ETV Bharat / bharat

ପୁଣି ପିଟ୍ରୋଡାଙ୍କ ବିବାଦୀୟ ବୟାନ; ପୂର୍ବ ଭାରତୀୟ ଲୋକ ଚାଇନିଜ୍ ଭଳି ଦେଖିବାକୁ...କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ - Congress Sam Pitroda - CONGRESS SAM PITRODA

BJP Slam Sam Pitroda: ପୂର୍ବୋତ୍ତର ଭାରତୀୟ ଦେଖିବାକୁ ଚୀନ ନାଗରିକ ଭଳି ଓ ଦକ୍ଷୀଣ ଭାରତୀୟ ଆଫ୍ରିକାନ ଭଳି । କଂଗ୍ରେସ ନେତା ତଥା ରାହୁଲ ଗାନ୍ଧୀଙ୍କ ସହଯୋଗୀ ସାମ ପିଟ୍ରୋଡାଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜନୈତିକ ଘମାସାନ । ବିଜେପିର କଡା ସମାଲୋଚନା । ଅଧିକ ପଢନ୍ତୁ

ପୁଣି ପିଟ୍ରୋଡାଙ୍କ ବିବାଦୀୟ ବୟାନ
ପୁଣି ପିଟ୍ରୋଡାଙ୍କ ବିବାଦୀୟ ବୟାନ (PIC: ANI)
author img

By ETV Bharat Odisha Team

Published : May 8, 2024, 2:10 PM IST

Updated : May 8, 2024, 2:31 PM IST

ନୂଆଦିଲ୍ଲୀ: ବିବାଦ ଘେରରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ସାମ ପିଟ୍ରୋଡା। ଏକ ଇଣ୍ଟରଭିୟୁରେ ଭାରତୀୟଙ୍କ ଉପରେ ଦେଇଥିବା ବୟାନକୁ ନେଇ କଡା ସମାଲୋଚନାର ଶିକାର ହୋଇଛନ୍ତି । ସେ ପୂର୍ବୋତ୍ତର ରାଜ୍ୟର ଲୋକଙ୍କୁ ଚୀନ ଓ ଦକ୍ଷୀଣ ଭାରତୀୟ ଲୋକଙ୍କୁ ଆଫ୍ରିକା ସହ ତୁଳନା କରିଛନ୍ତି । ଯାହାକୁ ନେଇ ବିଜେପି ତାଙ୍କୁ କଡା ଟାର୍ଗେଟ କରିଛି ।

ଏକ ଜାତୀୟ ଖବର କାଗଜ ସଂସ୍ଥାକୁ ଇଣ୍ଟରଭିୟୁ ଦେବା ସମୟରେ କଂଗ୍ରେସ ନେତା ସାମ ପିତ୍ରୋଡା ଭାରତୀୟଙ୍କୁ ନେଇ ଦେଇଥିବା ବୟାନ ଏବେ ରାଜନୀତିକୁ ସରଗରମ କରିଛି । ସେ ପୂର୍ବରାଜ୍ୟର ଲୋକଙ୍କୁ ଚୀନ ଓ ଦକ୍ଷୀଣ ଭାରତୀୟ ଲୋକଙ୍କୁ ଆଫ୍ରିକା ସହ ତୁଳନା କରିଛନ୍ତି । ସେ ଏହି ଇଣ୍ଟରଭିୟୁରେ ସେ କହିଛନ୍ତି, "ଭାରତର ପୂର୍ବୋତ୍ତର ଲୋକମାନେ ଚୀନ ନାଗରିକ ଭଳି ଦେଖା ଯାଉଥିବା ବେଳେ ଦକ୍ଷୀଣ ଭାରତୀୟ ଲୋକେ ଆଫ୍ରିକାନ ଭଳି ଲାଗନ୍ତି ।"

ଏହାମଧ୍ୟ ପଢନ୍ତୁ..ସର୍ବକାଳୀନ କମ ଆସନରେ ଲଢୁଛି କଂଗ୍ରେସ: 2019 ତୁଳନାରେ 93 କମ୍ - CONGRESS CONTESTING IN LOWEST SEATS

ପିଟ୍ରୋଡା ଆଉମଧ୍ୟ କହିଛନ୍ତି, "ଆମେ ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶକୁ ଯୋଡି ରଖିପାରିବା । ଯେଉଁଠି ପୂର୍ବୋତ୍ତର ଲୋକେ ଚୀନବାସୀ ଭଳି ଦେଖାଯାନ୍ତି, ପଶ୍ଟିମ ଭାରତ ଲୋକେ ଆରବ ଭଳି ଦେଖାଯାନ୍ତି ଉତ୍ତରରେ ଲୋକେ ହ୍ୱାଇଟ ଭଳି ଦେଖାଯାନ୍ତି ଓ ଦକ୍ଷିଣ ଭାରତ ଲୋକେ ଆଫ୍ରିକାନ ଭଳି ଲାଗନ୍ତି । ଏଥିରେ କିଛି ଫରକ ପଡେନି । ଆମେ ସମସ୍ତେ ଭାଇ ଭଉଣୀ ଅଟନ୍ତି ।"

ଭାରତରେ ସମସ୍ତଙ୍କ ପାଇଁ ରହିଛି ସ୍ଥାନ: ବିଶ୍ୱ ପାଇଁ ଭାରତର ଲୋକତନ୍ତ୍ର ବ୍ୟବସ୍ଥା ଏକ ସୁନ୍ଦର ଉଦାହରଣ ଅଟେ । ଆମେ ସମସ୍ତ ଭଷା, ଧର୍ମ, ରୀତି ନୀତି ଓ ଖାଦ୍ୟକୁ ସମ୍ମାନ କରିଥାଉ ।ଏହା ସେହି ଭାରତ ଯେଉଁଥିରେ ସମସ୍ତଙ୍କ ପାଇଁ ସ୍ଥାନ ରହିଛି । ସମସ୍ତଙ୍କୁ ଅଳ୍ପ ବହୁତେ ସାଲିସ କରିବାକୁ ପଡିଥାଏ ବୋଲି କହିଛନ୍ତି ସାମ ପିତ୍ରୋଡା ।

ଭାରତୀୟଙ୍କୁ ନେଇ ଏଭଳି ବୟାନାବାଜି ପରେ ବିବାଦ ଘେରରେ ସାମ ପିତ୍ରୋଡା । ବିଜେପି ତାଙ୍କୁ କଡା ସମାଲୋଚନା କରିଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ପିତ୍ରୋଡାଙ୍କୁ ଟାର୍ଗେଟ କରି କହିଛନ୍ତି, " ସାମ ଭାଇ, ମୁଁ ଉତ୍ତର ପୂର୍ବରୁ ଆସିଛି ଓ ମୁଁ ଦେଖିବାକୁ ଭାରତୀୟଙ୍କ ଭଳି । ଆମର ବିବିଧତା ଦେଶ , ଆମେ ଅଲଗା ଦେଖାଯାଇଥାଇପାରୁ କିନ୍ତୁ ଆମେ ସମସ୍ତେ ଏକ । ଆମ ଦେଶରେ ଉପରେ କିଛି ବୁଝନ୍ତୁ ।"

ପେର ଏହି ବୟାନ ଉପରେ କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ୍ କରି ସଫେଇ ହେଇଛନ୍ତି । ସେ କହିଛନ୍ତି ଏହି ବୟାନ ଦୁର୍ଭାଗ୍ୟଜନକ ଏବଂ ଅଗ୍ରହଣୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2024, 2:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.