ETV Bharat / bharat

ଛତିଶଗଡରେ ପୁଣି ଏନକାଉଣ୍ଟର, ଜଣେ ନକ୍ସଲ ନିପାତ - NAXALITES ENCOUNTER

POLICE NAXALITES ENCOUNTER: ଛତିଶଗଡ ବିଜାପୁରରେ ସୁରକ୍ଷାବଳ-ନକ୍ସଲ ଏନକାଉଣ୍ଟର ଜାରି । ଜଣେ ନକ୍ସଲ ମୃତ । ବହୁ ପରିମାଣର ମାରଣାସ୍ତ୍ର ଓ ମାଓସାମଗ୍ରୀ ଜବତ । ଅଧିକ ପଢନ୍ତୁ

ଛତିଶଗଡରେ ଏନକାଉଣ୍ଟର, ଜଣେ ନକ୍ସଲ ନିହତ
ଛତିଶଗଡରେ ଏନକାଉଣ୍ଟର, ଜଣେ ନକ୍ସଲ ନିହତ
author img

By ETV Bharat Odisha Team

Published : Apr 21, 2024, 12:16 PM IST

ରାୟପୁର: ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଛତିଶଗଡରେ ନକ୍ସଲ ବିରୋଧୀ ଅପରେସନ ମଧ୍ୟ ଅନୁରୂପ ଭାବେ ସକ୍ରିୟତାର ସହ ଜାରି ରହିଛି । ନିକଟରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଏକ ବଡ ଅପରେସନରେ ସୁରକ୍ଷାକର୍ମୀ କାଙ୍କେର ଜିଲ୍ଲାରେ 29 ନକ୍ସଲଙ୍କୁ ନିପାତ କରିବାରେ ସଫଳତା ପାଇଥିବା ବେଳେ ଆଜି (ରବିବାର) ପୁଣି ନକ୍ସଲ ବିରୋଧୀ ଅପରେସନ ଆରମ୍ଭ ହୋଇଛି । ଅନ୍ୟତମ ପ୍ରମୁଖ ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁରର ଭୈରମଗଡ ଜଙ୍ଗଲରେ ଏହି ଅପରେସନ ଜାରି ରହିଛି । ଏଥିରେ ଜଣେ ନକ୍ସଲ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି । ଏବେ ବି ଉଭୟପଟୁ ଗୁଳି ବିନିମୟ ଜାରି ରହିଛି ।

ଇନପୁଟ ସୂଚନା ଆଧାରରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ଟିମ୍‌ ଏହି ମିଳିତ ଅପରେସନ ଜାରି ରଖିଛନ୍ତି । ଏବେ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ବେଳେ ଜଣେ ନକ୍ସଲ ପ୍ରାଣ ହରାଇଥିବା ସ୍ଥାନୀୟ ଏସପି ଜିତେନ୍ଦ୍ର ଯାଦବ ସ୍ପଷ୍ଟ କରିଛନ୍ତି । କେଶକୁଟୁଲ ନିକଟବର୍ତ୍ତୀ ଜଙ୍ଗଲରେ ଏହି ଅପରେସନ ଜାରି ରହିଛି । ଘଟଣାସ୍ଥଳରୁ ଜଣେ ନକ୍ସଲର ମୃତଦେହ ସହ ଏକାଧିକ ଅସ୍ତ୍ରଶସ୍ତ୍ର ଓ ବହୁ ମାଓସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଛତିଶଗଡର ସର୍ବାଧିକ ନକ୍ସଲ ପ୍ରବଣ ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି । 26 ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ କାଙ୍କେର, ମହାସମୁନ୍ଦ ଏବଂ ରାଜନନ୍ଦଗାଓଁ ଲୋକସଭା ଆସନରେ ଭୋଟ ଗ୍ରହଣ ହେବାକୁ ଯାଉଛି । ନିକଟରେ କାଙ୍କେର ଜିଲ୍ଲାର ଛୋଟାବେଥିଆ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ବଡଧରଣର ଗୁଳି ବିନିମୟ ହୋଇଥିଲା । ଏଥିରେ ଏକାଧିକ ହାର୍ଡକୋର ନକ୍ସଲ କମାଣ୍ଡରଙ୍କ ସମେତ ମୋଟ 29 ଜଣ ନକ୍ସଲ ନିପାତ ହୋଇଥିଲେ । ଛତିଶଗଡ ଇତିହାସରେ ଗତ 15ବର୍ଷ ମଧ୍ୟରେ ଏହା ସବୁଠୁ ବଡ ନକ୍ସଲ ଅପରେସନ ଥିଲା ।

ଏହା ମଧ୍ୟ ପଢନ୍ତୁ :- ଆସନ୍ତାକାଲି ମଣିପୁରର 11 ବୁଥରେ ସାନି ମତଦାନ - Repolling In Manipur

ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ବିଭିନ୍ନ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଓ କମ୍ବିଂ ଅପରେସନକୁ କଡାକଡି କରାଯାଉଥିବା ସ୍ଥାନୀୟ ପୋଲିସ ଏସପି କହିଛନ୍ତି । ଗତବର୍ଷ ଶେଷରେ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଏକାଧିକ ସ୍ଥାନରେ ନକ୍ସଲ ହିଂସା ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ପ୍ରାୟ 4 ସାଧାରଣ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ସହ ଭୋଟ ବର୍ଜନ କରିବା ପାଇଁ ଲାଲବାହିନୀ ଧମକ ମଧ୍ୟ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.