ETV Bharat / bharat

ଉଗ୍ର ରୂପ ନେଉଛି ବାଂଲାଦେଶ ହିଂସା: 100 ମୃତ, ଦେଶବ୍ୟାପୀ କର୍ଫ୍ୟୁ, ସ୍ବଦେଶ ଫେରିଲେଣି 300 ଭାରତୀୟ ଛାତ୍ରଛାତ୍ରୀ - BANGLADESH VIOLENCE

Bangladesh violence: ସରକାରୀ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ମାମଲାରେ ଅଶାନ୍ତ ବାଂଲାଦେଶ । ଗଲାଣି ଶତାଧିକ ଲୋକଙ୍କ ଜୀବନ । ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେ ଭାରତୀୟ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 20, 2024, 8:12 AM IST

Updated : Jul 20, 2024, 9:45 AM IST

ବାଂଲାଦେଶ ହିଂସାରେ ଶତାଧିକ ମୃତ, ସ୍ବଦେଶ ଫେରିଲେଣି 3ଶହରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ
ବାଂଲାଦେଶ ହିଂସାରେ ଶତାଧିକ ମୃତ, ସ୍ବଦେଶ ଫେରିଲେଣି 3ଶହରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ (ETV Bharat Odisha)

ହାଇଦ୍ରାବାଦ: ସରକାରୀ କ୍ଷେତ୍ରରେ ନିଯୁକ୍ତିରେ ନିର୍ଦ୍ଦିଷ୍ଟ ବର୍ଗକୁ ସଂରକ୍ଷଣକୁ ବିରୋଧରେ ଜାରି ରହିଥିବା ଆନ୍ଦୋଳନ ବାଂଲାଦେଶରେ ହିଂସକ ହେବାରେ ଲାଗିଛି । ଗତ କିଛି ସପ୍ତାହ ଧରି ଜାରି ରହିଥିବା ଏହି ଆନ୍ଦୋଳନରେ ଗତକାଲି ସୁଦ୍ଧା ଶତାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ସେଠାରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ସ୍ବଦେଶ ଫେରିବାକୁ ବାଧ୍ୟ ହୋଇଛନ୍ତି । ଉତ୍ତର-ପୂର୍ବ ରାଜ୍ୟର ଏକାଧିକ ଅନ୍ତର୍ଜାତୀୟ ସୀମା ଦେଇ ଭାରତକୁ ଫେରିଛନ୍ତି ପ୍ରାୟ 3ଶହ ଛାତ୍ରଛାତ୍ରୀ । ଶୁକ୍ରବାର ଏହି ଛାତ୍ରଛାତ୍ରୀ ସ୍ବଦେଶ ଫେରିଥିବା ଜଣାପଡିଛି ।

ସରକାରୀ ଚାକିରି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ବର୍ଗକୁ ସଂରକ୍ଷଣ ପ୍ରଦାନ କରିବାକୁ ବିରୋଧରେ ବାଂଲାଦେଶର ବିଭିନ୍ନ ସ୍ଥାନରେ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଛି । ଢାକା ବିଶ୍ବବିଦ୍ୟାଳୟରେ ବ୍ୟାପକ ହିଂସା ଦେଖାଯାଇଛି । ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ଓ ସୁରକ୍ଷାବଳ ମଧ୍ୟରେ ଖଣ୍ଡଯୁଦ୍ଧରେ ଶନିବାର ସୁଦ୍ଧା ପ୍ରାୟ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି । ରାଜଧାନୀ ଢାକା ସମେତ ଦେଶରେ ସହରରେ ଇଣ୍ଟରନେଟ କଟକଣା ଜାରି କରାଯିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏବେ ସୁଦ୍ଧା ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିନି ।

ଭାରତୀୟ ଛାତ୍ରଛାତ୍ରୀମାନେ ସେଠାରେ ମେଡିକାଲ ଓ ଅନ୍ୟ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି । ସେମାନେ ଉତ୍ତର ପୂର୍ବ ରାଜ୍ୟ ତ୍ରିପୁରାର ଅଖୁରାହ ଅନ୍ତର୍ଜାତୀୟ ପୋଷ୍ଟ ଓ ମେଘାଳୟର ଦାବକି ପୋଷ୍ଟ ଦେଇ ଭାରତ ଫେରିଛନ୍ତି । ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଅଧିକାଂଶ ଛାତ୍ରଛାତ୍ରୀ ଉତ୍ତର ପ୍ରଦେଶ, ମେଘାଳୟ, ଜମ୍ମୁ କାଶ୍ମୀରର ହୋଇଥିବା ଜଣାପଡିଛି । ମୋଟ କେତେସଂଖ୍ୟକ ଛାତ୍ରଛାତ୍ରୀ ସେଠାରେ ଅଧ୍ୟୟନ କରୁଛନ୍ତି, ସେ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ କିଛି ସ୍ପଷ୍ଟ କରିନି ।

ଏହା ମଧ୍ୟ ପଢନ୍ତୁ:- ଚାକିରିରେ ସଂରକ୍ଷଣ ବିରୋଧରେ ହିଂସା; 25 ମୃତ, ଶତାଧିକ ଆହତ, କାହିଁକି ଘଟିଲା ହିଂସା, ରହିଛି 1971 ଯୁଦ୍ଧ ସହ ଲିଙ୍କ୍ ? - Bangladesh quota violence

1971 ବାଂଲାଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତିରେ 30 ପ୍ରତିଶତ ସଂରକ୍ଷଣ ଦେବାକୁ ଏକ ସ୍ଥାନୀୟ ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ବିଭିନ୍ନ ଛାତ୍ର ସଂଗଠନ ବିରୋଧ କରିଥିଲେ । କ୍ରମଶଃ ଏହା ହିଂସକ ଆନ୍ଦୋଳନର ରୂପ ନେଇଥିଲା । ଢାକା ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟରେ ବ୍ୟାପକ ଆନ୍ଦୋଳନ ଦେଖାଦେଇଛି । ସୁରକ୍ଷାକର୍ମୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷରେ ଏପର୍ଯ୍ୟନ୍ତ ପ୍ରାୟ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଢେଇ ହଜାରରୁ ଅଧିକ ଆହତ ମଧ୍ୟ ହେଇଛନ୍ତି । ବ୍ୟାପକ ଫୋର୍ସ ମୁତୟନ ହେବା ସହ ଇଣ୍ଟରନେଟ ସେବାକୁ କିଛି ସ୍ଥାନରେ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2024, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.