ETV Bharat / bharat

129 ବିଧାୟକଙ୍କ ସମର୍ଥନରେ ଆସ୍ଥାଭୋଟ ଜିତିଲେ ନୀତିଶ - Floor test

Bihar CM Nitish Kumar's government wins Floor test: 129 ବିଧାୟକଙ୍କ ସମର୍ଥନରେ ଆସ୍ଥାଭୋଟ ଜିତିଲେ ନୀତିଶ । ଭୋଟିଂ ପୂର୍ବରୁ କକ୍ଷତ୍ୟାଗ କଲେ ବିରୋଧୀ । ଅଧିକ ପଢନ୍ତୁ

129 ବିଧାୟକଙ୍କ ସମର୍ଥନରେ ଆସ୍ଥାଭୋଟ ଜିତିଲେ ନୀତିଶ

author img

By ETV Bharat Odisha Team

Published : Feb 12, 2024, 3:55 PM IST

Updated : Feb 12, 2024, 4:46 PM IST

ପାଟନା: ଆସ୍ଥାଭୋଟରେ ଜିତିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୋଟ ୧୨୯ ବିଧାୟକଙ୍କ ସମର୍ଥନରେ ନୀତିଶ କୁମାର ଆସ୍ଥାଭୋଟ ଜିତିଛନ୍ତି । ପ୍ରସ୍ତାବ ବିରୋଧରେ କୌଣସି ଭୋଟ ପଡିନଥିବା ସୂଚନା ମିଳିଛି । ବିରୋଧୀ ଭୋଟିଂ ପୂର୍ବରୁ ଗୃହତ୍ୟାଗ କରିଛନ୍ତି । 3 ଆରଜେଡି ବିଧାୟକ କ୍ରସଭୋଟିଂ କରି ନୀତିଶଙ୍କୁ ସମର୍ଥନ କରିଛନ୍ତି । ଆରଜେଡି, କଂଗ୍ରେସ ଓ ବାମଦଳର ବିଧାୟକମାନେ ଭୋଟିଂରେ ଅଂଶଗ୍ରହଣ ନକରି କକ୍ଷତ୍ୟାଗ କରିଛନ୍ତି ।

ବିଳମ୍ବିତ ଅପରାହ୍ନରେ ଆସ୍ଥାଭୋଟ ପୂର୍ବରୁ ପୂର୍ବାହ୍ନରେ ବାଚସ୍ପତି ଥିବା ବରିଷ୍ଠ ଆରଜେଡି ନେତା ଅବୋଧ ବିହାରୀ ଚୌଧୁରୀଙ୍କୁ ପଦରୁ ହଟାଯାଇଥିଲା । ଏନଡିଏ ମେଣ୍ଟ ପକ୍ଷରୁ ଆଗତ ହୋଇଥିବା ଏହି ପ୍ରସ୍ତାବକୁ ମୋଟ 125 ବିଧାୟକ ସମର୍ଥନ କରିଥିଲେ । ଏହା ପରେ ବିଧାନସଭା ଉପାଧ୍ୟକ୍ଷ ମହେଶ୍ବର ହଜାରୀ ଗୃହକାର୍ଯ୍ୟ ପରିଚାଳନା କରିଥିଲେ । ଆରଜେଡି ବିଧାୟକ ଚେତନ ଆନନ୍ଦ, ନିଲମ ଦେବୀ, ପ୍ରହ୍ଲାଦ ଯାଦବ ଗୃହରେ ଶାସକ ମେଣ୍ଟର ସଦସ୍ୟଙ୍କ ସହ ବସିଥିଲେ । ସେମାନେ କ୍ରସଭୋଟିଂ କରିବା ନେଇ ସ୍ପଷ୍ଟ ଅନୁମାନ କରାଯାଉଥିଲା । ଏହାକୁ ବେଆଇନ କହି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନିଜ ସମ୍ବୋଧନରେ ଆପତ୍ତି ଦର୍ଶାଇଥିଲେ । ହେଲେ ଏହାକୁ ଉପାଧ୍ୟକ୍ଷ ଗ୍ରହଣ କରିନଥିଲେ । ଏହି ତିନି ଆରଜେଡି ବିଧାୟକ ନୀତିଶଙ୍କ ସପକ୍ଷରେ ଭୋଟଦାନ କରିଥିବା ସୂଚନା ମିଳିଛି । ଆରଜେଡି ଏମାନଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।

ଏହା ମଧ୍ୟ ପଢନ୍ତୁ :-ବିହାର ରାଜନୀତିରେ ଟ୍ବିଷ୍ଟ: ଫ୍ଲୋରଟେଷ୍ଟ ପୂର୍ବରୁ ହଟିଲେ ବାଚସ୍ପତି, ବିଧାନସଭାରେ ନୀତିଶଙ୍କ ଅଭିଭାଷଣ

ଭୋଟିଂ ପୂର୍ବରୁ ଚର୍ଚ୍ଚାରେ ପରସ୍ପର ଉପରେ ବର୍ଷିଥିଲେ ଶାସକ ଓ ବିରୋଧୀ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେତସ୍ବୀଙ୍କୁ ଟାର୍ଗେଟ କରିବାକୁ ଯାଇ ଲାଲୁ ଓ ରାବିଡିଙ୍କ ଶାସନର ଉଦାହରଣ ଦେଇଥିଲେ । 2005 ମସିହାରେ ବିହାରର ଅବସ୍ଥା କ’ଣ ଥିଲା, ଏବେ କେତେ ପରିବର୍ତ୍ତନ ହୋଇଛି, ତାହା ଜାଣିବା ଆବଶ୍ୟକ ବୋଲି ନୀତିଶ କହିଥିଲେ । ସେହିପରି ତେଜସ୍ବୀ ମଧ୍ୟ ନୀତିଶଙ୍କ ଉପରେ ବର୍ଷିଥିଲେ । ନୀତିଶଙ୍କ ଉପରେ କେହି ବିଶ୍ବାସ କରନ୍ତି ନାହିଁ । ପୁଣି ଥରେ ସେ ମେଣ୍ଟ ବଦଳାଇବେ ନାହିଁ, ତାର ବିଜେପି ନିକଟରେ କୌଣସି ଗ୍ୟାରେଣ୍ଟି ଅଛି କି ବୋଲି ତେଜସ୍ବୀ କହିଥିଲେ । ଚର୍ଚ୍ଚା ଶେଷରେ ହୋଇଥିବା ଭୋଟିଂରେ ବିରୋଧୀ ବିଧାୟକମାନେ କକ୍ଷତ୍ୟାଗ କରିଥିବା ବେଳେ ନୀତିଶଙ୍କ ସମର୍ଥନରେ ମୋଟ 129 ବିଧାୟକ ଭୋଟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 12, 2024, 4:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.