ETV Bharat / bharat

କୋଚିଂ ସେଣ୍ଟରରେ ପଶିଲା ଡ୍ରେନ ପାଣି, ଚାଲିଗଲା ୩ UPSC ଆଶାୟୀଙ୍କ ଜୀବନ - Flooding In Coaching Centre

author img

By ETV Bharat Odisha Team

Published : Jul 28, 2024, 7:29 AM IST

Updated : Jul 28, 2024, 2:21 PM IST

RAJINDER NAGAR WATERLOGGING: ଏମିତି ବି ଆସେ ମୃତ୍ୟୁ । ୟୁପିଏସି ପାଇଁ କୋଚିଂ ନେବାକୁ ଆସିଥିଲେ । ଲଗାଣ ବର୍ଷା ପରେ ହଠାତ୍ କୋଚିଂ ସେଣ୍ଟର ଭିତରକୁ ମାଡିଗଲା ଡ୍ରେନ ପାଣି । ପାଣିରେ ବୁଡି 3 ଛାତ୍ରୀଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

RAJINDER NAGAR WATERLOGGING
RAJINDER NAGAR WATERLOGGING (ETV BHARAT ODISHA)

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଭାବନୀୟ ଘଟଣା । ଜୀବନ ନେଲା ବର୍ଷା ଜଳ । ଲଗାଣ ବର୍ଷା ପରେ ହଠାତ୍ କୋଚିଂ ସେଣ୍ଟରର ତଳ ମହଲାରେ ପଶିଲା ଡ୍ରେନ ପାଣି । ଫଳରେ 3 ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପଶ୍ଚିମ ଦିଲ୍ଲୀର ଓଲ୍ଡ ରାଜେନ୍ଦ୍ର ନଗରର ରାଓ୍ବାସ ଆଇଏଏସ୍ ଷ୍ଟଡି ସେଣ୍ଟରରେ । ମୃତ ତିନି ଜଣ ଛାତ୍ରୀ ୟୁପିଏସି ପାଇଁ କୋଚିଂ ନେଉଥିଲେ । କୋଚିଂ ସେଣ୍ଟରରେ ଏବେ ବି କିଛି ଛାତ୍ରୀ ଫସି ରହିଥିବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୋଲିସ ପ୍ରଶାସନ, ଆମ୍ବୁଲାନ୍ସ ଏବଂ ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଚାଲିଗଲା ୩ UPSC ଆଶାୟୀଙ୍କ ଜୀବନ (ETV Bharat)

ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ: ଏହି ଘଟଣାକୁ ନେଇ ନେଇ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣା ପାଇଁ ସେମାନେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷକୁ ଦାୟୀ କରୁଛନ୍ତି । ଦିଲ୍ଲୀ ପୋଲିସର ସେଣ୍ଟ୍ରାଲ୍ ଜିଲ୍ଲା ଡିସିପି ଏମ୍ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଚାଲିଛି । ଏନଡିଆରଏଫ୍ ନିୟୋଜିତ ଅଛି । ଏହି ଘଟଣା ପରେ ଦିଲ୍ଲୀ ମେୟର ଶାଇଲି ଓବରୋଇ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତଦନ୍ତ ନିର୍ଦ୍ଦେଶ ଦେଲେ ଆତିଶୀ: ଏନେଇ ଶିକ୍ଷା ଓ ଜଳ ସମ୍ପଦ ମନ୍ତ୍ରୀ ଆତିଶୀ ଟ୍ବିଟ୍ କରି କହିଛନ୍ତି, ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ହେତୁ ଏପରି ଅଭାବନୀୟ ଘଟଣା ଘଟିଥିବା ଖବର ଆସିଛି । ରାଜେନ୍ଦ୍ର ନଗରର ଏକ କୋଚିଂ ସେଣ୍ଟରର ତଳ ମହଲାରେ ପାଣି ପଶିଥିବା ଖବର ରହିଛି । ଦିଲ୍ଲୀ ଅଗ୍ନିଶମ ବିଭାଗ ଏବଂ ଏନଡିଆରଏଫ ଘଟଣାସ୍ଥଳରେ ଅଛନ୍ତି । ଦିଲ୍ଲୀ ମେୟର ଏବଂ ସ୍ଥାନୀୟ ବିଧାୟକ ମଧ୍ୟ ସେଠାରେ ଉପସ୍ଥିତ । ମୁଁ ପ୍ରତି ମିନିଟରେ ଘଟଣାର ଖବର ନେଉଛି । ଏହି ଘଟଣା କିପରି ଘଟିଲା ସେନେଇ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣା ପାଇଁ ଯିଏ ଦାୟୀ ତାକୁ ଦଣ୍ଡ ମିଳିବ ।

ଏହା ମଧ୍ୟ ପଢନ୍ତୁ-ବେଙ୍ଗାଲୁରୁ ଓ ପୁଣେ ଛାଡିବାକୁ ଚାହୁଁଛନ୍ତି ଇଞ୍ଜିନିୟର ! କେଉଁ ସହର ପାଲଟିବ ପସନ୍ଦ ? - Engineers To Leave Bangalore Pune

ଆପ୍‌ ବିଧାୟକଙ୍କୁ ଚାର୍ଗେଟ କଲେ ବିଜେପି ନେତା: ଏହି ପ୍ରସଙ୍ଗରେ ଦିଲ୍ଲୀ ବିଜେପି ନେତା ତଥା ପୂର୍ବତନ ଆଞ୍ଚଳିକ ନିଗମ କାଉନସିଲର ରାଜେଶ ଭାଟିଆ ଏକ ଭିଡିଓ ଜାରି କରିଛନ୍ତି । ଏଥିରେ ଆମ୍ ଆଦମୀ ପାର୍ଟିର ବିଧାୟକ ଦୁର୍ଗେଶ ପାଠକଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି । ରାଜେଶ ଭାଟିଆ କହିଛନ୍ତି ଯେ, ''ଘଟଣା ଘଟିଥିବା ସ୍ଥାନରେ ଯେଉଁ ରୋଡ ରହିଛି ଅନେକ ଥର ସେଠାରେ ଜଳବନ୍ଦୀ ସମସ୍ୟା ଦେଖାଯାଏ । ଏନେଇ ସ୍ଥାନୀୟ ବିଧାୟକ ଦୁର୍ଗେଶ ପାଠକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଯେଉଁଥିପାଇଁ ଏପରି ବଡ ଅଘଟଣ ଘଟିଥିଲା ।''

ଦୁଃଖ ପ୍ରକାଶ କଲେ ରାହୁଲ ଗାନ୍ଧୀ: ଏହି ଦୁଃଖଦ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଟ୍ବିଟ କରି କହିଛନ୍ତି, ଦିଲ୍ଲୀର ଏକ କୋଠାର ତଳ ମହଲାରେ ପାଣି ପସିବା କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । କିଛିଦିନ ପୂର୍ବେ ବର୍ଷା ସମୟରେ ବିଦ୍ୟୁତ ଆଘାତ ଯୋଗୁଁ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ଶୋକସନ୍ତପ୍ତ ପରିବାର ବର୍ଗକୁ ମୁଁ ସମବେଦନା ଜଣାଉଛି ।

Last Updated : Jul 28, 2024, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.