ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବ: ମନ୍ଦିର ପରିସରରେ କ୍ୟାମ୍ପ ଖୋଲିଲା NDRF - Pran Pratishtha ustav

Pran Pratishtha in Ayodhya: ମନ୍ଦିର ପରିସରରେ ଖୋଲିଲା NDRF କ୍ୟାମ୍ପ । ସହରରୁ ନଦୀଘାଟ ପର୍ଯ୍ୟନ୍ତ ସବୁଠି କଡା ସୁରକ୍ଷା ବ୍ୟବସ୍ଥା । ଡ୍ରୋନ କ୍ୟାମେରା ସହ ହ୍ୟୁମାନ ଇଣ୍ଟେଲିଜେନ୍ସି ନଜରରେ ଅଯୋଧ୍ୟା । ଅଧିକ ପଢନ୍ତୁ

ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଯୋଧ୍ୟାରେ ଖୋଲିଲେ NDRF କ୍ୟାମ୍ପ

author img

By ETV Bharat Odisha Team

Published : Jan 20, 2024, 4:06 PM IST

ଲକ୍ଷ୍ନୌ: ଅଯୋଧ୍ୟାରେ ହେବାକୁ ଯାଉଥିବା ରାମଲାଲାଙ୍କ ‘ପ୍ରାଣ ପ୍ରତିଷ୍ଠା ଉତ୍ସବ’ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କାର୍ଯ୍ୟକ୍ରମକୁ ଆଉ ମାତ୍ର 24 ଘଣ୍ଟା ବାକି ଥିବାବେଳେ ଆଜି ଜାତୀୟ ପ୍ରଶମନ ବଳ (NDRF) ମନ୍ଦିର ପରିସରରେ ଶିବିର ସ୍ଥାପନ କରିଛି । କାର୍ଯ୍ୟକ୍ରମ ବେଳେ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ଏନଡିଆରଏଫ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସମସ୍ତ ପ୍ରସ୍ତୁତି, ଆବଶ୍ୟକୀୟ ଉପକରଣ ଓ ମାନବ ସମ୍ବଳ ସହ ଏନଡିଆରଏଫର ଏହି କ୍ୟାମ୍ପ ସଞ୍ଚାଳିତ ହେବ । ଏଥିରେ ସଂସ୍ଥାର ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ ।

ଆଜି ଜାତୀୟ ଖବର ସରବରାହ ସଂସ୍ଥା ‘ANI’ କୁ ସୂଚନା ଦେଇ ଏନଡିଆରଏଫ ଡିଆଇଜି ମନୋଜ କୁମାର ଶର୍ମା କହିଛନ୍ତି, ‘‘ଟେମ୍ପଲ ଟାଉନରେ ମୋଟ 3ଟି ଏନଡିଆରଏଫ ଟିମ୍‌ ନିୟୋଜିତ ହେବାକୁ ଯାଉଛନ୍ତି । ସମସ୍ତ ସମ୍ଭାବ୍ୟ ଦିଗକୁ ସମୀକ୍ଷା କରାଯିବା ପ୍ରସ୍ତୁତି ଶେଷ ହୋଇଛି । ଏନଡିଆରଏଫ ସ୍ଥାନୀୟ ପ୍ରଶାସନ ଓ ପୋଲିସର ମିଳିତ ସହଯୋଗ ଓ ସମନ୍ବୟରେ କାର୍ଯ୍ୟ କରିବ । ମନ୍ଦିର ପରିସର ଓ ଏହାର ଆଖପାଖ ଏରିଆ ବ୍ୟତୀତ ଗୋଟିଏ ଟିମ ନଦୀଘାଟରେ ମଧ୍ୟ ନିୟୋଜିତ ହେବେ । ନଦୀଘାଟରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର କିଛି ନୀତିକାନ୍ତି ରହିଥିବାରୁ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ମଧ୍ୟ ଏନଡିଆରଏଫର ଗୋଟିଏ ଟିମ୍‌ ନିୟୋଜନ କରାଯାଇଛି ।’’

ଅନ୍ୟପଟେ ଶ୍ରଦ୍ଧାଳୁମାନେ ଆଜିଠାରୁ ଅଯୋଧ୍ୟା ପହଞ୍ଚିବା ଆରମ୍ଭ କଲେଣି । ଅଯୋଧ୍ୟା ପୋଲିସ ଆଇଜି ପ୍ରବୀଣ କୁମାର କହିଛନ୍ତି, ‘‘ସୁରକ୍ଷା ସମ୍ପର୍କିତ ସମସ୍ତ ଦିଗକୁ ବିଚାର କରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତିଥିମାନେ ଆସିବା ଆରମ୍ଭ କଲେଣି । ସହରରେ କଡା ସୁରକ୍ଷା ବ୍ୟବସ୍ଥା ସହ ଇଣ୍ଟେଲିଜେନ୍ସି ବିଭାଗର ସମନ୍ବୟରେ ସ୍ଥିତି ଉପରେ ନଜର ରଖାଯାଇଛି । ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ସର୍ଭିଲାନ୍ସ ପାଇଁ ଉଭୟ ଡ୍ରୋନ କ୍ୟାମେରା ଓ ହ୍ୟୁମାନ ଇଣ୍ଟେଲିଜେନ୍ସି ପ୍ରାଣାଳୀକୁ ବ୍ୟବହାର କରାଯାଉଛି । ଯଥେଷ୍ଟ ମାତ୍ରରେ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଏକାଧିକ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି । ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭାବେ ଏହି ମେଗା ଇଭେଣ୍ଟ ଶେଷ ହେବା ନେଇ ରାଜ୍ୟ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ।’’

ଏହା ମଧ୍ୟ ପଢନ୍ତୁ :- ଅଯୋଧ୍ୟା ରାମମୟ: ପହଞ୍ଚିଲା ବିଶାଳ ଲଡୁ ଓ ତାଲା, ପାକିସ୍ତାନରୁ ଆସୁଛି ପବିତ୍ର ଜଳ

ତେବେ 22ରେ ମୁଖ୍ୟ କାର୍ଯ୍ୟକ୍ରମକୁ ଆଉ ମାତ୍ର 48 ଘଣ୍ଟା ବାକି ଥିବାବେଳେ ଏବେ ଅଯୋଧ୍ୟାରେ ନୀତିକାନ୍ତି ଆରମ୍ଭ ହୋଇଗଲାଣି । ନିମନ୍ତ୍ରିତ ଅତିଥିମାନେ ମଧ୍ୟ ପହଞ୍ଚିବା ଆରମ୍ଭ କରିଛନ୍ତି । ମୁଖ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଯଜମାନ ଭାବେ ଅଂଶଗ୍ରହଣ କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନ ସହ ମୋଟ 55 ଦେଶର ଅନ୍ତର୍ଜାତୀୟ ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । କେବଳ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ଏହି କାର୍ଯ୍ୟକ୍ରମ ସମାପିତ ହେବ । ପରେ ସାଧାରଣ ଶ୍ରଦ୍ଧାଳୁ ଦର୍ଶନର ସୁଯୋଗ ପାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.