ETV Bharat / bharat

ରାଜ୍ୟସଭା ନିର୍ବାଚନ: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନଡ୍ଡା ଓ ସୋନିଆ - Sonia Gandhi

Sonia and Nadda Elected Unopposed to Rajya Sabha: ରାଜ୍ୟସଭା ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଜେପି ନଡ୍ଡା ଓ ସୋନିଆ ଗାନ୍ଧୀ । ସୋନିଆ ପ୍ରଥମ ଥର ରାଜ୍ୟସଭାକୁ ଗଲେ । ଓଡିଶାରୁ ଅଶ୍ବିନୀ ବୈଷ୍ଣବଙ୍କ ସମେତ 3 ପ୍ରାର୍ଥୀ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନଡ୍ଡା ଓ ସୋନିଆ

author img

By ETV Bharat Odisha Team

Published : Feb 20, 2024, 5:28 PM IST

Updated : Feb 20, 2024, 5:44 PM IST

ନୂଆଦିଲ୍ଲୀ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା । 27 ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଆଜି ଏକାଧିକ ଆସନରେ ପ୍ରତିଦ୍ବନ୍ଦ୍ବିତା ନଥିବାରୁ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶାସକ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖ ରହିଛନ୍ତି । ବିଜେପି ମୁଖ୍ୟ ନଡ୍ଡା ଗୁଜୁରାଟରୁ ନିର୍ବାଚନ ଲଢିଥିଲେ । ଆଜି ନଡ୍ଡାଙ୍କ ସମେତ ଦଳୀୟ 4 ପ୍ରାର୍ଥୀ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ହୀରା ବ୍ୟବସାୟୀ ଗୋବିନ୍ଦ ଭାଇ ଢୋଲକିଆ, ଯଶବନ୍ତ ସିଂ ପରମାର ଓ ମୟଙ୍କ ନାୟକ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ସେହିପରି ରାଜସ୍ଥାନରୁ ନାମାଙ୍କନ ଭରିଥିବା କଂଗ୍ରେସ ଭେଟେରାନ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଲୋକସଭାକୁ 6ଥର ନିର୍ବାଚିତ ହୋଇଥିବା ସୋନିଆ ଚଳିତଥର ପ୍ରଥମ କରି ଉଚ୍ଚସଦନ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ରାଏ-ବରେଲୀରୁ ଝିଅ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।

ସେହିପରି ଓଡିଶାର 3 ଆସନରେ ପ୍ରାର୍ଥୀମାନେ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛନ୍ତି । 3 ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ପ୍ରାର୍ଥୀ ତଥା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଥିଲେ । ରାଜ୍ୟରେ ଚଳିତ ପର୍ଯ୍ୟାୟରେ ମୋଟ 3 ଆସନ ଖାଲି ହେଉଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି) 2 ଆସନରେ ପ୍ରାର୍ଥୀ ଦେଇଥିଲା । ତୃତୀୟ ଆସନରେ ବିଜେପି ପ୍ରାର୍ଥୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ମରାଠାଙ୍କୁ 10 ପ୍ରତିଶତ ସଂରକ୍ଷଣ, ବିଧାନସଭାରେ ପାରିତ ହେଲା ବିଲ୍‌

15 ରାଜ୍ୟର 56 ଆସନରେ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ 2 ତାରିଖରେ ଶେଷ ହେବ । ଏହାପୂର୍ବରୁ ଚଳିତ 27 ତାରିଖରେ ନିର୍ବାଚନ ହେବାକୁ ଯାଉଛି । 15 ତାରିଖରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ସମୟ ଥିଲା । 20 ତାରିଖ (ଆଜି) ନାମାଙ୍କନପତ୍ର ପ୍ରତ୍ୟାହାର ଶେଷ ତାରିଖ ମଧ୍ୟ ଥିଲା । ଅପରାହ୍ନରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ଘୋଷଣା ହେବାରେ ଲାଗିଛି । ମୋଟ 56 ଆସନ ମଧ୍ୟରେ 53ଟି ଆସନରେ ନିର୍ଦ୍ବନ୍ଦ୍ବରେ ପ୍ରାର୍ଥୀମାନେ ନିର୍ବାଚିତ ହେବା ନେଇ ସଂଖ୍ୟା କହୁଛି । ହେଲେ ସମସ୍ତ ଆସନରେ ଏବେ ବି ଘୋଷଣା ବାକି ଅଛି । ବିଜେପି ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ଖାତାକୁ 31 ଆସନ ଆସିବାକୁ ଥିବା ବେଳେ କଂଗ୍ରେସ ଖାତାକୁ 10 ଓ ଅନ୍ୟ କିଛି ଦଳ ଅବଶିଷ୍ଟ ଆସନ ହାତେଇବା ନେଇ ବର୍ତ୍ତମାନର ସଂଖ୍ୟା କହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 20, 2024, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.