ETV Bharat / bharat

ସଂରକ୍ଷଣ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ: କ’ଣ କହିଥିଲେ ସର୍ବୋଚ୍ଚ ଅଦାଲତ, କିଏ କରୁଛି ବିରୋଧ - Bharat Bandh

Bharat Bandh: ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦେଇଛି । ‘ସଂରକ୍ଷଣ ବଞ୍ଚାଓ ସଂଘର୍ଷ ସମିତି’ । କଣ ରାୟ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ଏଥିରେ କେଉଁବର୍ଗ କିପରି ପ୍ରଭାବିତ, ଅଧିକ ପଢନ୍ତୁ...

ସଂରକ୍ଷଣ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ: କଣ କହିଥିଲେ ସର୍ବୋଚ୍ଚ ଅଦାଲତ, କିଏ କରୁଛି ବିରୋଧ
ସଂରକ୍ଷଣ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ: କଣ କହିଥିଲେ ସର୍ବୋଚ୍ଚ ଅଦାଲତ, କିଏ କରୁଛି ବିରୋଧ (ETV Bharat Odisha)
author img

By ETV Bharat Odisha Team

Published : Aug 21, 2024, 8:05 AM IST

ହାଇଦ୍ରାବାଦ: ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ସଂରକ୍ଷଣ ମାମଲାରେ ସର୍ବୋଚ୍ଚ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଆଜି ଦେଶବ୍ୟାପୀ 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ‘ସଂରକ୍ଷଣ ବଞ୍ଚାଓ ସଂଘର୍ଷ ସମିତି’ ଏହି ଡାକରା ଦେଇଛି । ଏହାକୁ ଏକାଧିକ ପଛୁଆ ବର୍ଗର ସମାଜିକ ଓ ରାଜନୈତିକ ସଂଗଠନ ମଧ୍ୟ ସମର୍ଥନ ଘୋଷଣା କରିଛନ୍ତି । ଫଳରେ ସକାଳୁ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୌଣସି ସ୍ଥାନରେ ହିଂସା ପରି ସ୍ଥିତି ସୃଷ୍ଟି ହେଲେ ପୋଲିସକୁ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ମିଳିଛି ।

ସଂରକ୍ଷଣ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ: କ’ଣ କହିଥିଲେ ସର୍ବୋଚ୍ଚ ଅଦାଲତ, କିଏ କରୁଛି ବିରୋଧ
ସଂରକ୍ଷଣ ରାୟକୁ ବିରୋଧ କରି ଆଜି ଭାରତ ବନ୍ଦ: କ’ଣ କହିଥିଲେ ସର୍ବୋଚ୍ଚ ଅଦାଲତ, କିଏ କରୁଛି ବିରୋଧ (ETV Bharat odisha)
  • କ’ଣ ଥିଲା ସର୍ବୋଚ୍ଚ କୋର୍ଟଙ୍କ ରାୟ:

ନିକଟରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଜନଜାତି ବର୍ଗ କ୍ଷେତ୍ରରେ ଉପ-ବର୍ଗୀକରଣ (ସବ-କ୍ୟାଟାଗୁରୀ) କରାଯିବା ଉଚିତ୍‌ ବୋଲି କହିଥିଲେ । ସଂରକ୍ଷଣ ଲାଭ ପାଉଥିବା ଏହି ବର୍ଗଗୁଡିକ ମଧ୍ୟରେ ସମସ୍ତେ ସମାନ ନୁହନ୍ତି । ସେମାନଙ୍କ ମଧ୍ୟରେ ଆର୍ଥିକ ଦୃଷ୍ଟିକୋଣରୁ ଭିନ୍ନତା ରହିଛି ବୋଲି କୋର୍ଟ କହିଥିଲେ । କିଛି ଜାତି ବା ବର୍ଗ ଅତି ପଛୁଆ ଶ୍ରେଣୀରେ ଅଛନ୍ତି ଓ ଅନ୍ୟ କିଛି ବର୍ଗର ଆର୍ଥିକ ସ୍ଥିତି ଭଲ ଅଛି । ‘କ୍ରିମି-ଲେୟାର’ ବା ଆର୍ଥିକ ସ୍ବଚ୍ଛଳ ବର୍ଗର ଉପ-ବର୍ଗୀକରଣ କରି ସେମାନଙ୍କୁ ସଂରକ୍ଷଣରୁ ବାଦ ଦିଆଯାଇ ପାରିବ ବୋଲି ସର୍ବୋଚ୍ଚ କୋର୍ଟ କହିଥିଲେ । ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଉଭୟ ‘ଏସସି’ ଓ ‘ଏସଟି’ ସମାଜ ଏହାକୁ ବରୋଧ କରୁଛନ୍ତି । ସୁପ୍ରିମକୋର୍ଟଙ୍କ ଏପରି ରାୟ ସେମାନଙ୍କ ସଂରକ୍ଷଣ ସୁବିଧାକୁ ସଙ୍କୁଚିତ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

  • ଏହି ତିନି ରାଜ୍ୟରେ ସର୍ବାଧିକ ପ୍ରଭାବ ସମ୍ଭାବନ :-

ରାଜସ୍ଥାନ, ଉତ୍ତର ପ୍ରଦେଶ କେରଳରେ ଏହାର ପ୍ରଭାବ ଅଧିକ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଉଛି । କାରଣ ଏହି ରାଜ୍ୟମାନଙ୍କରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସାମାଜିକ ଓ ରାଜନୈତିକ ପ୍ରଭାବ ରହିଛି । ତେଣୁ ସେହିସବୁ ରାଜ୍ୟରେ ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣା: ସୁପ୍ରିମକୋର୍ଟ ଖପ୍ପା, ଗଠନ ହେଲା ନ୍ୟାସନାଲ ଟାସ୍କଫୋର୍ସ, ବୁଧବାର ସୁଦ୍ଧା ଷ୍ଟାଟସ ରିପୋର୍ଟ ଦେବ CBI - National Task Force Of Doctors

  • ଓଡିଶାରେ ମଧ୍ୟ ସଦୃଶ ପ୍ରଭାବ:-

ସେହିପରି ଓଡିଶାରେ ମଧ୍ୟ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ବିଧାନସଭା ଅଧିବେଶନ ଚାଲିଥିବାରୁ ରାଜଧାନୀରେ ସୁରକ୍ଷାକୁ କଡାକଡି କରାଯାଇଛି । ଗୃହକାର୍ଯ୍ୟରେ ସାମିଲ ହେବାକୁ ଥିବା ବିଧାୟକ/ବିଧାୟିକାମାନେ ସକାଳୁ ସକାଳୁ ବିଧାନସଭାରେ ପହଞ୍ଚିବା ଆରମ୍ଭ କରିଛନ୍ତି । ସେହିପରି ଲୋକସେବା ଭବନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ପୂର୍ବାହ୍ନ ସାଢେ 9ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ମିଳିଛି । ରାଜଧାନୀକୁ ବାଦଦେଲେ ଦକ୍ଷିଣ ଓ ପଶ୍ଚିମ-ଓଡିଶାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଲାଣି । ବଲାଙ୍ଗୀର, କୋରାପୁଟ, ସୁବର୍ଣ୍ଣପୁର, ଅନୁଗୋଳ, ବୌଦ୍ଧ ପରି ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭିମ୍ ଆର୍ମୀ, ଆଦିବାସୀ କଲ୍ୟାଣ ମହାସଂଘ ପରି ସଂଗଠନଗୁଡିକ ବନ୍ଦ ଡାକରାକୁ ସମର୍ଥନ କରିବା ସହ ରାସ୍ତାକୁ ଓହ୍ଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.