ETV Bharat / bharat

ନ୍ୟାୟ ଯାତ୍ରାରେ ପୁଣି ବର୍ଷିଲେ ରାହୁଲ, କହିଲେ ଆଦାନୀଙ୍କୁ ଛାଡି ସମସ୍ତଙ୍କ ସହିତ ଅନ୍ୟାୟ କରୁଛି ବିଜେପି

author img

By ETV Bharat Odisha Team

Published : Feb 3, 2024, 12:49 PM IST

Bharat Jodo Nyay Yatra: ଭାରତ ଯୋଡ ନ୍ୟାୟ ଯାତ୍ରା ଗୋଦାରେ ପହଞ୍ଚିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ ଆଦାନୀଙ୍କୁ ଛାଡି ସମସ୍ତଙ୍କ ସହିତ ଅନ୍ୟାୟ କରୁଛି ବିଜେପି । ଅଧିକ ପଢନ୍ତୁ

Bharat Jodo Nyay Yatra
Bharat Jodo Nyay Yatra

ରାଞ୍ଚି: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଝାଡଖଣ୍ଡର ଗୋଦାରେ ପହଞ୍ଚିଛି । ଗୋଦାରେ ପହଞ୍ଚିବା ପରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଦେଶରେ ଘୃଣା ବ୍ୟାପିବା ପାଇଁ କଂଗ୍ରେସ କାର୍ଯ୍ୟ କରୁଛି ଏବଂ ଆମେ ଲୋକଙ୍କୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ରାହୁଲ । ଦେଶର ଯୁବକ, କୃଷକ ଏବଂ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ମୋଦିକୁ ଟାର୍ଗେଟ: ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, "ବିଜେପି ଦେଶରେ ଘୃଣାର ପ୍ରସାର କରୁଛି । ତେବେ ଆମ ଯାତ୍ରାର ଲକ୍ଷ୍ୟ ଘୃଣାର ଅନ୍ତ କରିବା । ଏହାକୁ ବିରୋଧ କରି ଆମେ ଏଠାକୁ ଯାତ୍ରାକୁ ଆସିଛୁ । ଆମେ ସମସ୍ତଙ୍କୁ ଏକଜୁଟ କରିବାକୁ ଚାହୁଁଛୁ । ବିଜେପି ଗୋଟିଏ ଜାତିକୁ ଅନ୍ୟ ଜାତି ସହ ଲଢେଇ କରିବା ପାଇଁ ବାଧ୍ୟ କରୁଛି । ଗୋଟିଏ ଧର୍ମ ସହିତ ଅନ୍ୟ ଧର୍ମର ଲଢେଇ ହେଉଛି । କିନ୍ତୁ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଆମେ ଏଠାକୁ ଆସିଛି । ସମଗ୍ର ଦେଶରେ ଗରିବ, ଦୁର୍ବଳ ଶ୍ରେଣୀର ଲୋକ, ଯୁବକ ଏବଂ କୃଷକଙ୍କ ପ୍ରତି ଅନ୍ୟାୟ ହେଉଛି ।

ଦେଶରେ କେବଳ ଆଦାନୀ ସହ ନ୍ୟାୟ ହେଉଛି: ଆଦାନୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, "ଯଦି ଭାରତରେ ଆଦାନୀର ନାମ ନିଆଯାଏ ତେବେ ଲୋକମାନେ କିଛି ସମୟରେ ହିଁ ବୁଝି ପାରନ୍ତି ଯେ, ତାଙ୍କ ପଛରେ ପ୍ରଧାନମନ୍ତ୍ରୀ ଅଛନ୍ତି । ଆମେ ଲ୍ୟାଣ୍ଡ ଟ୍ରିବ୍ୟୁନାଲ୍ ବିଲ୍ ଆଣୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲ୍ୟାଣ୍ଡ ଟ୍ରିବ୍ୟୁନାଲ୍ ବିଲକୁ ରଦ୍ଦ କରିଛନ୍ତି । ସମସ୍ତଙ୍କ ବିରୋଧରେ ଅନ୍ୟାୟ କରାଯାଉଛି । ଦେଶରେ କେବଳ ଆଦାନୀଙ୍କୁ ହିଁ ନ୍ୟାୟ ମିଳୁଛି । ଅନ୍ୟ ସମସ୍ତଙ୍କ ପ୍ରତି ଅନ୍ୟାୟ କରାଯାଉଛି । "

ଏହା ମଧ୍ୟ ପଢନ୍ତୁ: ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ କାରକୁ ପଥର ମାଡ, ଟିଏମସିକୁ ଘେରିଲା କଂଗ୍ରେସ

ଝାଡଖଣ୍ଡ ସରକାରକୁ ଅସ୍ଥିର କରାଇବାକୁ ଚେଷ୍ଟା: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଝାଡଖଣ୍ଡରେ ପ୍ରବେଶ କରିଛି । ତେବେ ଝାଡଖଣ୍ଡରେ ରାଜନୈତିକ ଅସ୍ଥିରତା ଭିତରେ ସେ ଭାଜପାକୁ ଏଥି ପାଇଁ ଦାୟୀ କରିଛନ୍ତି । ଝାଡଖଣ୍ଡ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ଚେଷ୍ଟା କରୁଥିବା କଥା ସେ କହିଛନ୍ତି । ଯଦିଓ ବିଜେପି ଏଭଳି କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଇଣ୍ଡିଆ ମେଣ୍ଟ ଏହା ବିରୋଧରେ ଛିଡା ହୋଇ ସମସ୍ତ ଉଦ୍ୟମକୁ ବିଫଳ ହୋଇଥିଲା ।

କଂଗ୍ରେସ ନେତା କହିଛନ୍ତି, "ଯଦିଓ ବିଜେପି ପାଖରେ ଶକ୍ତି ଏବଂ ଅର୍ଥ ରହିଛି । ତଥାପି କଂଗ୍ରେସ ଏସବୁକୁ ଭୟ କରେ ନାହିଁ । ଏହା ବିରୋଧରେ ଆମର ସଂଗ୍ରାମ ଜାରି ରହିବ । ସମଗ୍ର ଦେଶରେ ଲୋକଙ୍କ ପ୍ରତି ଅନ୍ୟାୟ କରାଯାଉଛି । ମୁଦ୍ରାସ୍ଫୀତି ଏବଂ ବେକାରୀ ବୃଦ୍ଧି ଯୋଗୁଁ ଲୋକମାନେ ଅସୁବିଧା ଭୋଗୁଛନ୍ତି । ଏଥି ପାଇଁ କେବଳ କେନ୍ଦ୍ର ସରକାର ଦାୟୀ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.