ETV Bharat / bharat

ରାମଲାଲାଙ୍କୁ ଭକ୍ତ ଦେଉଛନ୍ତି ଅପାର ଶ୍ରଦ୍ଧା ସମର୍ପଣ, 12 ଦିନରେ 11 କୋଟି ମିଳିଲାଣି ଦାନ

Ayodhya Ram Mandir: ଅଯୋଧ୍ୟା ଗର୍ଭ ଗୃହରେ ରାମଲାଲାଙ୍କୁ ଭକ୍ତ ଦେଉଛନ୍ତି ଅପାର ଶ୍ରଦ୍ଧା ସମର୍ପଣ । ଗତକାଲି ପ୍ରାଣ ପ୍ରତିଷ୍ଠାକୁ 12 ଦିନ ପୂରଣ ହୋଇଥିବା ବେଳେ 11 କୋଟିରୁ ଅଧିକ ଦାନ ପ୍ରଭୁଙ୍କୁ ସମର୍ପଣ କଲେଣି ଭକ୍ତ । ଏହାସହ ଗତ 12 ଦିନରେ 25 ଲକ୍ଷରୁ ଅଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରିସାରିଲେଣି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 4, 2024, 7:04 AM IST

Ayodhya Ram Mandir
Ayodhya Ram Mandir

ଅଯୋଧ୍ୟା:(ୟୁପି) ଅଯୋଧ୍ୟା ଗର୍ଭ ଗୃହରେ ରାମଲାଲାଙ୍କୁ ଭକ୍ତ ଦେଉଛନ୍ତି ଅପାର ଶ୍ରଦ୍ଧା ସମର୍ପଣ । ପ୍ରାଣ ପ୍ରତିଷ୍ଠାକୁ 12 ଦିନ ପୂରଣ ହୋଇଥିବା ବେଳେ 11 କୋଟିରୁ ଅଧିକ ଦାନ ପ୍ରଭୁଙ୍କୁ ସମର୍ପଣ କଲେଣି ଭକ୍ତ । ଏହାସହ ଗତ 12 ଦିନରେ 25 ଲକ୍ଷରୁ ଅଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରିସାରିଲେଣି ।

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅଯୋଧ୍ୟା ଦ୍ବାରା ଜାରି ହୋଇଥିବା ସୂଚନା ଅନୁସାରେ ପ୍ରାଣ ପ୍ରତିଷ୍ଠା ଦିନ ଠାରୁ ଗତକାଲି(ଶନିବାର) ମଧ୍ୟରେ ରାମଲାଲାଙ୍କୁ 11 କୋଟିରୁ ଅଧିକ ଦାନ ମିଳି ସାରିଛି । ଏହାସହ ଗତ 12 ଦିନରେ 25 ଲକ୍ଷରୁ ଅଧିକ ଭକ୍ତ ରାମଲାଲାଙ୍କ ଦର୍ଶନ କରିଛନ୍ତି । ମିଳିଥିବା ସମର୍ପଣ ରାଶିରେ 3 କୋଟି 17 ଲକ୍ଷର ଚେକ ଥିବା ବେଳେ ଅବଶିଷ୍ଟ ନଗଦ ଟଙ୍କା ରହିଛି । ରାମଭକ୍ତଙ୍କ ଏହି ଅପାର ଶ୍ରଦ୍ଧା ସମର୍ପଣ ଦେଖି ଟ୍ରଷ୍ଟ ମଧ୍ୟ ଭକ୍ତଙ୍କ ପାଇଁ ଆହୁରି ବ୍ୟାପକ ବ୍ୟବସ୍ଥା କରିଛି । ଭକ୍ତଙ୍କ ଦର୍ଶନ ଗର୍ଭ ଗୃହରେ ଯେଭଳି ସୁନ୍ଦର ଭାବେ ହୋଇପାରିବ, ସମସ୍ତ ନୀତିକାନ୍ତି ସଠିକ ହୋଇପାରିବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅଧିକ ପଢନ୍ତୁ- ପର୍ଯ୍ୟାୟକ୍ରମେ ରାମଲାଲାଙ୍କୁ ଦର୍ଶନ କରିବେ ବିଜେପି ଶାସିତ ରାଜ୍ୟ ମନ୍ତ୍ରୀମଣ୍ଡଳ

ଏହାବାଦ ଭକ୍ତ ମାନେ ଯେଭଳି ଆରଧ୍ୟ ଦେବତାଙ୍କୁ ଦାନ କରିବାରେ ବଞ୍ଚିତ ନହେବେ ସେଥିପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଗର୍ଭଗୃହ ବାହାରେ ଦର୍ଶନପଥରେ ମଧ୍ୟ ଦାନବାକ୍ସ ରଖାଯାଇଛି । ଏହାବାଦ 10 ଟି ହାଇଟେକ ଡୋନେସନ କାଉଣ୍ଟର ମଧ୍ୟ ବ୍ୟବସ୍ଥା ହୋଇଛି । ଯେଉଁଠାରେ ଭକ୍ତ ମାନେ ମଧ୍ୟ ଦାନ ଦେଇପାରିବେ ।

ସେହିପରି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଦେଇଥିବା ସୂଚନା ଅନୁସାରେ ଟ୍ରଷ୍ଟ କର୍ମଚାରୀ ପ୍ରତ୍ୟେକ ଦିନ ମିଳୁଥିବା ଦାନର ସୂଚନା ଟ୍ରଷ୍ଟକୁ ଦେବାକୁ ନିର୍ଦ୍ଦେଶ ରହିଛି । ରାମଲାଲଙ୍କ ଗର୍ଭଗୃହ ପାଖରେ ଥିବା 4ଟି ଦାନବାକ୍ସରେ ଏତେ ପରିମାଣରେ ଭକ୍ତଙ୍କ ଦାନ/ସମର୍ପଣ ପଡୁଛି ଯେ ନଗଦ ଅର୍ଥ ଗଣିବାକୁ ପ୍ରାୟ 14 ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି 14 ଜଣ କର୍ମଚାରୀଙ୍କ ମଧ୍ୟରେ 11 ଜଣ ବ୍ୟାଙ୍କ କର୍ମଚାରୀ ଥିବା ବେଳେ 3 ଜଣ ଟ୍ରଷ୍ଟର ବରିଷ୍ଠ ଅଧିକାରୀ ଅଛନ୍ତି । ଏହି ଟିମ ପ୍ରତ୍ୟେକ ଦିନ ଦାନ ରାଶି ଗଣତି କରି ଟ୍ରଷ୍ଟକୁ ସୂଚନା ଦେବା ସହ ବ୍ୟାଙ୍କରେ ଜମା କରୁଛନ୍ତି ଟଙ୍କା । ଟଙ୍କା ଗଣିବାର ପୁରା ପ୍ରକ୍ରିୟା ସିସିଟିଭିରେ ନଜର ରଖାଯାଉଥିବା ବେଳେ ସ୍ବଚ୍ଛତା ବଜାଯ ରଖିବା ପାଇଁ ଟ୍ରଷ୍ଟ ଏକାଧିକ ପଦକ୍ଷେପ ଗ୍ରହଣ କରିଛି ।

ଗତ 22 ଜାନୁଆରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଏଥିପାଇଁ ସାଧୁ ସନ୍ଥଙ୍କ ସମେତ ବହୁ ବିଶିଷ୍ଟ ଅତିଥି ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ହୀରା ବ୍ୟବସାୟୀ ଦିଲୀପ କୁମାପ ଲାଖି 101 କେଜି ସୁନା ଦାନ କରିଛନ୍ତି । ଯାହାର ମୁଲ୍ୟା ପ୍ରାୟ 68 କୋଟି ହେବ । ଏହି ସୁନାରେ ରାମଲାଲଙ୍କ ସ୍ବର୍ଣ୍ଣ କପାଟ, ତ୍ରିଶୁଲ ଓ ଡମ୍ବୁରୁ ନିର୍ମାଣ ହୋଇଛି । ପ୍ରାଣ ପ୍ରତିଷ୍ଠା ଦିନ ଉଦ୍ୟୋଗପତି ମୁକେଶ ଅମ୍ବାନୀ ମଧ୍ୟ 2 କୋଟିର ଧନରାଶି ସମର୍ପଣ କରିଥିବା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି । ଏତତ ବ୍ୟତୀତ ପାଟନାର ପ୍ରସିଦ୍ଧ ମହାବୀର ମନ୍ଦିରରୁ 10 କୋଟିର ଦାନ ମିଳିଛି । ଏହି ମନ୍ଦିର ପକ୍ଷରୁ ଗତ 4 ବର୍ଷ ହେଲା ରାମ ମନ୍ଦିର ପାଇଁ ପ୍ରତ୍ୟେକ ବର୍ଷ 2 କୋଟି ଲେଖାଏଁ ଦାନ କରିଆସୁଛନ୍ତି । କୌଣସି ହିନ୍ଦୁ ମନ୍ଦିରରୁ ଦାନ କରିବାରେ ଏହା ସର୍ବାଧିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.