ETV Bharat / bharat

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ବିହାରର 'ଅଯୋଧ୍ୟା'

author img

By ETV Bharat Odisha Team

Published : Jan 21, 2024, 9:53 PM IST

Ayodhya In Begusarai: ୟୁପିର ଅଯୋଧ୍ୟା ସହର ପରି ବିହାର ମଧ୍ୟ ଏକ ଅଯୋଧ୍ୟା ଗାଁ ରହିଛି । ୨୨ ଜାନୁଆରୀ ପାଇଁ ସଜେଇ ହୋଇଛି ଏହି ଗାଁ । ପ୍ରତ୍ୟେକ ଘରେ ଜଳିବ ଦୀପ । ଅଧିକ ପଢନ୍ତୁ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ବିହାରର 'ଅଯୋଧ୍ୟା'
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ବିହାରର 'ଅଯୋଧ୍ୟା'

ପାଟନା: ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଭାବରେ ପ୍ରସିଦ୍ଧ ୟୁପିର ଅଯୋଧ୍ୟା ସହର ପରି ବିହାର ମଧ୍ୟ ଏକ ଅଯୋଧ୍ୟା ଗାଁ ରହିଛି । ଏହା ବେଗୁସରାଇରେ ଜିଲ୍ଲାରେ ରହିଛି । ଯାହାର ନିଜର ଧାର୍ମିକ ମହତ୍ତ୍ୱ ବେଶ୍ ରହିଛି । ଶହ ଶହ ବର୍ଷ ପୂର୍ବେ ଗଙ୍ଗା ନଦୀ ନିକଟରେ ଅବସ୍ଥିତ ଏହି ଗାଁର ନାମ ଅନ୍ୟ କିଛି ରହିଥିଲା । ହେଲେ ଗାଁର ଲୋକମାନଙ୍କର ସାମାଜିକ ଅବସ୍ଥା ଏବଂ ଧାର୍ମିକ ବିଶ୍ୱାସ ଦେଖି ଏଠାକୁ ଆସିଥିବା ସାଧୁ ଓ ସନ୍ଥମାନେ ଏହି ଗ୍ରାମକୁ ଅଯୋଧ୍ୟା ନାମରେ ନାମିତ କରିଥିଲେ । ସେବେଠାରୁ ଏହି କ୍ଷେତ୍ର ଅଯୋଧ୍ୟା ଗ୍ରାମ ନାମରେ ପ୍ରସିଦ୍ଧ ।

ବିହାରର ବେଗୁସରାଇରେ 'ଅଯୋଧ୍ୟା': ଗଙ୍ଗା ନଦୀକୂଳରେ ଅବସ୍ଥିତ ଏହି ଗାଁରେ ଦିନକି ଦିନ ସାଧୁ ସନ୍ଥମାନଙ୍କ ଆଗମନ ସହିତ ଏହାର ଧାର୍ମିକ ବଢିବାରେ ଲାଗିଛି । ତେବେ ରାରଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇଉଠିଛି । ଏହି ଅବସରରେ ଗ୍ରାମବାସୀମାନେ ଗଙ୍ଗା ନଦୀକୁ ସଫା କରିବେ, ଧାର୍ମିକ କାର୍ଯ୍ୟକ୍ରମମାନ କରାଯିବା ଏବଂ ଠାକୁରୱାଡିରେ ଘିଅ ଦୀପ ଲଗାଇବେ । ଏହାସହ ଭଜନ କୀର୍ତ୍ତନ କରାଯିବ । ତେବେ ୨୨ ଜାନୁଆରୀକୁ ଧୁମାଧାମରେ ପାଳକ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।

ରାମ ମନ୍ଦିରକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ: ରାମ ଲାଲାଙ୍କ ସମର୍ପଣକୁ ନେଇ ସାରା ଦେଶରେ ଅନେକ ଉତ୍ସାହ ଦେଖାଯାଉଥିବାବେଳେ ବିହାରର ବେଗୁସରାଇ ଜିଲ୍ଲାର ତେଗ୍ରା ବ୍ଲକରେ ଅବସ୍ଥିତ ଅଯୋଧ୍ୟାରେ ମଧ୍ୟ ଅନେକ ଉତ୍ସାହ ଦେଖିବାକୁ ମିଳୁଛି । ରାମଲାଲାଙ୍କ ବଂଶଧର ରାଜ ଅଜ ନାମରେ ପରିଚିତ ଅଜୁଦା ଗାଁ ଆଜି ନିଜର ଏକ ଇତିହାସ ଥିବା 'ଅଯୋଧ୍ୟା' ଭାବରେ ଜଣାଶୁଣା । ଅଯୋଧ୍ୟା ଗାଁର ବେଗୁସରାଇର ତେଗ୍ରାର ଅଭାଦ ତିରହଟ ରୋଡଠାରୁ ଦୁଇ କିଲୋମିଟର ଦୂରରେ ଥିବା ଅବସ୍ଥିତ । ଏହାର ପୂର୍ବ ନାମ ଅଜୁଧା ରହିଥିଲା ।

ତେବେ ଜଣେ ଗ୍ରାମବାସୀ ଭୋଲାନ ସିଂ କହିଛନ୍ତି ,"ସାଧୁମାନଙ୍କ ଆଗମନ ସମୟରେ ସାଧୁମାନେ ଜାଣିବାକୁ ପାଇଲେ ଯେ ଏଠାରେ ଥିବା ଲୋକମାନେ ଧାର୍ମିକ, ସାମାଜିକ ତଥା ନ୍ୟାୟ ପ୍ରେମ କରନ୍ତି । ସେହି ଦିନଠାରୁ ଏହି ସ୍ଥାନଟି ସେମାନଙ୍କ ଦ୍ୱାରା ଅଯୋଧ୍ୟା ନାମରେ ନାମିତ ହୋଇଥିଲା । ଗଙ୍ଗା ଏଠାରେ ପ୍ରବାହିତ ହୁଏ । ସାଧୁମାନେ ଆସନ୍ତି । ସେମାନେ ମାସ ମାସ ଧରି ଏଠାରେ ରୁହନ୍ତି । ଗତ ବର୍ଷ ମଧ୍ୟ ଏଠାରେ ରାମକଥା, ଭଗବତ କଥା ଅନୁଷ୍ଠିତ ହୋଇଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅଯୋଧ୍ୟାରେ କରାଯାଉଛି । ଆମେ ସନାତନ ଲୋକ, ରାମଙ୍କ ଉପରେ ଆମର ଗଭୀର ବିଶ୍ୱାସ ରହିଛି । "
ଏହା ମଧ୍ୟ ପଢନ୍ତୁ .....ଧାର୍ମିକ ନୀତିର ଶେଷ ଦିନ, ଆଜି 125 କଳସ ଜଳରେ ସ୍ନାନ କରିବେ ରାମଲାଲା

ଅନ୍ୟପଟେ ଗ୍ରାମବାସୀ ଦିନା ଶଙ୍କର ସିଂ ବାବା କହିଛନ୍ତି ଯେ ପୂର୍ବରୁ ଗାଁର ନାମ ଅଜୁଦା ଥିଲା । ଥରେ ସାଧୁମାନଙ୍କର ଏକ ଦଳ ଏଠାକୁ ଆସିଥିଲେ । ଯେଉଁଥିରେ ୨୫ରୁ୫୦ ସାଧୁ ଥିଲେ । ଗାଁର ଲୋକମାନେ ସେହି ସାଧୁମାନଙ୍କୁ ସେବା କରିଥିଲେ । ହେଲେ ୧୫ ଦିନ ପରେ ଯେତେବେଳେ ସାଧୁମାନେ ଯିବା ଆରମ୍ଭ କଲେ । ସେମାନେ ଏହି ଗାଁର ନାମ ଅଯୋଧ୍ୟା ରଖିଲେ । ଜାନୁଆରୀ 22ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରତ୍ୟେକ ଘରେ ପାଞ୍ଚଟି ଘି ଦୀପ ଜଳାଯିବ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.