ETV Bharat / bharat

ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକାର କଡ଼ା ଜବାବ, ମାଣ୍ଡାରିନରେ ଷ୍ଟାଲିନଙ୍କୁ ବିଜେପିର ଶୁଭେଚ୍ଛା

author img

By ETV Bharat Odisha Team

Published : Mar 1, 2024, 2:02 PM IST

BJP birthday wish for CM Stalin in Mandarin: ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକାର ପାଲଟା ଜବାବ ଦେଲା ତାମିଲନାଡୁ ବିଜେପି । ମାଣ୍ଡାରିନ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଭାଷା ବୋଲି କହି ଜଣାଇଲା ଜନ୍ମଦିନ ଶୁଭେଚ୍ଛା । ଅଧିକ ପଢନ୍ତୁ

BJP's birthday wish for Stalin in Mandarin

ଚେନ୍ନାଇ: ତାମିଲନାଡୁ ଡିଏମକେ ସରକାର ଏବଂ ବିଜେପି ମଧ୍ୟରେ ପଲିଟିକାଲ ପୋଷ୍ଟର ଓ୍ବାର । ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକାର ଆଜି କଡା ପାଲଟା ପ୍ରହାର କରିଛି ବିଜେପି । ମାଣ୍ଡାରିନ ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଭାଷା ବୋଲି କହିଛି ତାମିଲନାଡୁ ବିଜେପି । ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନ ରହିଥିବା ବେଳେ ମାଣ୍ଡାରିନରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛି ତାମିଲନାଡୁ ବିଜେପି । ଏହା ଏକ ପ୍ରକାର ପାଲଟା ଜବାବ କହିଲେ ଅତ୍ୟୁକ୍ତି ହେବା ନାହିଁ ।

ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇ ତାମିଲନାଡୁ ବିଜେପି ପକ୍ଷରୁ କୁହାଯାଇଛି, "ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପ୍ରିୟ ଭାଷାରେ ଜନ୍ମ ଦିନର ଶୁଭେଚ୍ଛା ! ସୁସ୍ଥ ଏବଂ ଦୀର୍ଘାୟୁ କାମନା କରୁଛୁ। " ଏହା ସହିତ ମୁଖ୍ୟମନ୍ତ୍ରୀଙ୍କର ଅକ ଜନ୍ମଦିନ ପୋଷ୍ଟର ମଧ୍ୟ ପୋଷ୍ଟ କରାଯାଇଛି । ଏଥିରେ ଚାଇନିଜ ଭାଷାରେ ଲେଖା ହୋଇଥିବା ଦେଖାଯାଇଛି ।

ତାମିଲନାଡୁରେ ଥୁଥୁକୁଡିରେ ଇସ୍ରୋ ଲଞ୍ଚ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ । କୁଲସେକରାପାଟ୍ଟିନମରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ନୂଆ କମ୍ପ୍ଲସର ଶିଳାନ୍ୟାସ କରିଥିଲେ । ତେବେ ଏନେଇ ସ୍ଥାନୀୟ ସରକାରର ଜଣେ ମନ୍ତ୍ରୀଙ୍କ ଦ୍ବାରା ବିଜ୍ଞାପନ ଜାରି କରାଯାଇଥିଲା । ସ୍ଥାନୀୟ ଭାଷାର ଦୈନିକ ଖବର କାଗଜରେ ପ୍ରକାଶିତ ଏହି ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ମୋଦି ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଭଉଣୀ ତଥା ସାଂସଦ କାନିମୋଝି ଓ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ଉଦୟାନିଧିଙ୍କ ଫଟୋ ରହିଥିବା ବେଳେ ଚୀନ ପତକା ବ୍ୟବହାର କରାଯାଇଥିବା ଦେଖାଯାଇଥିଲା । ଏହି ବିଜ୍ଞାପନରେ ଇସ୍ରୋ କିମ୍ବା ଭାରତର ଜାତୀୟ ପତାକା ବଦଳରେ ଚୀନ ପତାକାକୁ ନେଇ ବାକ ଯୁଦ୍ଧା ଆରମ୍ଭ ହୋଇଥିଲା । ତେବେ ଏନେଇ ଡିଏମକେ ସରକାରଙ୍କ ଉପରେ ପ୍ରଧାନମନ୍ତ୍ରୀ ବର୍ଷିଥିବା ବେଳେ କ୍ୟାବିନେଟରେ ମନ୍ତ୍ରୀ ଥିବା ଅନିତା ରାଧାକ୍ରିଷ୍ଣନ ଏନେଇ ସଫେଇ ଦେଇ କହିଥିଲେ, ଏହା ଡିଜାଇନରଙ୍କ ଭୁଲ, ଦଳର ଏଭଳି କୌଣସି ଉଦ୍ଦେଶ୍ୟ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଇସ୍ରୋ ଲଞ୍ଚପ୍ୟାଡ ବିଜ୍ଞାପନରେ ଚୀନ ପତାକା: ମୋଦି କହିଲେ ଭାରତୀୟ ବୈଜ୍ଞାନିକଙ୍କୁ ଅପମାନିତ କରିଛି DMK

ଅନ୍ୟପଟେ ଏନେଇ ଡିଏମକେ ଏମପି ପି ଓ୍ବିଲସନ ଟ୍ବିଟ କରି କହିଛନ୍ତି, " ପ୍ରଧାନମନ୍ତ୍ରୀ କେବଳ ଖବରକାଗଜରେ ଚୀନ ପତାକା ଦେଖିପାରୁଛନ୍ତି । କିନ୍ତୁ ଗତ 10 ବର୍ଷ ହେବ ଭାରତରେ ଚୀନ ପତ୍ତାକା ଉତ୍ତୋଳନ କରାଯାଉଥିବା ବେଳେ ଏହି ଖବର ପାଇ ମଧ୍ୟ ମୋଦି ଆଖି ବୁଜି ବସିଛନ୍ତି । " ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଡିଏମକେକୁ କଡା ସମାଲୋଚନା କରିଥିଲେ । ରାଜ୍ୟରେ ଡିଏମକେ ସରକାର ତ କାମ କରୁନାହିଁ, ହେଲେ କ୍ରେଡିଟ ନେବା ପାଇଁ କିଛି ବି କରିପାରେ । ଭାରତୀୟ ରକେଟରେ ଚୀନ ପତାକାର ଷ୍ଟିକର ଛପାଯାଇଛି । ଏହା ଭାରତୀୟ ବୈଜ୍ଞାନିକଙ୍କ ପ୍ରତି ଡିଏମକେର ଘୋର ଅପମାନ ବୋଲି କହିଥିଲେ ମୋଦି । ତେବେ ଘଟଣାର ପାଲଟା ଜବାବ ପାଇଁ ଆଜି ଏକ ମଉକା ରହିଥିବା ବେଳେ ପ୍ରହାର କରିଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ଭାଷା କହି କଡା ସମାଲୋଚନା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.