ETV Bharat / bharat

ଛତିଶଗଡ଼ରେ ନକ୍ସଲ ନିରୋଧୀ ଅଭିଯାନ ଜୋରଦାର; ନିହତ ହେଲେଣି 91 ନକ୍ସଲ, 205 ଗିରଫ - NAXAL FREE CAMPAIGN - NAXAL FREE CAMPAIGN

NAXAL ENCOUNTER IN CHHATTISGARH: ଛତିଶଗଡ଼ରେ ଲାଲବାହିନୀ ଉପରେ ଲଗାମ ଅଭିଯାନ ଜୋରଦାର । ଗତ 4 ମାସ ମଧ୍ୟରେ 91 ନକ୍ସଲ ନିହତ ଥିବା ବେଳେ 205 ଜଣ ହେଲେଣି ଗିରଫ । ଅଧିକ ପଢନ୍ତୁ

NAXAL ENCOUNTER
NAXAL ENCOUNTER (Photo- Etv Bharat Odisha)
author img

By ETV Bharat Odisha Team

Published : May 5, 2024, 5:36 PM IST

ରାୟପୁର: ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଲାଲବାହିନୀ ଉପରେ ଲଗାମ ଲଗାଇବାକୁ ଜାରି ରହିଛି ଉଦ୍ୟମ । ରାଜ୍ୟର ନକ୍ସଲ ପ୍ରବଣ ଜିଲ୍ଲା ବସ୍ତରରେ ନକ୍ସଲ ନିରୋଧୀ ଅଭିଯାନ ଜୋରଦାର କରାଯାଇଛି । ଏଥିଲାଗି ଜିଲ୍ଲାରେ 80ରୁ ଅଧିକ ସୁରକ୍ଷାବଳ କ୍ୟାମ୍ପ ସ୍ଥାପିତ କରାଯାଇଛି । ତେବେ ନକ୍ସଲ ନିହତରେ ଚଳିତବର୍ଷ ରେକର୍ଡ ହୋଇଛି । ଚଳିତ ବର୍ଷ ଗତ 4 ମାସ ମଧ୍ୟରେ ସୁରକ୍ଷାକର୍ମୀ 91 ଜଣ ନକ୍ସଲଙ୍କୁ ନିହତ କରିଥିବା ବେଳେ 208ଙ୍କୁ ଗିରଫ କରାୟାଇଛି । ନିହତ ନକ୍ସଲଙ୍କ ମଧ୍ୟରେ ଅନେକ ହାର୍ଡକୋର ନକ୍ସଲ କମାଣ୍ଡର ସାମିଲ ଥିବା ଜଣାପଡ଼ିଛି ।

ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି, " ବର୍ଶଷ 2024ରେ ନକ୍ସଲଙ୍କ ଅଣ୍ଟା ଭଙ୍ଗାଯାଇଛି । ଅନେକ ବଡ କ୍ୟାଡର ନକ୍ସଲଙ୍କୁ ନିହତ କରାଯାଇଛି । ଯେଉଁଥିରେ ଡିଭିସିଏମ ଶଙ୍କର ରାଓ, ଅଶୋକ, ଜୋଗାନ୍ନାଙ୍କ ଭଳି ନାମ ସାମଲି । ଏହି ସମସ୍ତ ନକ୍ସଲଙ୍କ ମୁଣ୍ଡ ଉପରେ ମୋଟ 1 କୋଟି 80 ଲକ୍ଷରୁ ଅଧିକ ଟଙ୍କା ଲାଗିଥିଲା । ନକ୍ସଲ ନିରୋଧୀ ଅଭିଯାନ ବେଳେ ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର ନକ୍ସଲ କ୍ୟାମ୍ପରୁ ଜବତ କରାଯାଇଛି । ଯେଉଁଥିରେ 2ଟି LMG, 4ଟି ଏକ-47, ଗୋଟିଏ ଏସଏଲଆର, ବିସ୍ଫୋରକ ସାମଗ୍ରୀ ଓ ବିପୁଳ ବନ୍ଧୁକ ଜବତ ହୋଇଛି । "

ଏହା ବି ପଢନ୍ତୁ- ବିଗତ ଦଶନ୍ଧିରେ ଛତିଶଗଡ଼ର ବଡ ନକ୍ସଲ ଅପରେସନ; ଯେବେ ଥରହର ହୋଇଥିଲା ଲାଲବାହିନୀ, ଟଳିଥିଲେ ହାର୍ଡକୋର

ଏହା ବି ପଢନ୍ତୁ- ନିର୍ବାଚନ ପୂର୍ବରୁ ଅଶାନ୍ତ କାଙ୍କେର; ଗୁଳି ବିନିମୟ ବେଳେ 29 ନକ୍ସଲ ମୃତ, 3 ଯବାନ ଆହତ

ଗତବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ପରେ ଯବାନମାନେ ବିଭିନ୍ନ ଜିଲ୍ଲାରେ ନକ୍ସଲମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥିବା ବେଳେ ଏହାକୁ ଜୋରଦାର କରାଯାଇଛି । ଫଳସ୍ବରୀପ ଗତ 3 ବର୍ଷ ତୁଳନାରେ, ଚଳିତ ବର୍ଷର 4 ମାସ ମଧ୍ୟରେ ମୃତ ନକ୍ସଲଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି 4 ମାସରେ 91ରୁ ଅଧିକ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଶହ ଶହ ନକ୍ସଲଙ୍କୁ ଗିରଫ କରାଯାଇଛି ଏବଂ ଶହ ଶହ ନକ୍ସଲମାନେ ମଧ୍ୟ ଆତ୍ମସମର୍ପଣ କରିଛନ୍ତି ।

ଦନ୍ତେୱାଡାରେ 35 ନକ୍ସଲଙ୍କ ଆତ୍ମସମର୍ପଣ:- ଆଜି ଗୋଟିଏ ଦିନରେ ଦନ୍ତେୱାଡା ଜିଲ୍ଲାରେ ପ୍ରାୟ 35 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ 3 ଜଣ ନକ୍ସଲଙ୍କ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦନ୍ତେୱାଡା ଏସପି କାର୍ଯ୍ୟାଳୟ ପହଞ୍ଚି ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି । ନକ୍ସଲଙ୍କ ବିଚାରଧାରା ଉପରେ ଅସନ୍ତୋଷ ବଢିବା ପରେ ସେମାନେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.