ETV Bharat / bharat

ମହାରାଷ୍ଟ୍ରରେ ଥାନା ଭିତରେ 2 ରାଜନେତା ମୁହାଁମୁହିଁ: ଶିବସେନା ବିଧାୟକଙ୍କୁ ଗୁଳି କଲେ ବିଜେପି ବିଧାୟକ - ମହାରାଷ୍ଟ୍ର ଗୁଳିକାଣ୍ଡ

BJP MLA shoots at Shinde Sena leader: ବିଜେପି ବିଧାୟକଙ୍କ ଗୁଳିମାଡରେ ସିନ୍ଦେ ଗୋାଷ୍ଠୀର ଶିବସେନା ନେତା ଗୁରୁତର ଆହତ । ଦୁହେଁ ଥାନାକୁ ଏତଲା ଦେବାକୁ ଯାଇଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ଅଧିକ ପଢନ୍ତୁ

ସିନ୍ଦେ ସେନା ନେତାଙ୍କୁ ଗୁଳି କଲେ ବିଜେପି ବିଧାୟକ

author img

By ETV Bharat Odisha Team

Published : Feb 3, 2024, 10:08 AM IST

ମୁମ୍ବାଇ: ଥାନାରେ ଭିତରେ ଫୁଟିଲା ଗୁଳି । ପୋଲିସ ସାମ୍ନାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋାଷ୍ଠୀର ଶିବସେନା ନେତାଙ୍କୁ ଗୁଳି କଲେ ବିଜେପି ବିଧାୟକ । ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ଉଲ୍ଲାସନଗର ଥାନାରେ ଏହି ଗୁଳିକାଣ୍ଡ ଘଟିଛି । ବିଜେପି ବିଧାୟକ ଗଣପତ ଗାଏକ୍ବାଡ ସିନ୍ଦେ ସେନା ନେତା ମହେଶ ଗାଏକ୍ବାଡଙ୍କୁ ଗୁଳିମାଡ କରିଛନ୍ତି । ଏଥିରେ ମହେଶ ଗାଏକ୍ବାଡଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ ମାମଲା ରୁଜୁ କରିବା ସହିତ ବିଜେପି ବିଧାୟକଙ୍କ ସହ ଆଉ ୨ ଜଣଙ୍କୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି(ଶୁକ୍ରବାର) ଶିବସେନା ନେତା ମହେଶ ଗାଏକ୍ବାଡ ଏବଂ ବିଜେପି ନେତା ଗଣପତ ଗାଏକ୍ବାଡଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତଭେଦ ହୋଇଥିଲା । କଥା ଏତେ ଆଗକୁ ବଢିଯାଇଥିଲା ଯେ, ଉଭୟ ନେତା ନିଜ ସମର୍ଥକଙ୍କୁ ନେଇ ପରସ୍ପର ବିରୋଧରେ ଏତଲା ଦେବାକୁ ରାତିରେ ଉଲ୍ଲାସନଗର ହିଲ୍ ଲାଇନ ଥାନାକୁ ଯାଇଥିଲେ । ସେଠାରେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ବିଜେପି ବିଧାୟକ ସିନ୍ଦେ ସେନା ନେତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡରେ ମହେଶ ଗାଏକ୍ବାଡ ଗୁରୁତର ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାର୍ ପାର୍କିଂ ନେଇ ଗୁଳିକାଣ୍ଡ, ଉତ୍ତ୍ୟକ୍ତ ଲୋକ ୩ ଜଣଙ୍କୁ ପିଟି ପିଟି ମାରି ଦେଲେ

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ମହେଶ ଗାଏକ୍ବାଡ ଏବଂ ତାଙ୍କୁ ସମର୍ଥକଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ପୋଲିସ ଷ୍ଟେସନ ଭିତରେ ହିଁ ଗୁଳିମାଡ ହୋଇଥିଲା । ଏଥିରେ ଦୁଇ ଜଣଙ୍କ ଦେହରେ ଗୁଳି ବାଜିଥିଲା । ଦୁହିଁଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉଭୟ ଚିକିତ୍ସାଧୀନ ଅଛନ୍ତି । ତେବେ ଗୁଳିମାଡରେ ସିନ୍ଦେ ସେନା ନେତା ଗାଏକ୍ବାଡ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାରେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।

ଅନ୍ୟପଟେ ଏହି ଗୁଳିକାଣ୍ଡ ଘଟଣାକୁ ନେଇ ସିନ୍ଦେ ସରକାରଙ୍କୁ ଘେରିଛି ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ । ଶିବସେନା ନେତା (UBT) ଆନନ୍ଦ ଦୁବେ କହିଛନ୍ତି, ପୋଲିସ ଷ୍ଟେସନ ଭିତରେ ଗୁଳିମାଡ଼ ହୋଇଛି । ଗୁଳି ଫୁଟାଇଥିବା ବ୍ୟକ୍ତି ବିଜେପି ବିଧାୟକ । ସିନ୍ଦେ ସେନା ନେତା ଗୁଳିମାଡର ଶିକାର ହୋଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଯେଉଁ ବିଧାୟକ ଲକ୍ଷ ଲକ୍ଷ ଲୋକଙ୍କ କଲ୍ୟାଣ ପାଇଁ କାମ କରିବା କଥା ସେ ଲୋକଙ୍କୁ ଗୁଳି କରୁଛନ୍ତି । ଏହି ତିନି ଇଞ୍ଜିନ ସରକାରରେ ଦୁଇ ଦଳର ନେତାମାନେ ପରସ୍ପରକୁ ମାରିବାକୁ ଚେଷ୍ଟା କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.