିଲେ ମନ୍ତ୍ରୀ - RATION CARD VERIFICATION

ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders

  • କେବେଠୁ ଆରମ୍ଭ ହୋଇଥିଲା ଯୋଜନା?

2022 ମସିହା ଏପ୍ରିଲ ମାସରେ କେନ୍ଦ୍ର ସରକାର ପୋଷଣ ଯୁକ୍ତ ଚାଉଳ ବଣ୍ଟନ ନିଷ୍ପତ୍ତି ନେଇଥିଲେ। 2024 ମାର୍ଚ୍ଚ ସୁଦ୍ଧା ପ୍ରର୍ଯ୍ୟାୟ କ୍ରମେ ସବୁଠି ଲାଗୁ ହେବା ନେଇ ଲକ୍ଷ୍ୟ ରହିଥିଲା। ବର୍ତ୍ତମାନ ସଫଳତାର ସହ ଏହି ଯୋଜନା ଦେଶର ସବୁ ପ୍ରାନ୍ତରେ ଲାଗୁ ହୋଇଥିବାବେଳେ 2028 ଯାଏଁ ବୃଦ୍ଧି କରାୟାଇଛି।

Free Ration
Free Ration (ETV Bharat)
  • ରାସନ କାର୍ଡରେ କେଉଁ ଲାଭ ପାଇବେ ହିତାଧିକାରୀ:

ରାସନକାର୍ଡରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣାରେ ଚାଉଳ ପ୍ରଦାନ କରୁଛନ୍ତି । ରାସନ କାର୍ଡରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଏ । ସରକାରଙ୍କ ଦ୍ୱାରା ସ୍ଥିର ତଥା ଅତି ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଇଥାନ୍ତି ହିତାଧିକାରୀ । 2028 ମସିହା ପର୍ଯ୍ୟନ୍ତ ରାସନ କାର୍ଡଧାରୀଙ୍କୁ ମାଗମା ରାସନ ପ୍ରଦାନ କରାଯିବ।

ଏହା ବି ପଢନ୍ତୁ...ରେଳଯାତ୍ରୀଙ୍କ ପାଇଁ ବମ୍ପର ଅଫର, ଏହି ଟ୍ରେନରେ ଯାତ୍ରୀଙ୍କୁ ମାଗଣା ଖାଦ୍ୟ - Free Food In Train

ଏହା ବି ପଢନ୍ତୁ...ରାସନ କାର୍ଡ ଅଛି କି ! କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ମିଳିବ ଏହି ସବୁ ସୁବିଧା - Ration Card Benefits

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.