ETV Bharat / bharat

2025ରେ ମହାକାଶରୁ ଫେରିବେ ସୁନୀତା; 8 ଦିନ ପାଇଁ ଯାଇଥିଲେ, 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ ! - Sunita Williams

author img

By ETV Bharat Odisha Team

Published : Aug 25, 2024, 9:16 AM IST

Updated : Aug 25, 2024, 10:13 AM IST

Sunita Williams to stay in space till next year: ବର୍ତ୍ତମାନ ମହାକାଶରୁ ଫେରିବେ ନାହିଁ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବଚ୍ ୱିଲମୋର । ବିନା କ୍ର୍ୟୁରେ ଭୂପୂଷ୍ଠ ଫେରି ଆସିବ ମହାକାଶ ଯାନ ‘ଷ୍ଟାରଲାଇନର’ । ଅଧିକ ପଢନ୍ତୁ

2025ରେ ମହାକାଶରୁ ଫେରିବେ ସୁନୀତା, 8 ଦିନ ପାଇ ପାଇଁ ଯାଇଥିଲେ 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ !
2025ରେ ମହାକାଶରୁ ଫେରିବେ ସୁନୀତା, 8 ଦିନ ପାଇ ପାଇଁ ଯାଇଥିଲେ 8 ମାସ ପର୍ଯ୍ୟନ୍ତ କେମିତି ବଞ୍ଚିବେ ! (AP)

ହାଇଦ୍ରାବାଦ: ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ନେଇ ଆସିଛି ବଡ ଅପଡେଟ୍‌ । ଚଳିତବର୍ଷ ମହାକାଶରୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ମହାକାଶଚାରୀ ସୁନୀତା ଓ ତାଙ୍କ ସାଥୀ ବଚ୍ ୱିଲମୋର । ଆସନ୍ତାବର୍ଷ (2025) ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ଏହି ଦୁଇ ମହାକାଶଚାରୀ । ଆମେରିକା ମହାକାଶ ଗବେଷଣା ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉଭୟଙ୍କୁ ମହାକାଶରୁ ଫେରାଇ ଆଣିଲେ ଅଧିକ ବିପଦ ରହିଛି । ତେଣୁ ବିନା କ୍ର୍ୟୁରେ ମହାକାଶ ଯାନ ‘ଷ୍ଟାରଲାଇନର’ ମହାକାଶରୁ ଭୂପୃଷ୍ଠକୁ ଫେରି ଆସିବ । ଏକ ସପ୍ତାହ ପାଇଁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ଯାଇଥିବା ସୁନୀତା ସେଠାରେ 8 ମାସ ପର୍ଯ୍ୟନ୍ତ ରହିବେ । ‘ଷ୍ଟାରଲାଇନର’ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନୀତା ଓ ବଚ୍ ୱିଲମୋର ମହାକାଶରେ ଫସି ରହିଛନ୍ତି ।

  • ସୁରକ୍ଷିତ ଅଛନ୍ତି ତ ସୁନୀତା !

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସେତେ ଦିନ ପର୍ଯ୍ୟନ୍ତ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ସାମଗ୍ରୀ ଅଛି କି ନାହିଁ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ସୁନୀତା ଓ ତାଙ୍କ ସାଥୀ ୱିଲମୋରଙ୍କୁ ଆଗକୁ କ’ଣ ସ୍ବାସ୍ଥ୍ୟଗତ ଓ ବୈଷୟିକ ସମସ୍ୟାର ସାମ୍ନା କରିବାକୁ ପଡିବ, ସେନେଇ ବିଶ୍ବବ୍ୟାପୀ ଆଲୋଚନା ଆରମ୍ଭ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଉଭୟ ନିରାପଦ ଥିବା ‘ନାସା’ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବିପଦରେ ସୁନୀତା ୱିଲିୟମ୍ସଙ୍କ ସହ କ୍ରୁ-ମେମ୍ବର, ଅନ୍ତରୀକ୍ଷରେ ମିଳିଲା Spacebug - Trouble For Sunita Williams

  • ଆରବର୍ଷ ଫେରିବେ ସୁନୀତା !

‘ଷ୍ଟାରଲାଇନର’ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନୀତା ଓ ବଚ୍ ୱିଲମୋର ମହାକାଶରେ ଫସି ରହିଛନ୍ତି । ଫେବୃଆରୀ ପର୍ଯ୍ୟନ୍ତ ଉଭୟ ମହାକାଶରେ କାମ ଜାରି ରଖିବେ । ଫେବୃଆରୀ 2025 ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ‘ଏକ୍ସପେଡିସନ୍ 71/72’ କ୍ର୍ୟୁର ଅଂଶ ଭାବରେ ୱିଲମୋର ଏବଂ ସୁନୀତା ଆନୁଷ୍ଠାନିକ ଭାବରେ ସେମାନଙ୍କର କାର୍ଯ୍ୟ ଜାରି ରଖିବେ । ସେମାନେ ସ୍ପେସ-ଏକ୍ସ କ୍ର୍ୟୁ-9 ମିଶନରେ ନିଯୁକ୍ତ ଅନ୍ୟ ଦୁଇଜଣ କ୍ର୍ୟୁ ସଦସ୍ୟଙ୍କ ସହ ‘ଡ୍ରାଗନ୍’ ମହାକାଶଯାନରେ ଫେରିବେ । ‘ନାସା’ ଏକ ବିବୃତ୍ତିରେ କହିଛି ଯେ, ‘ଷ୍ଟାରଲାଇନର’ ସ୍ପେସ୍ ଷ୍ଟେସନରୁ ବାହାରି ସେପ୍ଟେମ୍ବର ଆରମ୍ଭ ସୁଦ୍ଧା ଭୂପୃଷ୍ଠରେ ସୁରକ୍ଷିତ ଭାବରେ ଅବତରଣ କରିବାର ଆଶା ରହିଛି ।

କେବେ ମହାକାଶ ଯାତ୍ରା କରିଥିଲେ ସୁନୀତା ?

ସୁନୀତା ୱିଲିୟମ୍ସ ଏହଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତମାସ 5 ତାରିଖରେ ବାହାରି 6 ତାରିଖରେ ବୋଇଂ ଷ୍ଟାରଲାଇନର ମହାକାଶଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ । ପରୀକ୍ଷଣ ପରେ ପୃଥିବୀକୁ ଫେରିବା ପୂର୍ବରୁ ପୃଥିବୀ-କକ୍ଷପଥ ଲାବୋରେଟୋରୀରେ ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ କରିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା ।

  • କାହିଁକି ମହାକାଶ ଯାଇଛନ୍ତି ସୁନୀତା ?

‘ନାସା’ ଏବଂ ‘ବୋଇଂ’ ମିଳିତ କ୍ର୍ୟୁ ଫ୍ଲାଇଟ୍ ଟେଷ୍ଟ (CFT) ମିଶନର ଏକ ଅଂଶ ହେଉଛନ୍ତି ସୁନୀତା ୱିଲିୟମ୍ସ । ବୋଇଂ ଷ୍ଟାରଲାଇନର କ୍ୟାପସୁଲ ମଣିଷକୁ ନେଇ ମହାକାଶ ଯାତ୍ରା କରିଥିବା ପ୍ରଥମ ‘ସ୍ପେଶ କ୍ୟାପସୁଲ’ । ‘ନାସା’ 2022 ମସିହା ଜୁଲାଇରେ ଏହି ମିଶନ ଆରମ୍ଭ କରିଥିବା ବେଳେ କୋରୋନା ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହି ମିଶନ ସମୟରେ ଦୁଇ ମହାକାଶଚାରୀ ନୂତନ ଭାବରେ ବିକଶିତ ହୋଇଥିବା ‘ଷ୍ଟାରଲାଇନର୍’ ମହାକାଶଯାନକୁ, ମହାକାଶକୁ ପଠାଇବା ଏବଂ ଫେରିବା ପାଇଁ ମଧ୍ୟ ଉତ୍ତରଦାୟୀ ରହିବେ । ମଣିଷକୁ ନେଇ ମହାକାଶକୁ ଯିବା ଓ ଫେରାଇ ଆଣିବା ନେଇ ଦ୍ବିତୀୟ ମହାକାଶଯାନକୁ ସଫଳ କରିବାକୁ ଚାହୁଁଛି ଆମେରିକା । ଏହି ଉଦ୍ଦେଶ୍ୟରେ ସୁନୀତା ମିଶନ ପାଇଲଟ ରୂପରେ ଏହି ମିଶନରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2024, 10:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.