ETV Bharat / bharat

‘ସମନରେ କୌଣସି ତର୍କ ନାହିଁ, ପ୍ରତ୍ୟାହାର କର’: ଆଜି CBIରେ ହାଜର ହେବେନି କବିତା

author img

By ETV Bharat Odisha Team

Published : Feb 25, 2024, 11:00 PM IST

Updated : Feb 26, 2024, 7:26 AM IST

BRS' K Kavitha On CBI Summons: ଆଜି ହାଜର ନହେବାକୁ CBIକୁ ଚିଠି ଲେଖି ଅବଗତ କଲେ କବିତା । କହିଲେ ତାଙ୍କୁ କରାଯାଇଥିବା ସମନରେ କୌଣସି ତର୍କ ନାହିଁ, ପ୍ରତ୍ୟାହାର କରାଯାଉ । ଅଧିକ ପଢନ୍ତୁ

‘ସମନରେ କୌଣସି ତର୍କ ନାହିଁ, ପ୍ରତ୍ୟାହାର କର’: ସିବିଆଇକୁ କବିତାଙ୍କ ଚିଠି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆଜି(ସୋମବାର) ‘ସିବିଆଇ’ରେ ହାଜର ହେବା ପାଇଁ ସମନ ପାଇଥିବା ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଧାନ ପରିଷଦ ସଦସ୍ୟା କେ.କବିତା ତଦନ୍ତକାରୀ ସଂସ୍ଥାକୁ ଚିଠି ଲେଖିଛନ୍ତି । ସେ ଏହି ମାମଲାରେ ସଂସ୍ଥା ନିକଟରେ ଆଜି ହାଜର ହୋଇପାରିବେନାହିଁ । କବିତା ତାଙ୍କ ଚିଠିରେ ଅନେକ ଜରୁରୀ କାର୍ଯ୍ୟକ୍ରମ ଓ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଏକ ଆବେଦନକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ସେହିପରି କବିତା ଚିଠିରେ ଉଲ୍ଲେଖ କରିଛନ୍ତି, ତାଙ୍କୁ କରାଯାଇଥିବା ସମନର କୌଣସି ତର୍କ ନାହିଁ । ତେଣୁ ତାଙ୍କୁ ଜେରା ପାଇଁ ଡକାଯିବା ଅଯୌକ୍ତିକ । ଏହି ସମନକୁ କେନ୍ଦ୍ରୀୟ ସଂସ୍ଥା ପ୍ରତ୍ୟାହାର କରିନେବା ଉଚିତ ।

ତେବେ ପୂର୍ବରୁ ଉଭୟ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉଭୟ କବିତାଙ୍କୁ ତଦନ୍ତ ପାଇଁ ଡାକି ସାରିଛନ୍ତି । ଗତବର୍ଷ ଡିସେମ୍ବରରେ ସେ ସିବିଆଇ ଦ୍ବାରା ଶେଷ ଥର ପାଇଁ ସମନ ପାଇଥିଲେ । ଏବେ ସିବିଆଇ ଭାରତୀୟ ଦଣ୍ଡସଂହିତା (CrPC) ର ଧାରା 41-A ଅନୁଯାୟୀ ସମନ ପଠାଇଛି । ଯାହା ଉଲ୍ଲଙ୍ଘନ କରାଗଲେ, କବିତାଙ୍କୁ ଗିରଫ ମଧ୍ୟ କରାଯାଇପାରେ । ତେବେ ଆଜି ହାଜର ହେବା ପୂର୍ବରୁ କେନ୍ଦ୍ରୀୟ ସଂସ୍ଥାକୁ କବିତା ତାଙ୍କ ଚିଠିରେ କହିଛନ୍ତି ଯେ ଆପିସିର ଏହି ବିଭାଗ ଅଧୀନରେ କାହିଁକି ସମନ କରାଗଲା ସେ ସମ୍ବନ୍ଧରେ କୌଣସି ତର୍କ, କିମ୍ବା ପୃଷ୍ଠଭୂମି ନାହିଁ । ତେଣୁ ଏହାକୁ ପ୍ରତ୍ୟାହାର କରାଯାଉ ।

ଏହା ମଧ୍ୟ ପଢନ୍ତୁ:- ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କବିତାଙ୍କୁ CBI ସମନ, 26ରେ ହେବେ ହାଜର

ଏଠାରେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ସମୟରେ ଆପ୍ ସରକାର କୋଟିକୋଟି ଟଙ୍କା ଦୁର୍ନୀତି କରିଥିବା ପ୍ରଥମେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଅଭିଯୋଗ ଆଣିଥିଲେ । ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଏହାପରେ ଏହି ଅନିୟମିତତା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ସମେତ ଦିଲ୍ଲୀ ଓ ହାଇଦ୍ରାବାଦ ଭିତ୍ତିକ ଅନେକ ବଡବଡ ମଦ ବ୍ୟବସାୟୀଙ୍କ ନାଁ ଉଠିଥିଲା । ଗତବର୍ଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ପରେ ଏହି ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏବେ ଏହି ମାମଲାରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ପରିସରରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2024, 7:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.