ETV Bharat / bharat

ତ୍ରେତୟା ଯୁଗରେ ପ୍ରବେଶ କରିବାର ଅନୁଭବ, ରାମରାଜ୍ୟର ଆରମ୍ଭ: ଯୋଗୀ

author img

By ETV Bharat Odisha Team

Published : Jan 22, 2024, 4:55 PM IST

CM Yogi Adityanath on Pran Pratishtha of Ram Lalla: ଆନନ୍ଦର ସୀମା ନାହିଁ । ସମଗ୍ର ଦେଶ ଆଜି ଅଯୋଧ୍ୟାରେ ପରିଣତ ହୋଇଛି । ପ୍ରାଣ ପ୍ରତିଷ୍ଠା ସହ ରାମରାଜ୍ୟ ଆରମ୍ଭ ହେଲା ବୋଲି କହିଲେ ଯୋଗୀ । ଅଧିକ ପଢନ୍ତୁ

ଆନନ୍ଦର ସୀମା ନାହିଁ, ରାମରାଜ୍ୟର ଆରମ୍ଭ: ଯୋଗୀ

ଲକ୍ଷ୍ନୌ: ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମରାଜ୍ୟର ଆରମ୍ଭ ହୋଇଛି । ଏହି କ୍ଷଣକୁ ବର୍ଣ୍ଣନା କରିବା ପାଇଁ ଆନନ୍ଦର ସୀମା ନାହିଁ । ଆଜି କେବଳ ରାମ ଜନ୍ମଭୂମି ଅଯୋଧ୍ୟା ନୁହେଁ ବରଂ ଦେଶର ସବୁ ଗ୍ରାମ, ସହର ଆଜି ଅଯୋଧ୍ୟା ଧାମ ପରି ଅନୁଭବ ହେଉଛି ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରାଣ ପ୍ରତିଷ୍ଠା ବିଧି ସମାପିତ ହେବା ପରେ ଉପସ୍ଥିତ ଅତିଥିଙ୍କୁ ସମ୍ବୋଧିତ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ । ତାଙ୍କ ସମ୍ବୋଧନରେ ରାମ ମନ୍ଦିର ଆନ୍ଦୋଳନ ଓ ମନ୍ଦିର ପ୍ରତିଷ୍ଠାର ଭାବପ୍ରବଣତା ପ୍ରତିଫଳିତ ହୋଇଛି ।

ଯୋଗୀ କହିଛନ୍ତି, ‘‘ଆଜି ସମସ୍ତଙ୍କ ଭାବନାରେ ପ୍ରଭୁ ଶ୍ରୀରାମ ବିରାଜମାନ ହୋଇଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଆଖିରେ ଆଜି ଆନନ୍ଦ ଓ ଆତ୍ମସନ୍ତୋଷର ଆଶୁ ଦେଖିବାକୁ ମିଳୁଛି । ଏହା ସମଗ୍ର ଭାରତ ପାଇଁ ଏକ ଗର୍ବର କ୍ଷଣ । ଏହା ରାମରାଜ୍ୟର ଆରମ୍ଭ ସଦୃଶ୍ୟ । ଆମେ ଆଜି ତ୍ରେତୟା ଯୁଗରେ ପଦାର୍ପଣ କରିବା ପରି ଅନୁଭବ ହେଉଛି । କେବଳ ଅଯୋଧ୍ୟା ନଗରୀ ନୁହେଁ ବରଂ ସମଗ୍ର ଦେଶର ଗାଁ ଠୁ ସହର ପର୍ଯ୍ୟନ୍ତ ଆଜି ଅଯୋଧ୍ଯା ଧାମରେ ପରିଣତ ହୋଇଛି । ଏହି ଅନୁଭବକୁ ଭାଷାରେ ବର୍ଣ୍ଣନା କରିହେବନାହିଁ । ଆପଣ ସଭିଙ୍କ ମନରେ ଆଜି ସମାନ ଭାବନା ନିଶ୍ଚୟ ରହିଛି । ଏକଥା ମୁଁ ଅନୁଭବ କରିପାରୁଛି ।’’ ଯୋଗୀ ଆହୁରି ମଧ୍ୟ କହିଛନ୍ତି, ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ସ୍ଥାପିତ ଶ୍ରୀ ରାମଙ୍କ ବାଲ୍ୟ ସ୍ବରୂପ ବିଗ୍ରହ ପ୍ରତ୍ୟେକ ସନାତନ ଧର୍ମାବଲମ୍ବୀଙ୍କ ପାଇଁ ଜୀବନରେ ଧର୍ମ ଅନୁସରଣ କରିବା ପାଇଁ ପଥ ପ୍ରସ୍ତସ୍ଥ କରିବ ।

ଏହା ମଧ୍ୟ ପଢନ୍ତୁ :- ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; 'ଆମ ଲାଲା ଆଉ ଟେଣ୍ଟରେ ରହିବେ ନାହିଁ'

ଅଯୋଧ୍ୟା ଏବେ ଆସ୍ଥା ଓ ପର୍ଯ୍ୟଟନର କେନ୍ଦ୍ରରେ ପରିଣତ ହୋଇଥିବା କହି ସେ ଡବଲ ଇଞ୍ଜିନ ସରକାର କଥା କହିଛନ୍ତି ଯୋଗୀ । ରାମନଗରୀ ଅଯୋଧ୍ୟାରେ ଭିତ୍ତିଭୂମି, ଯୋଗାଯୋଗ ଓ ସଂଯୋଗୀକରଣ କ୍ଷେତ୍ରର ବିକାଶ ପାଇଁ ସେ ଉଭୟ ରାଜ୍ୟ ସରକାର ସହ କେନ୍ଦ୍ରର ମୋଦି ସରକାରଙ୍କୁ ଶ୍ରେୟ ଦେଇଛନ୍ତି । ଆଜି ପ୍ରାଣ ପ୍ରତିଷ୍ଠା ପରେ ଏବେ ଦର୍ଶନ ଜାରି ରହିଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁମାନେ ଟିଭିରେ ଏହି ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.